Advertisment

‘ପୂଜାପାଠ କରି ପୁଅକୁ ପାଇଥିଲୁ, ଏବେ ଆମ ପୁଅକୁ ଫେରାଇ ଦିଅ ଭଗବାନ’...କାନ୍ଦି କାନ୍ଦି ଗୁହାରି କଲେ ଦମ୍ପତି

ପୂଜାପାଠ କରି ପୁଅକୁ ପାଇଥିଲୁ, ଏବେ ଆମ ପୁଅକୁ ଫେରାଇ ଦିଅ ଭଗବାନ। ମନ୍ଦିର ବାହାରେ ପୁଅର ମୃତଦେହକୁ ବାପା ଜଗି ବସିଥିବା ବେଳେ ମା’ ମନ୍ଦିର ପରିସରରେ ଅଧିଆ ପଡ଼ିଥିଲେ। ପୂଜାପାଠ ପରେ ଭଗବାନଙ୍କ କୃପାରୁ ଯେଉଁ ପୁଅକୁ ସେମାନଙ୍କ କୋଳକୁ ଭଗବାନ ଦେଇଥିଲେ, ଆଜି ଛଡ଼ାଇ ନେଇଛନ୍ତି।

ଅଦ୍ୟତନ ହୋଇଛି
Youth Died In Jharsuguda

Youth Died In Jharsuguda

Advertisment

ପୂଜାପାଠ କରି ପୁଅକୁ ପାଇଥିଲୁ, ଏବେ ଆମ ପୁଅକୁ ଫେରାଇ ଦିଅ ଭଗବାନ। ମନ୍ଦିର ବାହାରେ ପୁଅର ମୃତଦେହକୁ ବାପା ଜଗି ବସିଥିବା ବେଳେ ମା’ ମନ୍ଦିର ପରିସରରେ ଅଧିଆ ପଡ଼ିଥିଲେ। ପୂଜାପାଠ ପରେ ଭଗବାନଙ୍କ କୃପାରୁ ଯେଉଁ ପୁଅକୁ ସେମାନଙ୍କ କୋଳକୁ ଭଗବାନ ଦେଇଥିଲେ, ଆଜି ଛଡ଼ାଇ ନେଇଛନ୍ତି।  ଏକ ମାତ୍ର ପୁତ୍ର ସନ୍ତାନର ହଠାତ୍‌ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଦମ୍ପତି।  ଝାରସୁଗୁଡ଼ା ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି।

Advertisment

ବିବାହର ଦୀର୍ଘ ୧୭ ବର୍ଷ ପର୍ଯ୍ୟନ୍ତ ସନ୍ତାନ ହେଉନଥିଲା। ଏଥିପାଇଁ କେତେ ବ୍ରତ, ଓଷା, ପୂଜାପାଠ ପରେ ଭଗବାନଙ୍କ କୃପାରୁ ପୁତ୍ର ସନ୍ତାନଟିଏ ଜନ୍ମ ହୋଇଥିଲା। ହେଲେ ଭଗବାନ ଏତେ ନିଷ୍ଠୁର ହୋଇଗଲେ ଯେ, କୋଳରୁ ପୁଅକୁ ଛଡ଼ାଇ ନେଲେ। ଡାକ୍ତରଖାନାରୁ ପୁଅର ଶବ ଆଣି ଯେଉଁ ମନ୍ଦିରରେ ମହାଦେବଙ୍କୁ ପୂଜା କରି ପୁଅକୁ ପାଇଥିଲେ, ସେଠାରେ ପୁଅର ମୃତଦେହକୁ ରଖି ଜୀବନ ଫେରାଇ ଦେବାକୁ ଠାକୁରଙ୍କ ନିକଟରେ ଗୁହାରି କରିଥିଲେ ଦମ୍ପତି। ଖବର ପାଇ ଗତକାଲି ସନ୍ଧ୍ୟାରେ ମନ୍ଦିର କମିଟି ଓ ରେଙ୍ଗାଲି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମନ୍ଦିର କମିଟି ଓ ପୋଲିସ୍‌ ଦୀର୍ଘ ସମୟ ଧରି ଦମ୍ପତିଙ୍କୁ ବୁଝାଶୁଝା କରିବା ପରେ ସେମାନେ ପୁଅର ମୃତଦେହ ଧରି ଘରକୁ ଫେରିଥିଲେ।

ସୂଚନା ଅନୁସାରେ, ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ୍‌ ଅନ୍ତର୍ଗତ ଠେବେରା ଗାଁର ଅର୍ଜୁନ ଦୁଆନ ଓ ସ୍ତ୍ରୀ ସୁତୁରାଙ୍କ ବିବାହର ଦୀର୍ଘ ୧୭ ବର୍ଷ ପର୍ଯ୍ୟନ୍ତ ସନ୍ତାନ ହେଉନଥିଲା। ଏଥିପାଇଁ କେତେ ବ୍ରତ, ଓଷା, ପୂଜାପାଠ କରିଥିଲେ। ଶେଷରେ କୋଇଲି ଘୁଘର ପୀଠରେ ମହାଦେବଙ୍କୁ ପୂଜା କରିଥିଲେ। ଏହାପରେ ଭଗବାନଙ୍କ କୃପାରୁ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପୁଅର ନାଁ ରମାକାନ୍ତ(୧୯) ରଖିଥିଲେ ଦମ୍ପତି। କଟକର ଏକ କାର୍ ମରାମତି ଗ୍ୟାରେଜ୍‌ରେ ରମାକାନ୍ତ ଟ୍ରେନିଂ ନେଉଥିଲେ। ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ଯୋଗୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ରମାକାନ୍ତ ରକ୍ତହୀନତା ରୋଗରେ ଆକ୍ରାନ୍ତ ଥିଲେ।। ତେବେ ଚିକିତ୍ସାଧୀନ ଅବସ୍ଥାରେ ରମାକାନ୍ତଙ୍କ ମୃତ୍ୟୁ ଘଟିଥିଲା।

Advertisment

ଡାକ୍ତର ରମାକାନ୍ତଙ୍କୁ ମୃତ ଘୋଷଣା କରିବା ସହ ମୃତଦେହ ଘରକୁ ନେଇଯିବାକୁ କହିଥିଲେ। ହେଲେ ଅର୍ଜୁନ ଓ ସୁତୁରା ପୁଅର ଅଚାନକ୍‌ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ। ପୁଅର ମୃତଦେହକୁ ଘରକୁ ନେବା ପରିବର୍ତ୍ତେ ସେମାନେ ଯେଉଁ ଠାକୁରଙ୍କୁ ପୂଜାର୍ଚ୍ଚନା କରି ପୁଅକୁ ପାଇଥିଲେ ସେଇ ଠାକୁରଙ୍କୁ ପୁଅର ଜୀବନ ଫେରାଇ ଦେବାକୁ ଗୁହାରି କରିଥିଲେ। ମନ୍ଦିର ବାହାରେ ପୁଅର ମୃତଦେହକୁ ଅର୍ଜୁନ ଜଗି ବସିଥିବା ବେଳେ ସୁତୁରା ମନ୍ଦିର ପରିସରରେ ଅଧିଆ ପଡ଼ିଥିଲେ।

Advertisment

ଖବର ପାଇ ଗତକାଲି ସନ୍ଧ୍ୟାରେ ମନ୍ଦିର କମିଟି ଓ ରେଙ୍ଗାଲି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମନ୍ଦିର କମିଟି ଓ ପୋଲିସ୍‌ ଦୀର୍ଘ ୧୭ ଘଣ୍ଟା ଧରି ଦମ୍ପତିଙ୍କୁ ବୁଝାଶୁଝା କରିବା ପରେ ସେମାନେ ପୁଅର ମୃତଦେହ ଧରି ଘରକୁ ଫେରିଥିଲେ।

Youth Died
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ