Advertisment

ପୋଖରୀରେ ବୁଡ଼ି ଇସ୍ରୋ ବୈଜ୍ଞାନିକଙ୍କ ମୃତ୍ୟୁ, ଛୁଟିରେ ଗାଁକୁ ଆସିଥିଲେ

ପୋଖରୀରେ ବୁଡ଼ି ଇସ୍ରୋର ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ। ଗତକାଲି ପୋଖରୀରେ ଗାଧୋଇବା ପାଇଁ ଯାଇ ଥିବାବେଳେ ଯୁବ ବୈଜ୍ଞାନିକ ପାଣିରେ ବୁଡ଼ି ଯାଇଥିଲେ। ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଭୁକ୍ତା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Young ISRO Scientist Drowns To Death While Bathing

Young ISRO Scientist Drowns To Death While Bathing

Advertisment

ପୋଖରୀରେ ବୁଡ଼ି ଇସ୍ରୋର ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ। ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ ଅନ୍ତର୍ଗତ ଝାରପାଲି ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଯୁବ ବୈଜ୍ଞାନିକଙ୍କ ନାଁ ନିହାର ରଞ୍ଜନ ପ୍ରଧାନ(୨୭)। ଗତକାଲି ପୋଖରୀରେ ଗାଧୋଇବା ପାଇଁ ଯାଇ ଥିବାବେଳେ ନିହାର ପାଣିରେ ବୁଡ଼ି ଯାଇଥିଲେ। ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଭୁକ୍ତା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Advertisment

ସୂଚନା ଅନୁସାରେ, ଝାରପାଲି ଗାଁରେ ଏକ ଚାଷୀ ପରିବାରରେ ନିହାର ଜନ୍ମ ଗ୍ରହଣ କରିଥିଲେ। ରାଜକୁମାର ପ୍ରଧାନଙ୍କ ସାନ ପୁଅ ଥିଲେ ନିହାର। ଶନିବାର ଦିନ ଛୁଟିରେ ସେ ଗାଁକୁ ଆସିଥିଲେ। ହେଲେ ସେ ଜାଣିନଥିଲେ ତାଙ୍କ ସହ ଏତେ ବଡ଼ ଅଘଟଣ ଘଟିବ ଓ ଏହି ଛୁଟି ତାଙ୍କର ଶେଷ ଛୁଟି ହୋଇଯିବ ବୋଲି। ଗତକାଲି ମଧ୍ୟାହ୍ନରେ ଗାଁର ଏକ ପୋଖରୀକୁ ଗାଧୋଇବାକୁ ଯାଇ ଥିବାବେଳେ ସେ ପାଣିରେ ବୁଡ଼ି ଯାଇଥିଲେ।

ପିଲା ବେଳୁ ନିହାର ଭାରତ ରତ୍ନ ଡଃ ଏ.ପି.ଜେ. ଅବଦୁଲ୍‌ କଲାମଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖିଥିଲେ। ଆଉ ତାଙ୍କ  ସ୍ୱପ୍ନ ମଧ୍ୟ ସାକାର ହୋଇଥିଲା। ୨୦୨୧ ମସିହା ଜାନୁଆରୀରେ ସେ ISRO(Indian Space Research Organisation)ରେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ। ଗୋଟିଏ ଛୋଟ ଚାଷୀ ପରିବାରରୁ ଆସି ନିହାର ବରଗଡ଼ ଜିଲ୍ଲା ଓ ସାରା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଥିଲେ। ହେଲେ ହଠାତ୍‌ ତାଙ୍କର ଅକାଳ ବିୟୋଗରେ ଚାରିଆଡ଼େ ଶୋକର ଛାୟା ଖେଳି ଯାଇଛି। 

Advertisment
ISRO Scientist Drown
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ