Advertisment

ଠାକୁରଙ୍କୁ ବି ଛାଡ଼ିଲେନି, ଉନ୍ନତିକରଣ ନାଁରେ ଟଙ୍କା ଆତ୍ମସାତ୍

ସିଂହନାଥ ମନ୍ଦିରର ସିଂହଭାଗ ଲୁଟ୍...ମନ୍ଦିର ଉନ୍ନତିକରଣ ପାଇଁ ୨୦୧୮ ମସିହାରେ ୨ଟି ପର୍ଯ୍ୟାୟରେ ୯୯ ଲକ୍ଷ ୯୦ ହଜାର ଅର୍ଥାତ୍ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ସିଂହନାଥ ମନ୍ଦିରର ଉନ୍ନତିକରଣ ଶୂନ୍ ।

Yojanara Na Hariloot

Yojanara Na Hariloot

Advertisment

କଟକ ଜିଲ୍ଲା ବଡ଼ମ୍ବାରେ ଥିବା ସିଂହନାଥ ମନ୍ଦିରର ଉନ୍ନତୀକରଣ ନାଁରେ ଆସିଥିବା ପ୍ରାୟ କୋଟିଏ ଟଙ୍କା ଆତ୍ମସାତ୍ । ଆଲୋକୀକରଣ, ମ୍ୟୁଜିୟମ, ପ୍ରବେଶ ଦ୍ୱାର, ପାଚେରୀ ଭଳି ମନ୍ଦିରର ବିଭିନ୍ନ କାମ ପାଇଁ ହଜାର ହଜାର ଟଙ୍କା ଆସିଛି। କିନ୍ତୁ ବ୍ୟାଖାନ କେନ୍ଦ୍ରକୁ ଛାଡିଦେଲେ ବାକି କାମ କିଛି ହୋଇନାହିଁ। ମନ୍ଦିର ଗର୍ଭଗୃହ ଭିତରେ ଲାଇଟ୍ ଛାଡିଲେ ପୀଠରେ ସ୍ଥାୟୀ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟ ନାହିଁ।

Advertisment

ମନ୍ଦିର ଉନ୍ନତିକରଣ ପାଇଁ ୨୦୧୮ ମସିହାରେ ୨ଟି ପର୍ଯ୍ୟାୟରେ ୯୯ ଲକ୍ଷ ୯୦ ହଜାର ଅର୍ଥାତ୍ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ସିଂହନାଥ ମନ୍ଦିରର ଉନ୍ନତିକରଣ ଶୂନ୍ । ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୀଠର ଆଲୋକୀକରଣ ପାଇଁ ଥରେ ୩ ଲକ୍ଷ ୧୬ ହଜାର ଏବଂ ଆଉଥରେ ୨ ଲକ୍ଷ ୬୦ ହଜାର ଏପରି ମୋଟ ୫ ଲକ୍ଷ ୭୬ ହଜାର ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ଏବେବି ସଞ୍ଜ ନଇଁଲେ ଅନ୍ଧାର ରହୁଛି କଟକ ବଡ଼ମ୍ବା ବ୍ଲକର ଏହି ପ୍ରସିଦ୍ଧ ଶୈବ ପୀଠ । କେବଳ ମନ୍ଦିର ଗର୍ଭଗୃହକୁ ଛାଡିଦେଲେ ପୀଠରେ ସ୍ଥାୟୀ ବିଦ୍ୟୁତ୍ ବ୍ୟବସ୍ଥା ନାହିଁ।

ସିଂହନାଥ ମନ୍ଦିରର ଏଣ୍ଟ୍ରାନ୍ସ ଗେଟ୍ ବା ପ୍ରବେଶ ଦ୍ୱାର ପାଇଁ ଆସିଛି ୧୬ ଲକ୍ଷ ୮୪ ହଜାର ଟଙ୍କା । କିନ୍ତୁ ଏଣ୍ଟ୍ରାନ୍ସ ଗେଟ୍ ହୋଇନି। ପୀଠରେ ମ୍ୟୁଜିୟମ୍ ପାଇଁ ୨୧ ଲକ୍ଷ ୧୨ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି, ହେଲେ ମ୍ୟୁଜିୟମ୍ ନାହିଁ। ସେହିପରି ଆନନ୍ଦ ବଜାର ପାଇଁ ୯ ଲକ୍ଷ ୬ ହଜାର ଏବଂ ମନ୍ଦିର ପାଚେରୀ ପାଇଁ ୩ ଲକ୍ଷ ୩୪ ହଜାର ଟଙ୍କା ଆସିଛି ହେଲେ ନା ପାଚେରି ହୋଇଛି ନା ଆନନ୍ଦ ବଜାର । କେବଳ ପର୍ଯ୍ୟଟକଙ୍କ ବସା ଉଠା ପାଇଁ ୧୯ ଲକ୍ଷ ୩୪ ହଜାର ଟଙ୍କା ବ୍ୟୟରେ ଏକ ବ୍ୟାଖ୍ୟାନ କେନ୍ଦ୍ର ତିଆରି ହୋଇଛି।

Advertisment

କଟକ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ସିଂହନାଥ ପୀଠର ଗୁରୁତ୍ୱ ରହିଛି। ଗୋପୀନାଥପୁରରୁ ବୈଦେଶ୍ୱରକୁ ଟି-ସେତୁ ଯୋଡ଼ି ହେବା ପରେ ପୀଠର ଲୋକପ୍ରିୟତା ଯଥେଷ୍ଟ ବଢିଛି। କିନ୍ତୁ ଯେଉଁ ଅନୁସାରେ ଲକ୍ଷ ଲକ୍ଷ ଟଙ୍କା ଆସୁଛି ସେହି ଅନୁସାରେ ପୀଠର ବିକାଶ ହେଉନି। ମନ୍ଦିର ଉନ୍ନତିକରଣ ପାଇଁ ଆସୁଥିବା ଟଙ୍କା କୁଆଡେ ଯାଉଛି ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି।

ଆଲୋକୀକରଣ, ମ୍ୟୁଜିୟମ, ଆନନ୍ଦବଜାର ଇତ୍ୟାଦି ପାଇଁ ଟଙ୍କା ଆସିଛି ହେଲେ କାହିଁକି କରାଯାଇନି ବୋଲି ତହସିଲଦାର ତଥା ଦେବୋତ୍ତର ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେ ପର୍ଯ୍ୟଟନ ବିଭାଗ ସହ କଥା ହେବେ ବୋଲି କହିଛନ୍ତି।

Advertisment
Jojanara Na Hariloot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ