Worlds longest running santa school trains hundreds santa every year
ୱାଶିଂଟନ୍: ଆଜି ସମଗ୍ର ଦେଶ ଖ୍ରୀଷ୍ଟମାସ ପାଳନ କରୁଛି । ଖ୍ରାଷ୍ଟମାସରେ ସାନ୍ତା କ୍ଲଜ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ହେଲେ ଆପଣ କେବେ ଶୁଣିଛନ୍ତି କି ସାନ୍ତା ସ୍କୁଲ୍ । ଆମେରିକାର ମିଚିଗାନରେ ଏକ ବିଦ୍ୟାଳୟ ଅଛି, ଯେଉଁଠି ଗତ ୮୫ ବର୍ଷ ଧରି ସାନ୍ତାଙ୍କ ତାଲିମ ଦିଆଯାଏ । ଏହି ବିଦ୍ୟାଳୟରେ ଆଡମିଶନ କରିଥିବା ଲୋକଙ୍କୁ ସାନ୍ତା ଭଳି କାର୍ଯ୍ୟ କରିବାକୁ ତାଲିମ ଦିଆଯାଏ ।
ସୂଚନା ଅନୁସାରେ, ଆମେରିକାର ମିଚିଗାନରେ ଥିବା ‘ଚାର୍ଲ୍ସ ଡବ୍ଲୁ ହାୱାର୍ଡ ସାଣ୍ଟା କ୍ଲଜ୍’ ସ୍କୁଲରେ (Charles W Howard Santa Claus School) ଗତ ୮୫ ବର୍ଷ ଧରି ଲୋକମାନଙ୍କୁ ସାନ୍ତା କ୍ଲଜ୍ ହେବା ପାଇଁ ପାଇଁ ତାଲିମ୍ ଦିଆଯାଇଥାଏ । ଏହି ବିଦ୍ୟାଳୟ ୧୯୩୭ ମସିହାରେ ଆରମ୍ଭ ହୋଇଥିଲା । ଜଣେ କୃଷକ ଏହି ବିଦ୍ୟାଳୟକୁ ଆରମ୍ଭ କରିଥିଲେ । ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଅନୁଯାୟୀ ଏହା ହେଉଛି ସର୍ବ ପୁରାତନ ବିଦ୍ୟାଳୟ ଯେଉଁଥିରେ ସାନ୍ତାଙ୍କ ପରି କାର୍ଯ୍ୟ କରିବାକୁ ତାଲିମ ଦିଆଯାଏ । ଚଳିତ ବର୍ଷ ଏହି ବିଦ୍ୟାଳୟର ୮୫ ବର୍ଷ ପୁର୍ତ୍ତି ଅବସରରେ ବାର୍ଷିକୀ ଉତ୍ସବ ପାଳନ କରାଯିବ ।
ପ୍ରତିବର୍ଷ ଏହି ବିଦ୍ୟାଳୟରେ ତିନି ଶହରୁ ଅଧିକ ଛାତ୍ରଛାତ୍ରୀ ପାସ୍ କରନ୍ତି । ଏଥିରେ ଛାତ୍ରମାନଙ୍କୁ ସାନ୍ତା ପରି ନାଚିବା ଏବଂ ଜିଙ୍ଗଲ୍ ବେଲ୍ସ ଗାଇବା ଭଳି ଅନେକ ଜିନିଷ ଶିଖାଯାଇତାଏ । ଏହା ବ୍ୟତୀତ, ନାଲି ପୋଷାକ ପିନ୍ଧି ମାତ୍ର ୩୦ ସେକେଣ୍ଡ ମଧ୍ୟରେରେ ସାନ୍ତା ପରି ପ୍ରସ୍ତୁତ ହେବାର କୌଶଳ ମଧ୍ୟ ଶିଖାଯାଏ । ଏହି ବିଦ୍ୟାଳୟରେ ଆଡମିଶନ ପାଇଁ କେବଳ ମୋଟା ହେବା ହିଁ ଆବଶ୍ୟକ ଅଟେ ।
ବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମ ରହିଛି । ଏଥିରେ, ପୁରୁଣା ବନ୍ଧୁମାନଙ୍କୁ ଭେଟିବା ସହ ନୂଆ ବନ୍ଧୁ କରିବା ଭଳି ବିଭିନ୍ନ ଜିନିଷ ଗୁଡ଼ିକର ଶିକ୍ଷା ଦିଆଯାଏ । ଏହି ବିଦ୍ୟାଳୟରୁ ପାସ୍ଆଉଟ୍ କରି ଛାତ୍ରଛାତ୍ରୀମାନେ ଆମେରିକାର କୋଣ ଅନୁକୋଣରେ ବୁଲି ସାନ୍ତା ବେଶରେ ସମସ୍ତଙ୍କୁ ଖୁସି ପ୍ରଦାନ କରିଥାନ୍ତି । ବର୍ତ୍ତମାନ ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ହେଉଛନ୍ତି ଟମ୍ ଏବଂ ହୋଲି ଭାଲେଣ୍ଟ୍ । ଆଜି ବି ଏହି ବିଦ୍ୟାଳୟରେ ଆଡମିଶନ ପାଇଁ ଲୋକଙ୍କ ଏକ ଧାଡି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640403017.jpg)