Advertisment

ବିଶ୍ୱର ସବୁଠୁ ଡେଙ୍ଗା ମହିଳା, ଉଚ୍ଚତା ୭ ଫୁଟ୍ ୭ ଇଞ୍ଚ

ତୁର୍କୀର ରୁମେସା ଗେଲ୍‌ଗି ବିଶ୍ୱର ସବୁଠୁ ଲମ୍ଭା ମହିଳା ଭାବେ ଆଖ୍ୟା ପାଇଛନ୍ତି। ରୁମେସାଙ୍କ ଉଚ୍ଚତା ୨୧୫ ଦଶମିକ ୧୬ ସେଣ୍ଟିମିଟର। ଯାହାକି ଫୁଟରେ ୭ ଫୁଟ୍ ୭ ଇଞ୍ଚ। ବିଶ୍ୱର ସବୁଠୁ ଲମ୍ଭା ମହିଳା ଭାବେ ସେ ଗିନିଜ୍ ଓ୍ୱାର୍ଲଡ୍‌ ରେକର୍ଡର ଅଧିକାରିଣୀ ହୋଇ ପାରିଛନ୍ତି।

World's Tallest Woman

World's Tallest Woman

Advertisment

ଅଙ୍କାରା: ତୁର୍କୀର ରୁମେସା ଗେଲ୍‌ଗି ବିଶ୍ୱର ସବୁଠୁ ଲମ୍ଭା ମହିଳା ଭାବେ ଆଖ୍ୟା ପାଇଛନ୍ତି। ରୁମେସାଙ୍କ ଉଚ୍ଚତା ୨୧୫ ଦଶମିକ ୧୬ ସେଣ୍ଟିମିଟର। ଯାହାକି ଫୁଟରେ ୭ ଫୁଟ୍ ୭ ଇଞ୍ଚ। ବିଶ୍ୱର ସବୁଠୁ ଲମ୍ଭା ମହିଳା ଭାବେ ସେ ଗିନିଜ୍ ଓ୍ୱାର୍ଲଡ୍‌ ରେକର୍ଡର ଅଧିକାରିଣୀ ହୋଇ ପାରିଛନ୍ତି। ତାଙ୍କୁ ପ୍ରମାଣପତ୍ର ଦିଆଯିବା ସହ ସମ୍ମାନିତ ମଧ୍ୟ କରାଯାଇଛି।  

Advertisment

୨୦୧୪ ମସିହାରେ ୧୮ ବର୍ଷ ବୟସରେ ରୁମେସା ବିଶ୍ୱର ସବୁଠୁ ଲମ୍ବା ଟିନ୍ ଏଜର ଲିଭିଙ୍ଗ କାଟାଗୋରୀ ପାଇଁ ବିଶ୍ୱ ରେକର୍ଡରେ ସ୍ଥାନ ପାଇଥିଲେ। ତେବେ ଚଳିତ ବର୍ଷ ସେ ଗିନିଜ୍ ଓ୍ୱାର୍ଲଡ୍‌ ରେକର୍ଡର ଅଧିକାରିଣୀ ହୋଇପାରିଛନ୍ତି।   

ଆପଣ ଭାବୁଥିବେ ଅନ୍ୟମାନଙ୍କ ଉଚ୍ଚତାଠାରୁ ରୁମେସା ଗେଲ୍‌ଗି ଏତେ ଡେଙ୍ଗା କେମିତି ? ଏହା କେମିତି ସମ୍ଭବ ହୋଇପାରିଲା ? ସ୍ୱାଭାବିକ ଶାରୀରିକ ଗଠନ ଯୋଗୁ ନା ଉଚ୍ଚତା ବଢ଼ିବା ଲାଗି ଆଉ କିଛି କାରଣ ରହିଛି। ଓ୍ୱିବର ସିଣ୍ଡ୍ରୋମ୍ ଜନିତ ବ୍ୟାଧିରୁ ତାଙ୍କର ଉଚ୍ଚତା ବଢ଼ି ଏମିତି ହୋଇଛି। Skeletal Maturation ବା କଙ୍କାଳ ପରିପକ୍ୱତା ସହିତ ଅନ୍ୟ ଶାରୀରିକ ଅସାମନତା ଯୋଗୁ ରୁମେସା ଶରୀରର ଉଚ୍ଚତା ବଢ଼ି ଚାଲିଛି। ଏହି କାରଣ ପାଇଁ ସେ ସବୁବେଳେ ହ୍ୱିଲ୍ ଚେୟାର ବ୍ୟବହାର କରୁଛନ୍ତି। ଏହି ଉଚ୍ଚତା ତାଙ୍କ ଜୀବନକୁ ଦୁର୍ବିସହ କରି ପକାଇଛି ବୋଲି ସେ କହିଛନ୍ତି। ୨୪ ଘଣ୍ଟାରେ ୪ ମିନିଟ୍ ବି ଚାଲିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି।

Advertisment

ସବୁଠାରୁ ବଡ଼ କଥା, ଗୁରୁତର ଶାରୀରିକ ସମସ୍ୟା ସତ୍ତ୍ୱେ ରୁମେସା ଲୋକଙ୍କ ମଧ୍ୟରେ ଦୁରାରୋଗ୍ୟ ସମ୍ପର୍କରେ ସଚେତନ କରାଇଥାନ୍ତି। ସେ ଯେବେ ବି ରାସ୍ତାରେ ଯାଆସ କରନ୍ତି ତାଙ୍କ ଉଚ୍ଚତା ଦେଖି ଲୋକମାନେ ଆଚମ୍ବିତ ହେବାସହ ତାଙ୍କୁ କଟାକ୍ଷ କରନ୍ତି। ହେଲେ ଅଧିକାଂଶ ଲୋକ ତାଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିଥାନ୍ତି ବୋଲି ରୁମେସା କହିଛନ୍ତି। ଘରେ ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟ ଏବଂ ସ୍ୱିଇମିଂ ପୁଲ୍‌ରେ ସମୟ ବିତାଇବା ଦ୍ୱାରା ତାଙ୍କୁ ସବୁ କ୍ଲାନ୍ତି ଏବଂ ଅବସାଦରୁ ମୁକ୍ତ କରିଥାଏ ବୋଲି ସେ କହିଛନ୍ତି। ରୁମେସା ଗେଲ୍‌ଗିଙ୍କ ଭଳି ପୁରୁଷ ବର୍ଗରେ ତୁର୍କୀର ସୁଲତାନ୍ କୋସେନ୍ ୮ ଫୁଟ୍ ୨ ଇଞ୍ଚର ଉଚ୍ଚତା ସହ ଗିନିଜ୍ ଓ୍ୱାର୍ଲଡ୍‌ ରେକର୍ଡର ଅଧିକାରୀ ରହିଛନ୍ତି।  

World's Tallest Woman Rumeysa Gelgi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ