ନିୟମ ନିୟମ ବାଟରେ: ଖୁଲମଖୁଲା ବିକ୍ରି ହେଉଛି ତମାଖୁ...ବଢୁଛି କ୍ୟାନସର

ଗୟାଧର ୨୦୧୫ ମସିହାରେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅସ୍ତ୍ରୋପଚାର କରିଥିଲେ । ଗୟାଧରଙ୍କ କହିବା ଅନୁଯାୟୀ ପୂର୍ବରୁ ସେ ପ୍ରତିଦିନ ଗୋଟିଏ ସିଗାରେଟ ଟାଣୁଥିଲେ । ଏହାପରେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା କହିଛନ୍ତି ।

Tabaco

ମାଳମାଳ ଗୁଟୁଗା ସାଙ୍ଗକୁ ସିଗାରେଟ ଆଉ ବିଡି ବିକ୍ରି ଚାଲିଛି  । ଖୁଲମଖୁଲା ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ବିକ୍ରି ଚାଲିଛି ତମାଖୁ । ଯାହାକୁ ନେଇ ସରକାରୀ ନିର୍ଦ୍ଦେଶନାମା ଉପରେ ଉଠିଲାଣି ପ୍ରଶ୍ନ । ଭଦ୍ରକ ଜିଲ୍ଲା ବାସୁଦେବପୁର... ଏଠି ନା ନିଘା ଅଛି ନା ପଘା ଅଛି ପ୍ରଶାସନର ? ଯିଏ ଯେମିତି ପାଇଲା ସିଏ ସେମିତି ବିକ୍ରି କରୁଛି ତମାଖୁ । ପ୍ରଶାସନ କି ନିୟମ କାହାକୁ ଖାତିର ନକରି ଖୁଲମଖୁଲା ବିକ୍ରି ଚାଲୁଛି ତମାଖୁ ।

ସ୍ଥାନୀୟ ଅଂଚଳର ଗୟାଧର ସାହୁ । ଗୟାଧର ୨୦୧୫ ମସିହାରେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅସ୍ତ୍ରୋପଚାର କରିଥିଲେ । ଗୟାଧରଙ୍କ କହିବା ଅନୁଯାୟୀ ପୂର୍ବରୁ ସେ ପ୍ରତିଦିନ ଗୋଟିଏ ସିଗାରେଟ ଟାଣୁଥିଲେ । ଏହାପରେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା କହିଛନ୍ତି । ତମାଖୁ ସେବନ କଲେ ମରିବା ଛଡା ଆଉ ବାଟ କିଛି ନାହିଁ ବୋଲି କହିବା ସହ ସେବନ ନକରିବାକୁ କରିଛନ୍ତି ଅନୁରୋଧ ।  ଅନ୍ୟପଟେ ଛତୁ ଫୁଟିଲା ପରି ବଜାରଘାଟରେ ବଢି ଚାଲାଛି ତମାଖୁ ବିକ୍ରି । 

ସ୍ଥିତି ଏମିତି ହେଲାଣି ଯେ ଏବେ ବଜାର ଘାଟରେ ମାଳମାଳ ଗୁଟୁଖା ସାଙ୍ଗକୁ ସିଗାରେଟ ଆଉ ବିଡି ବିକ୍ରି ହେଉଛି । ଖୋଲା ଖୋଲି ନିୟମକୁ ଉଲଙ୍ଘନ କରି ଚାଲିଛି ତମାଖୁ ସାମଗ୍ରୀ ବିକ୍ରି । ପ୍ରଥଭ୍ରଷ୍ଟ ହୋଇ ଯୁବପିଢିମାନେ ଏହାର ସେବନ ବି କରୁଛନ୍ତି । ତମାଖୁ ସେବନ କରିବା ଦ୍ୱାରା ବିଭିନ୍ନ ରୋଗ ସହିତ ମୁଖ କର୍କଟ ପରି ମାରାତ୍ମକ ରୋଗର ଶିକାର ହେଉଛନ୍ତି  ଲୋକେ । ହେଲେ ବି ସୁଧୁରୁନାହାନ୍ତି । ତେବେ ଏହା ଉପରେ ସରକାର ଲଗାମ ନଦେଲେ ଆଗାମୀ ଦିନରେ ସ୍ଥିତି ନିୟନ୍ତ୍ରଣାଧୀନ ହୋଇ ରହିବନି ବୋଲି କହୁଛନ୍ତି ବୁଦ୍ଧିଜୀବୀ ।