Advertisment

ତେଜିଲା ମଦ ବିରୋଧି ଅଭିଯାନ: ଏଣିକି ମଦ ପିଇଲେ କିମ୍ବା ବିକିଲେ ରାସନ୍‌ କାର୍ଡ କଟିବ !

ଏଣିକି ମଦ ପିଇଲେ କିମ୍ବା ବିକିଲେ ଜନ ଆକ୍ରୋଶର ଶିକାର ହେବେ। ଏପରିକି ସେମାନଙ୍କର ରାସନ କାର୍ଡ ମଧ୍ୟ କଟାଯିବ।

ଅଦ୍ୟତନ ହୋଇଛି
Women take out march in protest against liquor business and drinkers in Gajapati district

Women take out march in protest against liquor business and drinkers in Gajapati district

Advertisment

ଏଣିକି ମଦ ପିଇଲେ କିମ୍ବା ବିକିଲେ ଜନ ଆକ୍ରୋଶର ଶିକାର ହେବେ। ଏହାସହ ମଦ୍ୟପ ଓ ବ୍ୟବସାୟୀଙ୍କୁ ବିରୋଧର ସମ୍ମୁଖିନ ହେବାକୁ ପଡ଼ିବ। ଏପରିକି ସେମାନଙ୍କର ରାସନ କାର୍ଡ ମଧ୍ୟ କଟାଯିବ। ଏମିତି କିଛି ଚେତାବନୀ ସହ ଆଗକୁ ଆସି ମଦ ବିରୋଧୀ ଅଭିଯାନରରେ ସାମିଲ ହୋଇଛନ୍ତି ମହିଳାମାନେ ଓ ଏହାର ନେତୃତ୍ୱ ନେଇଛନ୍ତି ଖୋଦ୍‌ ମହିଳା ସରପଞ୍ଚ। ଗଜପତି ଜିଲ୍ଲାରୁ ଏମିତି ଏକ ଖବର ଆସିଛି।

Advertisment

ଗଜପତି ଜିଲ୍ଲା ଗୁଳୁବା ପଞ୍ଚାୟତକୁ ସମ୍ପୂର୍ଣ୍ଣ ମଦ ମୁକ୍ତ କରିବା ପାଇଁ ଏଭଳି ଅଭିଯାନ ମହିଳାମାନେ ଆରମ୍ଭ କରିଛନ୍ତି । ସ୍ଥାନୀୟ ସରପଞ୍ଚ ରେଜିନା ପ୍ରଧାନଙ୍କ ନେତୃତ୍ୱରେ ମହିଳା ସଂଘର ଶତାଧିକ ମହିଳା ଓ ଅଙ୍ଗନବାଡି କର୍ମୀ ହାତରେ ପ୍ଲା କାର୍ଡ ଧରି ଗାଁକୁ ଗାଁକୁ ଯାଇ ମଦ ରନ୍ଧା ଓ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବିରୋଧ କରିଛନ୍ତି। ଏହାସହ ଜନସାଧାରଣଙ୍କୁ ମଦ ବନ୍ଦ ପାଇଁ ସଚେତନ କରିଛନ୍ତି। ଘରର ପୁରୁଷମାନେ ମଦ୍ୟ ପାନ କରି ସ୍ତ୍ରୀମାନଙ୍କୁ ନିର୍ଯାତନା ଦେଉଛନ୍ତି। ସେଥିପାଇଁ ପଞ୍ଚାୟତକୁ ସମ୍ପୂର୍ଣ୍ଣ ଭାବେ ମଦ ମୁକ୍ତ ପଞ୍ଚାୟତ ଗଠନ ପାଇଁ ଆହ୍ୱାନ ଦିଆଯାଇଛି। 

ଏନେଇ ଗୁଳୁବା ପଞ୍ଚାୟତର ସରପଞ୍ଚ ରେଜିନା ପ୍ରଧାନ କହିଛନ୍ତି ଯେ, ‘ଆମ ପଞ୍ଚାୟତରେ ମଦ ବିକ୍ରି ଓ ପିଇବା ବ୍ୟବସ୍ଥା ଚାଲିଛି। ଯଦ୍ୱାରା ମହିଳାମାନଙ୍କ ଉପରେ ନିର୍ଯାତନା ବଢ଼ି ଚାଲିଛି। ଆଗାମୀ ଦିନରେ ଯେଉଁ ଘରେ ମଦ ରନ୍ଧା ଯିବ କିମ୍ବା କେହି ପିଇବେ ତା’ହେଲେ ସେମାନଙ୍କର ରାସନ୍‌ କାର୍ଡ କାଟି ଦିଆଯିବ। 

Advertisment

(ରିପୋର୍ଟ- ମିହିର ଜତି, ମୋହନା)

Protest Against Liquor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ