Advertisment

ଅସହାୟଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା

ଅସହାୟଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା। ଶତାଧିକ ମହିଳା ଏକାଠି ହୋଇ ଗଢିଲେ ‘ହେଲ୍ପ ଓଡ଼ିଶା ଟ୍ରଷ୍ଟ୍’।

ଅଦ୍ୟତନ ହୋଇଛି
Women made trust to help poor

Women made trust to help poor

Advertisment

ଗରିବ ତଥା ଅସହାୟଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡିଛନ୍ତି ମହିଳା। ଶତାଧିକ ମହିଳା ଏକାଠି ହୋଇ ଗଢିଛନ୍ତି ‘ହେଲ୍ପ ଓଡ଼ିଶା ଟ୍ରଷ୍ଟ୍’। ଚନ୍ଦ୍ରଶେଖରପୁର ହାଉସିଂବୋର୍ଡରେ ଥିବା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏହାର ଶୁଭାରମ୍ଭ ହୋଇଛି। ଟ୍ରଷ୍ଟର ସମ୍ପାଦିକା ଚିତ୍ରଲେଖା ଆଚାର୍ଯ୍ୟ ଏହାର ଉଦ୍ଦେଶ୍ୟ  ଉପରେ ନେଇ ମତ ରଖିଥିଲେ।

Advertisment

ଚିତ୍ରଲେଖାଙ୍କ କହିବା କଥା ଅନେକ ମହିଳା ସମାଜରେ ଥିବା ନିଷ୍ପେସିତଙ୍କ ପାଇଁ ସେବା କରିବାକୁ ଚାହୁଁଥିଲେ ବି ସେମାନେ ଏକୁଟିଆ କୌଣସି କାର୍ଯ୍ୟ କରିପାରୁ ନାହାନ୍ତି। ଫଳରେ ସେମାନଙ୍କ ମନରେ ଥିବା ସମାଜ ପାଇଁ କିଛି କରିବାର ଆଶା ଅପୂରଣୀୟ ରହିଯାଉଛି। ତେବେ ମହିଳାମାନଙ୍କ ଏହି ଆଶାକୁ ପୂରଣ କରିବା ପାଇଁ ‘ହେଲ୍ପ ଓଡ଼ିଶା’ ଗଠନ କରାଯାଇଛି। ସମାଜରେ ଥିବା ଗରିବ ଓ ନିଷ୍ପେସିତମାନଙ୍କ ପାଇଁ କାମ କରିବା ଏହି ଟ୍ରଷ୍ଟର ମୁଖ୍ୟ ଲ‌କ୍ଷ ବୋଲି ସେ କହିଛନ୍ତି।

ଖାଲି ଏତିକି ନୁହେଁ ଡାକ୍ତରଖାନାରେ ରକ୍ତ ପାଇଁ ଡହଳ ବିକଳ ହେଉଥିବା ଲୋକମାନଙ୍କୁ ବି ଏହି ମହିଳାମାନେ ରକ୍ତଦାନ କରିବେ। ଏହା ସହିତ ସମାଜରୁ ବାଲ୍ୟ ବିବାହ ରୋକିବା, ବୃଦ୍ଧ ବୃଦ୍ଧାଙ୍କୁ ସେଲ୍ଟର ହୋମ୍‌ରେ ରଖେଇବା, କୁଷ୍ଠ ରୋଗୀମାନଙ୍କୁ ସେବା କରିବା ଏହି ଟ୍ରଷ୍ଟର ମୁଖ୍ୟ କାମ ହେବ ବୋଲି କୁହାଯାଇଛି।

Advertisment

ଟ୍ରଷ୍ଟର ଉଦ୍‌ଘାଟନ ଉତ୍ସବରେ ଇଂ ଦିଲ୍ଲୀପ କୁମାର ସାହୁ, ମନୋଜ କୁମାର ସାହୁ, ଗୀତା ପାଲୋଙ୍କ ସମେତ ସସ୍ମିତା ମହାନ୍ତି, କବିତା ମିଶ୍ର, ବନିତା ନାୟକ, ଅମିତ ଦାସ, ମନୋରମା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Odisha News Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ