Advertisment

ଶେଷରେ ପ୍ରାଣ ହରାଇଲେ ଥାନାରେ ବିଷ ପିଇଥିବା ମହିଳା

ବ୍ରହ୍ମପୁର ଗୋପାଳପୁର ଥାନା ଭିତରେ ପଶି ବିଷ ପିଇଥିବା ମହିଳାଙ୍କ ମୃତ୍ୟୁ..

ଅଦ୍ୟତନ ହୋଇଛି
Women kill herself inside police station

Women kill herself inside police station

Advertisment

ଥାନାରେ ବିଷ ପିଇଥିବା ମହିଳାଙ୍କ ମୃତ୍ୟୁ । ବ୍ରହ୍ମପୁର ଗୋପାଳପୁର ଥାନା ଭିତରେ ପଶି ବିଷ ପିଇଥିବା ମହିଳାଙ୍କ ମୃତ୍ୟୁ ଘଟିଛି । ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମହିଳା ଜଣକ ପ୍ରାଣ ହରାଇଛନ୍ତି । ମୃତକ ଜଣକ ନାଁ ଟିକିନା ଦାସ ହୋଇଥିବା ସୂଚନା ମିଳିଛି ।

Advertisment

ସୂଚନା ଅନୁସାରେ, ପାରିବାରିକ କଳହକୁ ନେଇ ମହିଳା ଗୋପାଳପୁର ଥାନା ଆସିଥିଲେ । ହେଲେ ବାରମ୍ବାର ଅଭିଯୋଗ ପରେ ବି କୌଣସି କାର୍ଯ୍ୟନୁଷ୍ଠାନ ହୋଇନଥିବାରୁ ଗତକାଲି ଥାନା ପରିସରରେ ମହିଳା ଜଣକ ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ମୃତ ମହିଳାଙ୍କ ଘର ଗୋପାଳପୁର ଥାନା ମାଣ୍ଡିଆପଲ୍ଲୀ ଜ୍ୟୋତିନଗରରେ ବୋଲି ଜଣାପଡ଼ିଛି । ଘଟଣାକୁ ନେଇ ବ୍ରହ୍ମପୁର ଏସ୍ପି ଶ୍ରବଣ ବିବେକ ଏମ୍. କହିଛନ୍ତି, ’ପାରିବାରିକ ଗଣ୍ଡଗୋଳରୁ ମହିଳା ଜଣକ ଏପରି କରିଛନ୍ତି ।’ ତେବେ ଘଟଣାକୁ ନେଇ ଏଚ୍ଆରପିସି ସ୍ତରୀୟ ତଦନ୍ତ କରାଯିବ ବୋଲି ଏସ୍ପି କହିଛନ୍ତି ।

Advertisment
Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ