Advertisment

ଏମିତି ଦ୍ୱୀପ ଯେଉଁଠି ଖାଲି ମହିଳା, ପୁରୁଷ କେଉଁଠି…

ଏ ଦୁନିଆରେ ରହିଛି ଏମିତି ଏକ ଦ୍ୱୀପ ଯାହା ମହିଳାପ୍ରଧାନ। ଏଠାରେ ପ୍ରାୟ ୯୦ ଭାଗ ମହିଳା ରହିଥାନ୍ତି। ଏହି ଦ୍ୱୀପର ସମସ୍ତ ଦାୟିତ୍ୱ ମହିଳାଙ୍କ ହାତରେ।

ଅଦ୍ୟତନ ହୋଇଛି
Women in Estonia, where matriarchal society exist

Women in Estonia, where matriarchal society exist

Advertisment

ସାଧାରଣତଃ ପୁରୁଷ ପ୍ରଧାନ ସମାଜରେ ମହିଳାମାନେ କେବଳ ଘରର ଯତ୍ନ ନେବା ପାଇଁ ଉପଯୁକ୍ତ ବିବେଚନା କରାଯାଆନ୍ତି। ଅନେକ ରକ୍ଷଣଶୀଳ ବ୍ୟକ୍ତି ମଧ୍ୟ ବିଶ୍ୱାସ କରନ୍ତି ଯେ ମହିଳାମାନେ ଚାକିରି କରିପାରିବେ ନାହିଁ, ଅନ୍ୟାନ୍ୟ କିଛି ଦୈନନ୍ଦିନ କାର୍ଯ୍ୟ ମଧ୍ୟ କରିପାରିବେ ନାହିଁ, କେବଳ ଘର ଚଳାଇ ପାରିବେ। ତେବେ ଏଭଳି ଭାବୁଥିବା ଲୋକଙ୍କ ମୁହଁରେ ତାଲା ପକେଇଛି ଇଷ୍ଟୋନିଆ ଦ୍ୱୀପ। ଏଠି ଏପରି ଏକ ନିଆରା ଗାଁ ଅଛି ଯେଉଁଠାରେ ଜନସଂଖ୍ୟାର ୯୦ ପ୍ରତିଶତରୁ ଅଧିକ ମହିଳା ଅଟନ୍ତି। ଏହି ଦ୍ୱୀପର ବିଶେଷତ୍ୱ ​​ହେଉଛି ମହିଳାମାନେ ହିଁ ସବୁ କାମ କରନ୍ତି। ସମଗ୍ର ଦ୍ୱୀପର ଦାୟିତ୍ୱ ମହିଳାଙ୍କ ହାତରେ।

Advertisment

ଇଷ୍ଟୋନିଆର କିହନୁ ଦ୍ୱୀପ ମହିଳା ଦ୍ୱୀପ ଭାବରେ ପ୍ରସିଦ୍ଧ। ୟୁନେସ୍କୋର ଇଣ୍ଟେଜେବୁଲ୍ କଲଚର୍ ହେରିତେଜ୍ ଅଫ୍ ହ୍ୟୁମାନିଟି ତାଲିକାରେ ଏହି ଦ୍ୱୀପର ନାମ ଅନ୍ତର୍ଭୁକ୍ତ। ଏହି ଦ୍ୱୀପରେ ପ୍ରାୟ ୩୦୦ ଲୋକ ବାସ କରନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ମହିଳା। ଏଇଠି ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ ଯେ ଏଠାରେ କାହିଁକି କେବଳ ମହିଳାମାନେ ହିଁ ବାସ କରନ୍ତି? ତେବେ ପୁରୁଷମାନେ କେଉଁଠାରେ ଅଛନ୍ତି ଏବଂ ଏହି ମହିଳାମାନେ କ’ଣ ଅବିବାହିତ, ଯଦି ନୁହେଁ, ତେବେ ସେମାନଙ୍କ ପରିବାର କେଉଁଠାରେ ଅଛନ୍ତି? ଆସନ୍ତୁ ଏ ସମସ୍ତ ପ୍ରଶ୍ନର ଉତ୍ତର ଜାଣିନେବା।

ଏହି ମହିଳାମାନଙ୍କ ପରିବାରର ସ୍ୱାମୀ ଓ ପୁରୁଷମାନେ ଚାକିରି କରିବା ଉଦ୍ଦେଶ୍ୟରେ ଇଷ୍ଟୋନିଆରେ ରୁହନ୍ତି। ସେଥିପାଇଁ ଅଧିକାଂଶ ମହିଳା ଏହି ଦ୍ୱୀପରେ ହିଁ ରହିଯାଆନ୍ତି। କିନ୍ତୁ ଏହି ମହିଳାମାନେ ଏହି ସମଗ୍ର ଦ୍ୱୀପକୁ ଏପରି ଭାବରେ ଚଳାଇଛନ୍ତି ଯେ ସମସ୍ତେ ସେମାନଙ୍କୁ ପ୍ରଶଂସା କରନ୍ତି। ସେମାନେ ସେମାନଙ୍କର ମାନ୍ୟତା ଓ ରୀତିନୀତି ବଜାୟ ରଖିଛନ୍ତି। ପର୍ବପର୍ବାଣୀଙ୍କ୍ ଧୂମ୍‌ଧାମ୍‌ରେ ପାଳନ କରନ୍ତି, ନାଚନ୍ତି, ଗାଆନ୍ତି। ପୁରୁଷମାନଙ୍କ ଟଙ୍କା ବ୍ୟତୀତ ନିଜେ ବିଭିନ୍ନ ପ୍ରକାର ହସ୍ତଶିଳ୍ପ କରି ଟଙ୍କା ରୋଜଗାର କରନ୍ତି। ଏହି ଦ୍ୱୀପରେ କେବଳ ମହିଳାମାନେ ହିଁ ବିବାହ କାର୍ଯ୍ୟ କରାନ୍ତି। ସେହିପରି ପରିବାରରେ କାହାର ମୃତ୍ୟୁ ହୋଇଗଲେ ବି ସେମାନଙ୍କର ଅନ୍ତିମ ସଂସ୍କାରର ଦାୟିତ୍ୱ ମଧ୍ୟ ମହିଳାମାନଙ୍କର ହୋଇଥାଏ।

Advertisment
Women in Estonia, where matriarchal society existଏମିତି ଦ୍ୱୀପ ଯେଉଁଠି ଖାଲି ମହିଳା

ମାତୃଶକ୍ତିରେ ନିର୍ମିତ ଏହି ଦ୍ୱୀପର ରୀତିନୀତିର ବିଶେଷତା ହେତୁ ଏଠାକାର ଲୋକମାନେ ସେମାନଙ୍କର ମୌଳିକତାରୁ ବିଚ୍ଛିନ୍ନ ହୋଇ ନାହାନ୍ତି। ପ୍ରକାଶଥାଉ ଯେ ଏହି ଦ୍ୱୀପରେ କେବଳ ଅପରାଧ ତଥା ଦେଶାନ୍ତରର ଦଣ୍ଡ ଭୋଗୁଥିବା ଲୋକମାନେ ରହୁଥିଲେ। ପ୍ରାୟ ୫୦ ବର୍ଷ ଧରି ସୋଭିଏତ ସଂଘ ଏହି ଦ୍ୱୀପକୁ ନିଜ ଅଧିନରେ ରହିଥିଲା। ସେହି ସମୟରୁ ହିଁ ମହିଳାମାନେ ଏଠାରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଅବଶ୍ୟ, ବର୍ତ୍ତମାନ ବଦଳୁଥିବା ସମୟ ସହିତ, ଯୁବକ ଯୁବତୀମାନେ ଦ୍ୱୀପ ବାହାରକୁ ପଢିବାକୁ କିମ୍ବା ଚାକିରି କରିବାକୁ ଚାହୁଁଛନ୍ତି, ଯେଉଁଥିପାଇଁ ଏଠାରେ ଥିବା ସ୍ୱତନ୍ତ୍ର ପରମ୍ପରା ଧୀରେ ଧୀରେ କ୍ଷୟ ହେବାକୁ ଯାଉଛି।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ