Advertisment

କିନ୍ନରଙ୍କ ସହ ସ୍ୱାମୀଙ୍କ ବିବାହ କରାଇଲେ ସ୍ତ୍ରୀ

କିନ୍ନରଙ୍କ ସହ ସ୍ୱାମୀଙ୍କ ସମ୍ପର୍କ ଥିବା ଜାଣିପାରି ନିଷ୍ପତ୍ତି ନେଲେ ସ୍ତ୍ରୀ, ବିନା କୌଣସି ବାଧା ଦେଇ କିନ୍ନରଙ୍କ ସହ ବିବାହ କରାଇଲେ

ଅଦ୍ୟତନ ହୋଇଛି
Special story

Special story

Advertisment

ସ୍ୱାମୀଙ୍କ ବିବାହ କରାଇଲେ ସ୍ତ୍ରୀ । ତା ପୁଣି କିନ୍ନରଙ୍କ ସହ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଲକୁଲ ସତ କଥା । କାରଣ କୌଣସି ସ୍ତ୍ରୀ କେବେ ସ୍ୱାମୀକୁ ବାଣ୍ଟିବାକୁ ଚାହିଁବେ ନାହିଁ । ହେଲେ କଳାହାଣ୍ଡି ନର୍ଲାରେ ଜଣେ ମହିଳା ନିଜ ସ୍ୱାମୀଙ୍କୁ ଜଣେ କିନ୍ନରଙ୍କ ସହ ବାହା ଦେଇଛନ୍ତି ।

Advertisment

ନର୍ଲା ବ୍ଲକର ଧୁରକୁଟି ଗାଁରେ ଆଜି ଏକ ଭିନ୍ନ ଧରଣର ବିବାହ ଦେଖିବାକୁ ମିଳିଛି । ଗାଁର ଫକିର ନିଆଲଙ୍କ କିନ୍ନର ସଙ୍ଗିତାଙ୍କ ସହ ପ୍ରେମ ସମ୍ପର୍କ ଥିଲା । ସେ ବିବାହିତ ହୋଇଥିବା ବେଳେ ପିଲାଟିଏ ମଧ୍ୟ ଅଛି । ତେବେ ଉଭୟଙ୍କ ସମ୍ପର୍କରେ ଫକିରଙ୍କ ସ୍ତ୍ରୀ ଜାଣିବା ପରେ କିନ୍ନରଙ୍କ ସହ ସ୍ୱାମୀଙ୍କ ବିବାହ ଦେବାକୁ ଯୋଜନା କରିଥିଲେ । ସ୍ୱାମୀଙ୍କ ସହ ଖୋଲାଖୋଲି ଏନେଇ କଥା ହୋଇ କିନ୍ନର ସଙ୍ଗୀତାଙ୍କ ସହ ବିବାହ ସମ୍ପର୍ଣ୍ଣ କରାଇଛନ୍ତି ।

କିନ୍ନର ସଂଘର ସଦସ୍ୟଙ୍କ ଉପସ୍ଥିତିରେ ଫକିର ସଙ୍ଗୀତାଙ୍କୁ ସିନ୍ଦୂର ଲଗାଇବା ସହ ମାଳ ପିନ୍ଧାଇଛନ୍ତି । ଫକିରଙ୍କ ବିବାହକୁ ପାଞ୍ଚ ବର୍ଷ ପୁରିଛି, ଏକ ଛୋଟ ଛୁଆ ବି ରହିଛି । ଏଭଳି ପରିସ୍ଥିତିରେ ତାଙ୍କ ସ୍ତ୍ରୀଙ୍କ ନିଷ୍ପତ୍ତି ଆଲୋଚନାର ବିଷୟ ପାଲଟିଛି । ସମସ୍ତଙ୍କ ସହମତିରେ ଆଜି ନର୍ଲା ରୋଡ଼ କିନ୍ନରଙ୍କ ବାସଗୃହରେ ବିବାହ ସମ୍ପାଦନ ହୋଇଥିବା ବେଳେ ଘଟଣା ଏବେ ଚର୍ଚ୍ଚାକୁ ଆସିଛି ।

Advertisment

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ