Advertisment

ରୋଡ୍‌ରେ ହାଇଡ୍ରାମା : ସ୍ୱାମୀ ଗାଡ଼ି ଆଗରେ ଶୋଇଲେ ସ୍ତ୍ରୀ

ବିଚ୍‌ ରାସ୍ତାରେ ହାଇଡ୍ରାମା । ସ୍ୱାମୀ ମଦ ପିଇବାକୁ ବାଧ୍ୟ କରିବା ସହିତ ପର ପୁରୁଷଠୁ ଟଙ୍କା ଆଣିବାକୁ ବାଧ୍ୟ କରୁଥିଲେ ...ବାସ୍‌ ୩୦ ବର୍ଷ ଅତିଷ୍ଠ ହେବା ପରେ ଏବେ ଏମିତି ପ୍ରତିବାଦ କରୁଛନ୍ତି ସ୍ତ୍ରୀ।

ଅଦ୍ୟତନ ହୋଇଛି
Woman sleep

Woman sleep

Advertisment

ରାସ୍ତା ଉପରେ ହାଇଡ୍ରାମା । ସ୍ୱାମୀ ଗାଡି ନେଇଯାଉଥିବା ବେଳେ କାର୍‌ ସାମ୍ନାରେ ଶୋଇଲେ ସ୍ତ୍ରୀ । ବର୍ଷେ କି ୨ ବର୍ଷ ନୁହେଁ ବରଂ ୩୫ ବର୍ଷ ଲଢେଇ ପରେ କିଛି ଏମିତି ଢଙ୍ଗରେ ନିଜ ପ୍ରତିବାଦ ଜଣାଇଛନ୍ତି ପ୍ରଥମ ପତ୍ନୀ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଏବେ ଭାରି ଚର୍ଚ୍ଚା ।

Advertisment

ଗୋଟିଏ କି ଦୁଇଟି ନୁହେଁ ବରଂ ସ୍ୱାମୀ କରିଛନ୍ତି ୬ଟି ବିବାହ । ପୁଣି ରୀତିମତ ପିଉଛନ୍ତି ମଦ । ଆଉ କହୁଛନ୍ତି, ପର ପୁରୁଷ ପାଖକୁ ଯାଅ...ଟଙ୍କା ଆଣି ମତେ ଦିଅ । ଏମିତି ସଙ୍ଗୀନ ଅଭିଯୋଗ ନିଜ ସ୍ୱାମୀଙ୍କ ନାଁରେ ଆଣିଛନ୍ତି ଜଣେ ସ୍ତ୍ରୀ । ସ୍ୱାମୀଙ୍କ ନିର୍ଯାତନା ସମ୍ପର୍କରେ ଦୀର୍ଘବର୍ଷ କୋର୍ଟ ଥାନାର ଚକ୍କର କାଟିକାଟି ନିରାଶ ହେବା ପରେ ବୁଧବାର ଗୋପ ବ୍ଲକ ପରିସରରେ ସ୍ୱାମୀ ଗାଡି ଆଗରେ ଶୋଇ ପଡିଥିଲେ ସ୍ତ୍ରୀ । ଯାହାକୁ ନେଇ ପୂରା ଗୋପ ଅଂଚଳରେ ଚର୍ଚ୍ଚା ଚାଲିଛି । ଆଉ ପୋଲିସ ଖବର ପାଇବା ପରେ ସ୍ତ୍ରୀକୁ ଉଠାଇ ନେଇଛି ।

ଅଭିଯୋଗ ଅନୁସାରେ, ଗୋପ ଅଂଚଳର ରାଜକିଶୋର ବିଶ୍ୱାଳଙ୍କ ପ୍ରଥମ ପତ୍ନୀ ରାଜଲକ୍ଷ୍ମୀ ବିଶ୍ୱାଳ ନିଜର ହକ ଦାବି କରି କାର୍ ଆଗରେ ଶୋଇ ପ୍ରତିବାଦ କରୁଥିଲେ । ୧୦ କି ୧୫ ମିନିଟ୍‌ ନୁହେଁ ବରଂ ୨ ଘଂଟା ଧରି ରାସ୍ତାରେ ଚାଲୁଥିଲା ଏଇ ଡ୍ରାମା । ତେବେ ପୂରା ଘଟଣାର ତଦନ୍ତ ଏବେ ପୋଲିସ ଚଲାଇଥିବା ବେଳେ ଅନୈତିକ ସମ୍ପର୍କ ପାଇଁ ଏମିତି ସ୍ଥିତି ଉପୁଜିଥିବା ସ୍ଥାନୀୟ ଅଂଚଳବାସୀ କହିଛନ୍ତି । ହେଲେ ପୂରା ଘଟଣାରେ ପୋଲିସର ପ୍ରତିକ୍ରିୟା ମିଳିପାରିନି । 

Advertisment

(କୋଣାର୍କରୁ ସଂଜୟ ପତିଙ୍କ ରିପୋର୍ଟ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ