ନିଜେ ସିନା ନିଃସନ୍ତାନ; ଅନ୍ୟର କୋଳ ଭରିବା ପାଇଁ ଦେଇଦେଲେ ଡିମ୍ବକୋଷ

ନିଃସନ୍ତାନ ହେବାର ଦୁଃଖ କେବଳ ଆଉ ଜଣେ ନିଃସନ୍ତାନ ମାଆ ହିଁ ବୁଝିପାରେ। ଏହାକୁ ଜଣେ ମହିଳା ବୁଝିଥିଲେ ବୋଲି ନିଜେ ସନ୍ତାନ ହୀନ ଥାଇ ବି ଅନ୍ୟ ମହିଳାଙ୍କ କୋଳକୁ ପୂର୍ଣ୍ଣ କରିବା ନେଇ ଦାନ କରିଦେଲେ ନିଜ ଡିମ୍ବକୋଷ।

ନିଜେ ସିନା ନିଃସନ୍ତାନ; ଅନ୍ୟର କୋଳ ଭରିବା ପାଇଁ ଦେଇଦେଲେ ଡିମ୍ବକୋଷ

ପ୍ରତ୍ୟେକ ମହିଳା ନିଜ ଜୀବନରେ ଅନ୍ତତଃ ପକ୍ଷେ ଥରେ ମା’ ହେବାର ଆନନ୍ଦ ନେବାକୁ ଚାହାଁନ୍ତି। କିନ୍ତୁ ବେଳେବେଳେ ନିୟତି ଏମିତି ଖେଳ ଖେଳିଥାଏ ଯେ କିଛି ମହିଳା ଏହି ସୌଭାଗ୍ୟରୁ ବଞ୍ଚିତ ହୋଇଥାନ୍ତି। କିନ୍ତୁ ଆଜିକାଲି ଚିକିତ୍ସା ବିଜ୍ଞାର ଏତେ ଆଗକୁ ଚାଲିଯାଇଛି ଯେ ନିଃସନ୍ତାନ ଦମ୍ପତି ମଧ୍ୟ ବାପା-ମା ହେବାର ସୁଯୋଗ ପାଇପାରିବେ।

ଆଇଭିଏଫ୍ ହେଉଛି ଏପରି ଏକ ପ୍ରକ୍ରିୟା ଯେଉଁଥିରେ ଜଣେ ମହିଳା ପ୍ରକୃତି ଦ୍ୱାରା ପରାଜିତ ହୋଇ ମଧ୍ୟ ମାଆର ସୁଖ ଉପଭୋଗ କରିପାରିବ। କିନ୍ତୁ ଏହି ପ୍ରକ୍ରିୟା ଏତେ ସହଜ ନୁହେଁ କି ଶସ୍ତା ବି ନୁହେଁ। ଏନେଇ ଅନେକ ଲୋକ ଅଛନ୍ତି ସେମାନେ ଏହି ସୁବିଧା ନେବାକୁ ଚାହୁଁଥିଲେ ମଧ୍ୟ ସେମାନଙ୍କ ଅକ୍ଷମତା ସେମାନଙ୍କୁ ଏଥିରୁ ଦୂରେଇ ରହିବାକୁ ବାଧ୍ୟ କରେ। ଫଳରେ ସେମାନେ ସେମିତି ନିଃସନ୍ତାନ ହୋଇ ରହିଯାଆନ୍ତି।

ଷ୍ଟେସୀ ରୋବର୍ଟ ମଧ୍ୟ ଏପରି ଜଣେ ମହିଳା ଯିଏ ସମସ୍ତ ଚେଷ୍ଟା ପରେ ମଧ୍ୟ ଗର୍ଭବତୀ ହୋଇପାରି ନଥିଲେ। ଶେଷରେ ଆଇଇଏଫର ସାହାର ନେଇଥିଲେ। ଏହାରି ବଳରେ ସେ ମାଆ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। କିନ୍ତୁ ଏହି ଥେରାପିର ମୂଲ୍ୟ ଦେବା ତାଙ୍କ ପାଇଁ ସେତେ ସହଜ ନଥିଲା। ତେଣୁ ଆଇଭିଏଫ୍ କେନ୍ଦ୍ର ଏବଂ ତାଙ୍କ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା, ଯେଉଁଥିରେ ଷ୍ଟେସୀ ତାଙ୍କ ଖର୍ଚ୍ଚ ହ୍ରାସ କରିବା ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ବିକଳ୍ପ ପାଇଥିଲେ। ଏହାକୁ ସେ ଖୁସିରେ ହିଁ ଗ୍ରହଣ କରିଥିଲେ।

ଷ୍ଟେସୀଙ୍କ ପୂରା ଆଇଭିଏଫ୍ ପଦ୍ଧତିର ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ଥିଲା। ସାଧାରଣତଃ କେନ୍ଦ୍ରଗୁଡିକ ମଧ୍ୟ ଜାଣନ୍ତି ଯେ ଏହା ଏକ ମହଙ୍ଗା ପ୍ରକ୍ରିୟା, ତେଣୁ ସେମାନେ ଯଦି ଲୋକଙ୍କୁ ଏହାର ଖର୍ଚ୍ଚରେ ହ୍ରାସ କରିବାକୁ କିଛି ବିକଳ୍ପ ନ ଦିଅନ୍ତି ତେବେ ଲୋକମାନେ ଏହାକୁ ବ୍ୟବହାର କରିବେ ନାହିଁ। ତେଣୁ ଏହି ପ୍ରକ୍ରିୟା ପାଇଁ ବିଲ୍‌ରେ କିଛି ରିହାତି ଦେବା ନେଇ, ଆଇଭିଏଫ୍ କେନ୍ଦ୍ରଗୁଡ଼ିକ ରୋଗୀଙ୍କ ସହିତ ଏକ ଚୁକ୍ତି କରନ୍ତି। ଏହି ଚୁକ୍ତି ଅନୁସାରେ ଚିକିତ୍ସିତ ହେଉଥିବା ମହିଳା ସେମାନଙ୍କ ଅଣ୍ଡା ଦାନ କରିବେ। ଏହା ଦ୍ୱାରା ଯେଉଁ ମହିଳାମାନେ ମାଆ ନ ହୋଇପାରୁଥିବେ ସେମାନେ ଏହାର ଫାଇଦା ନେଇ ପାରିବେ। ଏହି ଅଣ୍ଡା ମାଧ୍ୟମରେ ସେମାନଙ୍କୁ ମା’ ହେବାର ସୁଖ ପ୍ରଦାନ କରାଯାଇପାରେ।

ଅନ୍ୟର କୋଳ ଭରିବା ପାଇଁ ଦେଇଦେଲେ ଡିମ୍ବକୋଷ

ଷ୍ଟେସୀ ତାଙ୍କ ଅଣ୍ଡାର ଏଭଳି ବ୍ୟବହାର ବିଷୟରେ ଜାଣି ବହୁତ ଖୁସି ହେଲେ। ବର୍ଷ ବର୍ଷ ଧରି ସେ ନିଜର ଏକ ପିଲା ପାଇଁ ବହୁତ ସଂଘର୍ଷ କରୁଥିଲେ। ଏଭଳି ପରିସ୍ଥିତିରେ ସେ ମାଆ ହେବାକୁ ଇଚ୍ଛା କରୁଥିବା ମହିଳାଙ୍କ ଦୁଃଖ ଏବଂ ଯନ୍ତ୍ରଣାକୁ ବହୁତ ଭଲ ଭାବରେ ଅନୁଭବ କରିଥିଲେ। ଯଦିଓ ତାଙ୍କର ସାବତ ସନ୍ତାନ ଥିଲେ, ତଥାପି ସେ ନିଜ ସ୍ୱାମୀଙ୍କ ଥାରୁ ଏକ ସନ୍ତାନ ଚାହୁଁଥିଲେ।

ତେଣୁ ସେ କୌଣସି ଆପତ୍ତି ନ କରି ଏହି ପ୍ରକ୍ରିୟାକୁ ସହଜେ ଗ୍ରହଣ କରିନେଲେ। ଏହିପରି ଉପାୟରେ ଷ୍ଟେସୀ ଅନ୍ୟମାନଙ୍କ ସୁଖର କାରଣ ହୋଇଥିବାରୁ ବହୁତ ଖୁସି। ସେ ଖୁସି ଯେ ତାଙ୍କ ଅଣ୍ଡା ଏକ ଦମ୍ପତିଙ୍କ ଜୀବନକୁ ଉଜ୍ଜ୍ୱଳ କରିଦେବ। ସେମାନଙ୍କ ଘରେ ମଧ୍ୟ ସୁଖ ଆସିବ। ଆଇଭିଏଫ୍ ପଦ୍ଧତିର ମୂଲ୍ୟରେ ମଧ୍ୟ ତାଙ୍କୁ ଏକ ଭଲ ରିହାତି ମିଳିଲା ଏବଂ ଅଣ୍ଡା ଦାନ ବଦଳରେ ଷ୍ଟାସୀ ପ୍ରାୟ ୬ ଲକ୍ଷ ଟଙ୍କା ସଞ୍ଚୟ କରିପାରିଲେ।