Advertisment

ହଠାତ ବେହୋସ୍ ହୋଇଗଲେ ଡ୍ରାଇଭର; ବସ୍‌କୁ ସମ୍ଭାଳି ନେଲେ ମହିଳା ଯାତ୍ରୀ

ପିକ୍‌ନିକ୍ ସାରି ଫେରୁଥିଲା ଟିମ୍। ରାସ୍ତାରେ ଡ୍ରାଇଭର ଅଚେତ ହୋଇଗଲେ। ବସ୍‌ରେ ଥିବା ଜଣେ ମହିଳା ଯାତ୍ରୀ ହଠାତ ଉଠି ଡ୍ରାଇଭରଙ୍କ ଜାଗା ନେଲେ। ଦୀର୍ଘ ୨୫କିମି ବସ୍‌ ଚଳେଇ ସମସ୍ତ ଯାତ୍ରୀଙ୍କ ଜୀବନ ବଞ୍ଚେଇଲେ।

ଅଦ୍ୟତନ ହୋଇଛି
Woman passenger drives bus after driver senseless

Woman passenger drives bus after driver senseless

Advertisment

ପୁଣେ ରାସ୍ତାରେ ଖୁବ କ୍ଷିପ୍ର ଗତିରେ ଚାଲୁଥିଲା ଏକ ମିନି ବସ୍‌। ଏହି ସମୟରେ ଡ୍ରାଇଭର ହଠାତ୍ ବେହୋସ ହୋଇଗଲେ। ବସ୍‌ରେ ଥିବା ସବୁ ଯାତ୍ରୀ ଭୟଭୀତ ହୋଇପଡିଲେ। କିନ୍ତୁ ଏହି ଯାତ୍ରୀମାନଙ୍କ ମଧ୍ୟରେ ବସିଥିବା ଜଣେ ମହିଳା ଆଶ୍ଚର୍ଯ୍ୟଜନକ କାମ କରିଥିଲେ। ତାଙ୍କର ସାହସୀକତା ହିଁ ବସ୍‌ରେ ଥିବା ଯାତ୍ରୀଙ୍କ ଜୀବନକୁ ରକ୍ଷା କରି ଦେଇଥିଲା।

Advertisment

ପୁଣେର ୱାଗୋଲିର ୪୨ ବର୍ଷୀୟା ମହିଳା ଯୋଗୀତା ସାତଭ ଏହି ବସ୍‌ରେ ଯାତ୍ରା କରୁଥିଲେ। ଡ୍ରାଇଭର ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ଦେଖିବା ପରେ ସେ ସଙ୍ଗେ ସଙ୍ଗେ ତାଙ୍କ ଆସନରୁ ଯାଇ ବସ୍‌ର ଷ୍ଟିଅରିଂକୁ ନିୟନ୍ତ୍ରଣ କରି ନେଇଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ତାଙ୍କ ଜୀବନରେ ପ୍ରଥମ ଥର ପାଇଁ ସେ ବସ୍‌ର ଷ୍ଟିଅରିଂକୁ ହାତକୁ ନେଇଥିଲେ ଏବଂ ସମସ୍ତ ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲେ।

ଯୋଗିତା ପ୍ରାୟ ୨୫ କିଲୋମିଟର ପର୍ଯ୍ୟନ୍ତ ଏହି ମିନି ବସ୍‌ଟିକୁ ଚଲାଇଥିଲେ। ସେ ଡ୍ରାଇଭରଙ୍କୁ ଡାକ୍ତରଖାନାରେ ପହଞ୍ଚେଇଥିଲେ, ଯାହା ତାଙ୍କ ଜୀବନ ରକ୍ଷା କରିଥିଲା। ଜାନୁଆରୀ ୭ରେ ଏହି ଘଟଣା ଘଟିଥିଲା। ୱାଗୋଲିର କୋଡିଏ ଜଣ ଲୋକ ପିକ୍‌ନିକ୍ କରିବାକୁ ମୋରାଚି ଚିଞ୍ଚୋଲି ଯାଇଥିଲେ। ସେଠାରେ ଗୋଟିଏ ଦିନ ବିତାଇବା ପରେ ସେମାନେ ପରଦିନ ସନ୍ଧ୍ୟା ପାଞ୍ଚଟାରେ ଫେରୁଥିଲେ। କିନ୍ତୁ କିଛି ବାଟ ଯିବା ପରେ ହଠାତ୍ ବସ୍ ଡ୍ରାଇଭର ଅସହଜ ଅନୁଭବ କଲେ। ତାଙ୍କ ମୁଣ୍ଡ ଚକ୍କର ଖାଉଥାଏ। ସେ ଠିକସେ ବସ୍‌କୁ ନିୟନ୍ତ୍ରଣ କରି ପାରୁ ନଥାନ୍ତି।

Advertisment

ଏହା ଦେଖି ବସ୍‌ରେ ଥିବା ଲୋକମାନେ ଚିତ୍କାର କରିବାକୁ ଲାଗିଲେ। ଏହି ଘଟଣାକୁ ସ୍ମରଣ କରି ଯୋଗିତା କୁହନ୍ତି ଯେ “ମୁଁ ତାଙ୍କ ପାଖରେ ପହଞ୍ଚି ତାଙ୍କୁ ପଚାରିଲି ଯେ ଅସୁବିଧା କ’ଣ? ଡ୍ରାଇଭର ମୋତେ କେବଳ କହିଲେ ଯେ ମୁଁ ସହଜ ଅନୁଭବ କରୁନି। ତା’ପରେ ମୁଁ କହିଲି ଯେ ଯଦି ସେ ବସ୍ ଚଲାଇବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ମୁଁ ଗାଡି ଚଳାଇବି। ଏହି ପରେ ବସ୍ ଡ୍ରାଇଭର ବେହୋସ ହୋଇଗଲେ।

ତେଣୁ ମୁଁ ଅନ୍ୟ ଯାତ୍ରୀମାନଙ୍କୁ କହିଲି ଯେ ମୁଁ ବସ୍ ଚଲାଇବି କାରଣ ମୁଁ କାର୍ ଚଲେଇବା ଜାଣେ। ପିକ୍‌ନିକ୍ କରିବାକୁ ଯାଇଥିବା ଅନ୍ୟ ଜଣେ ମହିଳା କହିଛନ୍ତି ଯେ ଆମେ ଜାଣିଥିଲୁ ଯେ ଯୋଗୀତା ବସ୍ ଚଳାଇ ପାରିବେ। ଯେତେବେଳେ ସେ ନିଜେ ବସ୍ ଚଲାଇବାକୁ କହିଥିଲେ, ଆମେ ସମସ୍ତେ ତୁରନ୍ତ ରାଜି ହୋଇଥିଲୁ।

Advertisment

ବସ୍ ଡ୍ରାଇଭ୍ କରିବା ସମୟରେ ଯୋଗୀତାଙ୍କର ଭିଡିଓ, ଇଣ୍ଟରନେଟ୍ ସାରା ଖେଳିଯାଇଛି। ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଥର ଦେଖାଯାଇଛି। ଏହା ୟୁଟ୍ୟୁବ୍‌ରେ ମଧ୍ୟ ଅପଲୋଡ୍ ହୋଇଛି। ଏହି ଭିଡିଓ ଦେଖିବା ପରେ ସମସ୍ତେ ଯୋଗୀତାଙ୍କୁ ପ୍ରଶଂସା କରୁଛନ୍ତି। ତେବେ ଯୋଗୀତାଙ୍କର ଏହି ସାହସୀକତା ଯୋଗୁଁ ଏକ ବଡ ଦୁର୍ଘଟଣା ଟଳିଗଲା। ଏନେଇ ବସ୍‌ରେ ଉପସ୍ଥିତ ଥିବା ଲୋକମାନେ ଯୋଗୀତାଙ୍କୁ ଧନ୍ୟବାଦ ଦେଇଛନ୍ତି।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ