Advertisment

ପ୍ରେମର ବିଜୟ; ହୋଇଯାଇଥିଲା ବ୍ରେକ୍‌ଅପ୍, ୪୩ ବର୍ଷ ପରେ ଫେରିଲା ପ୍ରେମିକା

ଜଣେ ଯୋଡିଙ୍କ ହୃଦୟସ୍ପର୍ଶୀ ପ୍ରେମ କାହାଣୀ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୪୩ ବର୍ଷର ବ୍ରେକଅପ୍ ପରେ, ଏହି ଯୋଡି ଏବେ ବିବାହ କରିଛନ୍ତି।

ଅଦ୍ୟତନ ହୋଇଛି
Woman Marries Her Lover 43 Years Of Breakup

Woman marries her lover 43 years of breakup

Advertisment

ପ୍ରଥମ ପ୍ରେମ ! ଏହି ଶବ୍ଦ ଆପଣଙ୍କ ଅଜାଣତରେ ଅନେକ ଥର ଶୁଣିଥିବେ ନିଶ୍ଚିତ। ଅଧିକାଂଶ ଲୋକ ଚାହାଁନ୍ତି ସେମାନଙ୍କ ପ୍ରଥମ ପ୍ରେମ ସାରା ଜୀବନ ସେମାନଙ୍କ ସହିତ ରହୁ। ତଥାପି, ବେଳେବେଳେ ପରିସ୍ଥିତି ଏମିତି ହୁଏ ଯେ ଇଚ୍ଛା ନଥିଲେ ବି ନିଜ ପ୍ରେମକୁ ଭୁଲିଯିବାକୁ ପଡେ। ଜଣେ ଯୋଡିଙ୍କ ଏପରି ହୃଦୟସ୍ପର୍ଶୀ ପ୍ରେମ କାହାଣୀ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୪୩ ବର୍ଷର ବ୍ରେକଅପ୍ ପରେ, ଏହି ଯୋଡି ଏବେ ବିବାହ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ପ୍ରଥମ ଦେଖାରେ ପ୍ରେମ; ଟାୟାର ମେକାନିକ୍‌ଙ୍କୁ ବାହାହେଲେ ଧନୀ ମହିଳା

ଏହା ହେଉଛି ଆମେରିଆରେ ରହୁଥିବା ଜୀନ୍ ୱାଟସ୍ ଏବଂ ତାଙ୍କ ପ୍ରେମିକ ଷ୍ଟିଫେନ୍ ୱାଟସ୍‌ଙ୍କ କାହାଣୀ। ଦୁହେଁ ୧୯୭୧ ମସିହାରେ କଲେଜ ସମୟରେ ସାକ୍ଷାତ ହୋଇଥିଲେ। ଷ୍ଟିଫେନ୍ ସିନିୟର ଥିବାବେଳେ ଜିନ୍ ଫ୍ରେଶର୍ ଥିଲେ। ଦୁହେଁ ପରସ୍ପରକୁ ପସନ୍ଦ କରିଥିଲେ। ଯେତେବେଳେ ଜୀନ୍ ୱାଟସ୍ ତାଙ୍କ ମାଙ୍କୁ ଏହା ଜଣାଇଲେ ଏବଂ ବିବାହ କରିବାକୁ ଇଚ୍ଛା ପ୍ରକାଶ କଲେ, ସେତେବେଳେ ତାଙ୍କ ମା’ ମନା କରିଦେଲେ।

Advertisment

ତାଙ୍କ ମା’ ଇଣ୍ଟର୍‌କାଷ୍ଟ୍‌କୁ ବିରୋଧ କରୁଥିଲେ। ସେ ଚାହୁଁ ନଥିଲେ ଯେ ତାଙ୍କ ଗୋରା ଝିଅ କୌଣସି ଏକ କୃଷ୍ଣକାୟଙ୍କ ସହ ସମ୍ପର୍କ ରଖୁ। ସେ ବିବାହ ପାଇଁ ଅନୁମତି ଦେବାକୁ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ।

ତଥାପି, ଏହି ଦମ୍ପତି ସାତ ବର୍ଷ ପର୍ଯ୍ୟନ୍ତ ଗୁପ୍ତ ଭାବରେ ଡେଟ୍‌ କରିଥିଲେ। କିନ୍ତୁ ଯେତେବେଳେ ଜୀନ୍ କଲେଜରୁ ପାସ୍ କରି ଚାକିରି ଆରମ୍ଭ କଲେ ସେତେବେଳେ ତାଙ୍କୁ ଦୀର୍ଘ ବାଟ ଯିବାକୁ ପଡିଲା। ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଶିଫ୍ଟ ହେଉଥିଲା। ଫଳରେ ଦୁହିଁଙ୍କ ଭେଟାଭେଟି କମିଗଲା।

Advertisment

୬୯ ବର୍ଷୀୟ ଜିନ୍ କୁହନ୍ତି ଯେ “ମୋ ମା ବହୁତ ରାଗି ଥିଲେ। ସେ ମତେ ଆଡୁସାଡୁ ବହୁତ କିଛି କହିଛନ୍ତି। ଶେଷରେ ମୁଁ କିପରି ପରିବାରକୁ ବଦନାମ କରିପାରିଥାନ୍ତି। ଏହା ଠିକ୍ ହୋଇ ନଥାନ୍ତା। ଏହା ଭାବି ଆମର ଭେଟଭାଟ ବନ୍ଦ ହୋଇଗଲା। ମୁଁ ସେତେବେଳେ ବହୁତ ଅନୁତାପ ତ କରୁଥିଲି କିନ୍ତୁ ମୁଁ ଏହା କରିବାକୁ ବାଧ୍ୟ ଥିଲି।”

ଏହି ସମୟରେ ଜୀନ୍ ବିବାହ କରିଥିଲେ କିନ୍ତୁ ଏହା ବେଶି ଦିନ ତିଷ୍ଠି ନଥିଲା। ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା। ବହୁ ବର୍ଷ ପରେ, ଜୀନ୍ ଅନୁଭବ କଲେ ଯେ ଷ୍ଟିଫେନ୍‌ଙ୍କୁ ଖୋଜିବା ଉଚିତ। ୨୦୨୧ ମସିହାରେ, ସେ ତାଙ୍କ ଝିଆରୀ ମାଧ୍ୟମରେ ଷ୍ଟିଫେନ୍‌ଙ୍କୁ ପାଇଲେ। ଷ୍ଟିଫେନ୍‌ଙ୍କର ମଧ୍ୟ କୌଣସି ସନ୍ତାନ ନଥିଲେ। ସେ ଦୁଇଥର ହୃଦଘାତରେ ପୀଡିତ ଥିଲେ, ତେଣୁ ସେ ଏକ ନର୍ସିଂହୋମ୍‌ରେ ରହୁଥିଲେ।

କିନ୍ତୁ ଯେତେବେଳେ ସେ ୱାଟ୍‌ସଙ୍କୁ ଭେଟିଲେ, ସେ ତାଙ୍କୁ ତୁରନ୍ତ ଚିହ୍ନି ପାରିଲେ ଏବଂ ଆନନ୍ଦରେ ଅତିଷ୍ଠ ହୋଇଗଲେ। ଜୀନ୍ କହିଛନ୍ତି, “ମୁଁ ଜାଣିଥିଲି ସେ ଏବେ ବି ମୋତେ ଭଲ ପାଆନ୍ତି।” ପରେ ଦୁହେଁ ଘରକୁ ଯାଇଥିଲେ ଏବଂ ଗତ ବର୍ଷ ଅକ୍ଟୋବରରେ ଉଭୟ ବିବାହ କରିଥିଲେ। ଷ୍ଟିଫେନ୍ କହିଛନ୍ତି, “ସେ ଅଦ୍ଭୁତ। ସେ ମୋର ହୃଦୟ ଏବଂ ପ୍ରାଣ। ମୁଁ ତାଙ୍କ ସହିତ ସବୁଦିନ ପାଇଁ ରହିବାକୁ ଚାହେଁ।”

ଏହି କାହାଣୀ ଇନଷ୍ଟାଗ୍ରାମରେ people ନାମକ ଆକାଉଣ୍ଟରେ ପୋଷ୍ଟ କରାଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଏହାକୁ ୧.୧୮ ଲକ୍ଷ ଲୋକ ପସନ୍ଦ କରିଥିଲେ ଏବଂ ହଜାର ହଜାର ଲୋକ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଥିଲେ।

ଜଣେ ମହିଳା ଏହାକୁ ଶେୟାର କରି ଲେଖିଛନ୍ତି, ମୋର ବାପାମାଆ ମୋତେ ପ୍ରତ୍ୟାଖ୍ୟାନ କରିଥିଲେ କାରଣ ମୁଁ ଜଣେ କୃଷ୍ଣକାୟଙ୍କୁ ବିବାହ କରିଥିଲି। କିନ୍ତୁ ମୁଁ କିଛି ଅନୁତାପ କରେ ନାହିଁ। ଆଉ ଜଣେ ଲେଖିଛନ୍ତି, ଭଲ କାମ କରିଛନ୍ତି ମାମ୍, ପ୍ରେମର କୌଣସି ସୀମା ନାହିଁ। ଆପଣଙ୍କ ପିଲାମାନେ କାହାକୁ ଭଲ ପାଆନ୍ତି ତାହା ଗ୍ରହଣ କରିବା ଏ ଦୁନିଆକୁ ଏକ ଭଲ କରି ଗଢିଥାଏ! ଏହା ନିଜ ଘରୁ ଆରମ୍ଭ ହେବା ଉଚିତ।

Social Media Ajab Gajab Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ