Advertisment

ଅଳିଆ ଗୋଟେଇ କୋଟିପତି ହେଲେ ମହିଳା

ପ୍ରାୟତଃ ଏପରି ଅନେକ ଘଟଣା ଦେଶ ଦୁନିଆରେ ସାମ୍ନାକୁ ଆସେ ଯାହା ଜାଣିବା ପରେ ମଧ୍ୟ ବିଶ୍ୱାସ କରି ହୁଏନି। ସେହିପରି ଏକ ଘଟଣା ହେଲା ଜଣେ ମହିଳା ଚାକିରି ଛାଡି ଅଳିଆ ସଂଗ୍ରହ କରିବା ଆରମ୍ଭ କରିଥିଲେ। ଦେଖୁ ଦେଖୁ ଏହି ମହିଳା କିଛି ଦିନ ମଧ୍ୟରେ କୋଟିପତି ହୋଇଯାଇଛନ୍ତି। ଏହି ମହିଳାଙ୍କ କାହାଣୀ ଶୁଣିବା ପରେ ସେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ।

Garbage Collect

Garbage Collect

Advertisment

ପ୍ରାୟତଃ ଏପରି ଅନେକ ଘଟଣା ଦେଶ ଦୁନିଆରେ ସାମ୍ନାକୁ ଆସେ ଯାହା ଜାଣିବା ପରେ ମଧ୍ୟ ବିଶ୍ୱାସ କରି ହୁଏନି। ସେହିପରି ଏକ ଘଟଣା ହେଲା ଜଣେ ମହିଳା ଚାକିରି ଛାଡି ଅଳିଆ ସଂଗ୍ରହ କରିବା ଆରମ୍ଭ କରିଥିଲେ। ଦେଖୁ ଦେଖୁ ଏହି ମହିଳା କିଛି ଦିନ ମଧ୍ୟରେ କୋଟିପତି ହୋଇଯାଇଛନ୍ତି। ଏହି ମହିଳାଙ୍କ କାହାଣୀ ଶୁଣିବା ପରେ ସେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

ଯେତେବେଳେ ଏହି ମହିଳା ଚାକିରି ଛାଡି ଅଳିଆ ଗୋଟେଇବା କାମ ଆରମ୍ଭ କରିଥିଲେ, ସେତେବେଳେ ଅନେକ ଲୋକ ତାଙ୍କୁ ପରିହାସ କରିଥିଲେ। ସେ ଆଜି କୋଟିପତି ହେବା ପରେ ସେହି ଲୋକମାନେ ମଧ୍ୟ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ମହିଳା ଆମେରିକାର ଟେକ୍ସାସ୍ ସହରର ବାସିନ୍ଦା। ତାଙ୍କର ନାମ ଟିଫନୀ। ସେ ପ୍ରାୟତଃ ଇନ୍‌ଷ୍ଟାଗ୍ରାମରେ ନିଜ କାମର ଭିଡିଓ ସେୟାର କରନ୍ତ। ତାଙ୍କର ମୁଖ୍ୟ ଆୟର ଉତ୍ସ ହେଉଛି ଅନ୍ୟମାନଙ୍କ ଦ୍ୱାରା ପକାଯାଇଥିବା ଅଳିଆ ଗୋଟେଇ ବ୍ୟବସାୟ କରିବା।

Advertisment

ସୂଚନା ମୁତାବକ ଯେତେବେଳେ ଟିଫନୀଙ୍କୁ ୩୨ ବର୍ଷ ହୋଇଥିଲା, ସେତେବେଳେ ସେ ଅନୁଭବ କଲେ ଯେ ସେ ଅଳିଆ ବିକ୍ରି କରି ବହୁତ ଟଙ୍କା ରୋଜଗାର କରିପାରିବେ। ଏହା ପରେ ସେ ଚାକିରି ଛାଡି ଅଳିଆ ସଂଗ୍ରହ କରିବା କାର୍ଯ୍ୟ ଆରମ୍ଭ କଲେ। କିଛି ଦିନ ପରେ ଟିଫନୀ ଏହି କ୍ଷେତ୍ରରେ ବହୁତ ରୋଜଗାର କରିବା ଆରମ୍ଭ କଲେ। ସେ ସପ୍ତାହରେ ପାଖାପାଖି ଏକ ହଜାର ଡଲାର ଆରାମରେ ରୋଜଗାର କରିପାରୁଛନ୍ତି।

କିଛି ରିପୋର୍ଟ ଏବଂ ଆକଳନ ଅନୁଯାୟୀ ଆଜି ଟିଫନୀ ଅଳିଆ ବ୍ୟବସାୟ କରି କୋଟିପତି ହୋଇପାରିଛନ୍ତି। ତାଙ୍କର ଏକ କ୍ୟାଣ୍ଟିନ କାମ ମଧ୍ୟ ଥିଲା, ଯାହା ସେ ବର୍ତ୍ତମାନ ବନ୍ଦ କରିଦେଇଛନ୍ତି। ବର୍ତ୍ତମାନ ସେ ଅଳିଆ ବ୍ୟବସାୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି।

Advertisment
Garbage Collectingଅଳିଆ ଗୋଟେଇ କୋଟିପତି

ଏହି ଅଳିଆ ବ୍ୟବସାୟରେ ଟିଫନୀ ମଧ୍ୟ ତାଙ୍କ ସ୍ୱାମୀଙ୍କ ସମ୍ପୂର୍ଣ୍ଣ ସମର୍ଥନ ପାଇଛନ୍ତି। କିଛି ବର୍ଷ ପୂର୍ବେ ଟିଫନୀ ସୋସିଆଲ ମିଡିଆରେ ଏକ ଭିଡିଓ ଦେଖିଥିଲେ ଯେଉଁଥିରେ କିଛି ଝିଅ ଅଳିଆ ଗୋଟଉଥିଲେ। ଭିଡିଓ ଦେଖିବା ପରେ ସେ ମଧ୍ୟ ଏହି କାମ କରିବା ଆରମ୍ଭ କରିଥିଲେ। ଧୀରେ ଧୀରେ ସେ ଏହି କ୍ଷେତ୍ରରେ ବହୁତ ଲାଭ କଲେ। ଏହା ପରେ ଟିଫନୀ ଚାକିରି ଛାଡି ଏହି କାର୍ଯ୍ୟକୁ ତାଙ୍କର ବୃତ୍ତିରେ ପରିଣତ କଲେ।

ଆଜି ଟିଫନୀଙ୍କ ବୟସ ପ୍ରାୟ ୩୮ ବର୍ଷ। ତାଙ୍କ ସ୍ୱାମୀ ମଧ୍ୟ ଟିଫନୀଙ୍କ ଏହି କାର୍ଯ୍ୟରେ ବହୁତ ଖୁସି ଅଛନ୍ତି। ରିପୋର୍ଟ ଅନୁଯାୟୀ, ଟିଫନୀଙ୍କ ଏହି କାମ ମଧ୍ୟ ପରିବେଶର ସୁରକ୍ଷା କରୁଛି ବୋଲି ତାଙ୍କ ସ୍ୱାମୀ ବିଶ୍ୱାସ କରନ୍ତି।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ