Advertisment

ଏକା ଏକା ମା’ ହେଲେ ମହିଳା

ମା’… ଖାଲି ଏକ ଶବ୍ଦ ନୁହେଁ। ଏହା ସ୍ନେହ, ମମତା, ପ୍ରେମର ଏକ ସ୍ପୁଲିଙ୍ଗ। ଦୁନିଆର ସବୁ ସମ୍ପର୍କର ଉର୍ଦ୍ଧ୍ୱରେ ମା’। ମାତୃତ୍ୱ ବିନା ଗୋଟେ ନାରୀର ଜୀବନ ଅଧୁରା ରହିଯାଏ ବୋଲି କୁହାଯାଏ। ତେଣୁ ପ୍ରତ୍ୟେକ ମହିଳା ଏହି ସୁଖକୁ ପାଇବାକୁ ଚାହାନ୍ତି। ଗୋଟେ ସନ୍ତାନର ଅଳି ଅଝଟକୁ ଉପଭୋଗ କରିବା ନେଇ ପ୍ରତ୍ୟେକ ନାରୀର କାମନା ଥାଏ। କିନ୍ତୁ ଜଣେ ଜୀବନସାଥୀ ବିନା ଏହି ସ୍ୱପ୍ନ ସମ୍ଭବ ହେବ ବା କେମିତି!

Woman gave birth to a child alone

Woman gave birth to a child alone

Advertisment

ମା’… ଖାଲି ଏକ ଶବ୍ଦ ନୁହେଁ। ଏହା ସ୍ନେହ, ମମତା, ପ୍ରେମର ଏକ ସ୍ପୁଲିଙ୍ଗ। ଦୁନିଆର ସବୁ ସମ୍ପର୍କର ଉର୍ଦ୍ଧ୍ୱରେ ମା’। ମାତୃତ୍ୱ ବିନା ଗୋଟେ ନାରୀର ଜୀବନ ଅଧୁରା ରହିଯାଏ ବୋଲି କୁହାଯାଏ। ତେଣୁ ପ୍ରତ୍ୟେକ ମହିଳା ଏହି ସୁଖକୁ ପାଇବାକୁ ଚାହାନ୍ତି। ଗୋଟେ ସନ୍ତାନର ଅଳି ଅଝଟକୁ ଉପଭୋଗ କରିବା ନେଇ ପ୍ରତ୍ୟେକ ନାରୀର କାମନା ଥାଏ। କିନ୍ତୁ ଜଣେ ଜୀବନସାଥୀ ବିନା ଏହି ସ୍ୱପ୍ନ ସମ୍ଭବ ହେବ ବା କେମିତି! କିନ୍ତୁ ଆମେ ଆପଣଙ୍କୁ ଏମିତି ଏକ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏହି ପ୍ରକ୍ରିୟାରୁ ସଂପୂର୍ଣ୍ଣ ବାହାରେ। ସେ ବିନା ଜୀବନସାଥୀରେ ମାତୃତ୍ୱର ସୁଖ ପାଇଥିବା ଦେଖାଯାଏ।

Advertisment

ଇଂଲଣ୍ଡରେ ରହୁଥିବା ଡାନିଏଲ୍ ବଟଲ୍ ୩୦ ବର୍ଷ ପର୍ଯ୍ୟନ୍ତ ନିଜ ପାଇଁ ଜଣେ ଉପଯୁକ୍ତ ଜୀବନସାଥୀ ଖୋଜିଲେ। କିନ୍ତୁ ସେ ତାଙ୍କର ମନ ପସନ୍ଦର କୌଣସି ବ୍ୟକ୍ତି ପାଇଲେ ନାହିଁ। ସେ ତାଙ୍କ ଜୀବନସାଥୀଙ୍କ ସମ୍ପର୍କରେ ଆସି ଏକ ସନ୍ତାନଙ୍କୁ ଜନ୍ମଦେବାକୁ ଚାହିଁଥିଲେ। ମନ ପସନ୍ଦର ମଣିଷକୁ ଖୋଜିବା ନେଇ ତାଙ୍କର ସମୟ ଗଡିଚାଲିଲା। କିନ୍ତୁ ମିଳିଲା ନାହିଁ ତାଙ୍କୁ ଉପଯୁକ୍ତ ପାତ୍ର। ଯେହେତୁ ତାଙ୍କ ମନରେ ଥିଲା ମାତୃତ୍ୱ ଲଭିବାର ସ୍ୱପ୍ନ, ତେଣୁ ସେ ଏହାକୁ କଳେ ବଳେ କୌଶଳେ ହାସଲ କରିବାକୁ ଚାହୁଁଥିଲେ। ତେଣୁ ସେ ବିନା ଜୀବନସାଥୀରେ ମା ହେବା ନେଇ ନିଷ୍ପତ୍ତି ନେଲେ। ଏନେଇ ସେ ଅନେକ ଲୋକଙ୍କ ସହିତ ପରାମର୍ଶ ମଧ୍ୟ କଲେ। ସେ ଏମିତି ବି ଚାହୁଁଥିଲେ ଯେ ତାଙ୍କୁ ନ ହେଲେ କୌଣସି ଅଜଣା ବ୍ୟକ୍ତି ମିଳିଯାଆନ୍ତୁ ଯାହାଙ୍କ ସଂପର୍କରେ ଆସି ସେ ମା ହୋଇପାରିବେ।

Woman gave birth to a child alone୩୦ ବର୍ଷଯାଏ ଖୋଜିଲେ ଜୀବନସାଥୀ, ନ ମିଳିବାରୁ ମା’ ହେବା ନେଇ କ’ଣ କଲେ ଜାଣନ୍ତୁ

ଦି ମିରର୍‌ର ଏକ ସୂଚନା ମୁତାବକ, ଡାନିଏଲ୍ ବଟଲଙ୍କର ଇଛା ଥିଲା ଯେ ସେ ଏକ ପିଲାର ମା’ ହେବେ ଓ ତା’ର ଯତ୍ନ ନେବେ। ଏନେଇ ସେ ଜଣେ ଭଲ ଜୀବନସାଥୀର ଖୋଜ୍‌ରେ ଥିଲେ ମଧ୍ୟ ସେ ଏ ଦିଗରେ ସଫଳ ହୋଇ ପାରି ନ ଥିଲେ। ନିଜ ସ୍ୱପ୍ନକୁ ସାକାର କରିବା ନେଇ ସେ ଏକ ଅଦ୍ଭୁତ ନିଷ୍ପତ୍ତି ନେଲେ। ସେ ଆଇବିଏଫ୍‌ର ସହାୟତାରେ ସିଙ୍ଗଲ ମଦର ହେବାନେଇ ସ୍ଥିର କରି ନେଲେ। ଏନେଇ ସ୍ପର୍ମ ଡୋନରର ଖୋଜରେ ମଧ୍ୟ ଲାଗିପଡିଲେ।

Advertisment

ଶେଷରେ ଡାନିଏଲ୍ ବଟଲଙ୍କୁ ମିଳିଗଲା ସୁଯୋଗ। ସେ ପହଞ୍ଚିଗଲେ ସ୍ପର୍ମ ବ୍ୟାଙ୍କରେ। ସେଠାରୁ ସେ ନିଜ ପସନ୍ଦର ସ୍ପର୍ମ ବାଛିଲେ। ତାଙ୍କ ସ୍ପର୍ମ ଡୋନର୍ ଆର୍ଜେଟିନାର ଜଣେ ବ୍ୟକ୍ତି ଥିଲେ। ଏନେଇ ଡାନିଏଲଙ୍କୁ ମଧ୍ୟ କିଛି ଅର୍ଥ ଦେବାକୁ ପଡିଛି। ହାଜାରେ ଦୁଇ ହଜାରେ ନୁହେଁ ତାଙ୍କୁ ପୂରା ଏକ ଲକ୍ଷ ଟଙ୍କା ଦେବାକୁ ପଡିଥିଲା।

Special Story Become Mother Alone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ