Advertisment

ବାଇସେପ୍‌ରେ ସେଓ ଭାଙ୍ଗି ରେକର୍ଡ କଲେ ମହିଳା, ଦେଖନ୍ତୁ ଭିଡିଓ

ଜଣେ ମହିଳା ଦେଖେଇଛନ୍ତି ନିଜ ଶକ୍ତିର ପରିଚୟ। ନିଜ ବାଇସେପ୍‌ରେ ୧୦ରୁ ଅଧିକ ସେଓ ଭାଙ୍ଗି ମହିଳାଙ୍କ ପାଇଁ ସାଜିଛନ୍ତି ଉଦାହରଣ। ଏନେଇ ତାଙ୍କ ନାମକୁ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନିତ ହୋଇଛି।

ଅଦ୍ୟତନ ହୋଇଛି
Woman creates guinness world record crushed apples with bicep

Woman creates guinness world record crushed apples with bicep

Advertisment

ନାରୀ ଅବଳା ନୁହେଁ କି ଦୁର୍ବଳା ନୁହେଁ। ନାରୀ ମଧ୍ୟ ପୁରୁଷଙ୍କ ସହ ତାଳ ଦେଇ ଆଗକୁ ଚାଲିପାରେ। ନାରୀ ମଧ୍ୟ ପୁରୁଷ ସହ ପ୍ରତିଯୋଗିତା କରିପାରେ ଆଉ ସଫଳତାର ଶୀର୍ଷରେ ପହଞ୍ଚିପାରେ। ଆଜିର ନାରୀମାନେ ଏହାକୁ ପ୍ରମାଣ କରି ଦେଖେଇଛନ୍ତି।

Advertisment

ଏ ଦୁନିଆରେ ଏପରି ଅନେକ ସଫଳ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କର ଦକ୍ଷତା ସାମାନ୍ୟ ଭିନ୍ନ। ଗିନିଜ୍ ୱାର୍ଲ୍ଡ ରେକର୍ଡ୍ସ ଆଜିକାଲି ଭିନ୍ନ ଭିନ୍ନ କ୍ଷେତ୍ରରେ ରେକର୍ଡ କରିଥିବା ବ୍ୟକ୍ତିଙ୍କ ଭିଡିଓ ଶେୟାର କରି ଚାଲିଛି। ଏଥର ଗିନିଜ୍‌ ବୁକ୍ ଦ୍ୱାରା ଶେୟାର ହୋଇଥିବା ଭିଡିଓରେ ଦର୍ଶାଯାଇଛି ଯେ ଜଣେ ମହିଳା କିପରି ତାଙ୍କ ବାଇସେପ୍ ଦ୍ୱାରା ଏକ ମିନିଟ୍‌ରେ ୧୦ରୁ ଅଧିକ ସେଓକୁ ଭାଙ୍ଗି ଦେଇଛନ୍ତି। ଏହି କଳା ପ୍ରଦର୍ଶନ କରିବା ପରେ ମହିଳାଙ୍କ ନାମ ଗିନିଜ୍‌ ବୁକ୍‌ରେ ମଧ୍ୟ ରେକର୍ଡ କରାଯାଇଛି।

ସୋସିଆଲ ମିଡିଆରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଦ୍ୱାରା ସେୟାର କରାଯାଇଥିବା ଏହି ପୋଷ୍ଟରେ ଜଣେ ମହିଳା ତାଙ୍କ ବାଇସେପ୍ ଦ୍ୱାରା ସେଓ ଭାଙ୍ଗିବାର ନଜର ଆସିଛନ୍ତି। ଏହି ଭିଡିଓ ଶେୟାର କରି ଗିନିଜ ବୁକ୍ ଲେଖିଛି ଯେ ଲିନ୍ସେ ଲିଣ୍ଡ୍‌ବର୍ଗ – ଓରଫ୍‌ ମାମା ଲୁ ମାତ୍ର ଏକ ମିନିଟ୍‌ରେ ତାଙ୍କ ବାଇସେପ୍ ଦ୍ୱାରା ୧୦ରୁ ଅଧିକ ସେଓ ଭାଙ୍ଗି ଦେଇଛନ୍ତି। ପ୍ରକାଶଥାଉ ଯେ ଯଦିଓ ଏହି ଭିଡିଓ ବହୁ ପୁରୁଣା, ଏହା ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।

Advertisment
Woman creates guinness world record crushed apples with bicepଲିନ୍ସେ ଲିଣ୍ଡ୍‌ବର୍ଗ – ଓରଫ୍‌ ମାମା ଲୁ ଏକ ମିନିଟ୍‌ରେ ବାଇସେପ୍ ଦ୍ୱାରା ୧୦ରୁ ଅଧିକ ସେଓ ଭାଙ୍ଗି କରିଛନ୍ତି ରେକର୍ଡ

ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଲିନ୍ସେ ଲିଣ୍ଡ୍‌ବର୍ଗ ବାଇସେପ୍‌ରେ କେବଳ ସେଓ ଭାଙ୍ଗୁ ନାହାନ୍ତି ସେ ମଧ୍ୟ ଅତି ସହଜରେ ଏକ ଟିଣ ଡବାକୁ ହାତରେ ଚିରିଦେଉଛନ୍ତି। ଖାଲି ସେତିକି ନୁହେଁ ସେ ମଧ୍ୟ ଅକ୍ଳେଶରେ ହାତରେ ଏକ ପ୍ୟାନ୍‌କୁ ମୋଡି ବଙ୍କା କରି ଦେଉଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ।

Advertisment

ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର ହେବା ମାତ୍ରେ ଲୋକମାନେ ସେମାନଙ୍କର ପ୍ରତିକ୍ରିୟା ଦେବାକୁ ଲାଗିଥିଲେ। ଭିଡିଓ ଦେଖିବା ପରେ, ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଏହା ସତ ଯେ ଜଣେ ବ୍ୟକ୍ତି କେତେବେଳେ ଯେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ତାହା କେହି କହିପାରିବେ ନାହିଁ। ସେହିପରି ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଯଦି ଆପଣଙ୍କ ପାଖରେ ଏକ ସୁସ୍ଥ ଶରୀର ଅଛି ତେବେ ଆପଣ ମଧ୍ୟ ଏହି କାମ କରିପାରିବେ।

ପ୍ରାୟ ୧୪ ଘଣ୍ଟା ପୂର୍ବରୁ ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା। ଏ ପର୍ଯ୍ୟନ୍ତ ଏହି ଭିଡିଓକୁ ୪୨ ହଜାରରୁ ଅଧିକ ଲାଇକ୍ ମିଳିସାରିଛି। ଏହା ସହିତ ଲୋକମାନେ ମଧ୍ୟ ଏହି ଭିଡିଓ ଶେୟାର କରିଚାଲିଛନ୍ତି। ଗିନିଜ୍ ବୁକ୍ ଏହାର ପେଜ୍‌ରେ ପ୍ରାୟତଃ ଏହିଭଳି ଭିଡିଓ ଶେୟାର୍ କରିଥାଏ।

Guinness World Record
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ