Advertisment

ଡିଜିଟାଲ୍‌ ପେମେଣ୍ଟ୍‌ ପାଇଁ ଭାରତ କେତେ ପ୍ରସ୍ତୁତ

ଅର୍ଥମନ୍ତ୍ରୀ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ ୨୦୨୨-୨୩ ଆର୍ଥିକ ବର୍ଷରେ ଡିଜିଟାଲ ମୁଦ୍ରା ଲଞ୍ଚ କରିବ। ଏହା ଭାରତ ସରକାରଙ୍କ ସରକାରୀ ଡିଜିଟାଲ୍ ମୁଦ୍ରା ହେବ। ତେବେ ଡିଜିଟାଲ୍‌ ପେମେଣ୍ଟ୍‌ ପାଇଁ ଭାରତ ପ୍ରସ୍ତୁତ ଅଛି କି? ଭାରତରେ କାମ ଦେବ କି ଏହି ଡିଜିଟାଲ କରେନ୍ସୀ, ଆସନ୍ତୁ ଜାଣିବା…

ଅଦ୍ୟତନ ହୋଇଛି
Will digital rupee be successful in India

Will digital rupee be successful in India

Advertisment

ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ ୨୦୨୨-୨୩ ଆର୍ଥିକ ବର୍ଷରେ ଡିଜିଟାଲ ମୁଦ୍ରା ଲଞ୍ଚ କରିବ। ଏହା ଭାରତ ସରକାରଙ୍କ ସରକାରୀ ଡିଜିଟାଲ୍ ମୁଦ୍ରା ହେବ। କେତେକ ଆର୍ଥିକ ବିଶେଷଜ୍ଞ ଏହାକୁ ବ୍ୟକ୍ତିଗତ କ୍ରିପ୍ଟୋକରେନ୍ସିର ବଢୁଥିବା ଲୋକପ୍ରିୟତା ଦୁଷ୍ଟିରେ ଦେଖନ୍ତି। ଡିଜିଟାଲ୍ ଫର୍ମ ମଧ୍ୟ ବ୍ଲକ୍ ଚେନ୍ ଟେକ୍ନୋଲୋଜି ଉପରେ ଆଧାରିତ ହେବ। ଏହାକୁ ସାମ୍ପ୍ରତିକ ମୁଦ୍ରା ସହିତ ବିନିମୟ କରାଯାଇପାରିବ। ଏହା ନିଶ୍ଚିତ ଭାବରେ ଏକ ଭର୍ଚୁଆଲ୍ ମୁଦ୍ରା ହୋଇଥିବା ବେଳେ ଏହାକୁ ଏକ ବ୍ୟକ୍ତିଗତ ମୁଦ୍ରା ସହିତ ତୁଳନା କରାଯାଇପାରିବ ନାହିଁ।

Advertisment

ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା (CBDC)କୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ହେଉଥିବା ବେଳେ ବେସରକାରୀ କ୍ରିପ୍ଟୋକରେନ୍ସିକୁ ରିଜର୍ଭ ବ୍ୟାଙ୍କ କ୍ରମାଗତ ଭାବରେ ବିରୋଧ କରିଆସୁଛି। ଏହା ଆର୍ଥିକ ବ୍ୟବସ୍ଥା ତଥା ଦେଶର ସୁରକ୍ଷା ପ୍ରତି ବିପଦ ଆଣିପାରେ ବୋଲି ସେ କହିଛି।

ଏକ ସର୍ଭେ ରିପୋର୍ଟ ଅନୁଯାୟୀ, ବ୍ୟାଙ୍କ୍‌ ଅଫ୍ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସେଟେଲ୍‌ମେଣ୍ଟରୁ ଜଣାପଡିଛି ଯେ ବିଶ୍ୱର ୮୬ ପ୍ରତିଶତ କେନ୍ଦ୍ରୀୟ ବ୍ୟାଙ୍କ ସିବିଡିସି ଦିଗରେ କାମ କରୁଛନ୍ତି। ୬୦ ପ୍ରତିଶତ ବ୍ୟାଙ୍କ ଡିଜିଟାଲ ମୁଦ୍ରାର ପ୍ରଯୁକ୍ତିବିଦ୍ୟା ସହିତ ପରୀକ୍ଷଣ କରୁଥିବାବେଳେ ୧୪ ପ୍ରତିଶତ ବ୍ୟାଙ୍କ ପାଇଲଟ ପ୍ରୋଜେକ୍ଟରେ ପହଞ୍ଚିଛନ୍ତି।

Advertisment

ଡିଜିଟାଲ୍ ପେମେଣ୍ଟର ଲାଭ:

ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯଦି ଦେୟ ଡିଜିଟାଲ୍ କରାଯାଏ, ତେବେ ଏହା ଏକ ଫାଇନାଲ ସେଟେଲମେଣ୍ଟ୍ ଭଳି ହେବ। ଏଥିରେ ସେଟେଲମେଣ୍ଟ୍ ରିସ୍କ ସାମିଲ ହୁଏ ନାହିଁ। ସରଳ ଭାବେ କହିଲେ ଯେତେବେଳେ ଆପଣ କୌଣସି ସାମଗ୍ରୀ କିଣନ୍ତି ନଗଦ ଟଙ୍କା ଦିଅନ୍ତି। ଏହା ହେଉଛି ଦେୟର ଅନ୍ତିମ ରୂପ। ଡିଜିଟାଲ୍ ଫର୍ମ ଲଞ୍ଚ ହେବା ପରେ ନଗଦ ବଦଳରେ ପେମେଣ୍ଟ ଡିଜିଟାଲ୍ କରାଯାଇପାରିବ। ଏହାକୁ ଏକ ସମ୍ପୂର୍ଣ୍ଣ ଅନ୍ତିମ ଦେୟ ଭାବରେ ମଧ୍ୟ ବିବେଚନା କରାଯିବ। ଡିଜିଟାଲ୍ ରୂପିର ଶୁଭାରମ୍ଭ ପରେ, ଭାରତରେ ବସିଥିବା ଜଣେ ବ୍ୟବସାୟୀ ଆମେରିକା ଏବଂ ୟୁରୋପରେ ବ୍ୟବସାୟୀମାନଙ୍କୁ ଡିଜିଟାଲ୍ ଡଲାର୍ କିମ୍ବା ଡିଜିଟାଲ୍ ମେମେଣ୍ଟ କରିପାରିବ।

ଡିଜିଟାଲ୍‌ ପେମେଣ୍ଟ୍‌ ପାଇଁ ଭାରତ କେତେ ପ୍ରସ୍ତୁତ:

ବଜେଟ୍‌ ଅଭିଭାଷଣରେ ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି ଯେ ରିଜର୍ଭ ବ୍ୟାଙ୍କ୍‌ ଆସନ୍ତା ଆର୍ଥିକ ବର୍ଷରେ ଡିଜିଟାଲ୍‌ ଟଙ୍କା ଲଞ୍ଚ କରିବ। ଡିସେମ୍ବର ମାସରେ ଆର୍‌ବିଆଇର ଡେପୁଟି ଗଭର୍ଣ୍ଣର ଟି ରବି ମଧ୍ୟ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ଏହା ସମଗ୍ର ଦେଶରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ। ସେ କହିଥିଲେ ଯେ ରିଜର୍ଭ ବ୍ୟାଙ୍କର ସିବିଡିସି ଶେଷ ପର୍ଯ୍ୟାୟରେ ଅଛି। ଆରମ୍ଭରେ, ଏହା ହୋଲ୍‌ସେଲ୍‌ କାରବାର ପାଇଁ ବ୍ୟବହୃତ ହେବ। ପରେ ଏହା ଖୁଚୁରା ବିଭାଗ ପାଇଁ ମଧ୍ୟ ଲାଗୁ ହେବ।

Advertisment

ଡିଜିଟାଲ୍‌ କେରେନ୍ସୀର ବିପଦ:

ଡିଜିଟାଲ୍ କେରେନ୍ସୀ ସାମ୍ନା କରୁଥିବା ସବୁଠାରୁ ବଡ ଆହ୍ୱାନ ହେଉଛି ଟେକ୍ନୋଲୋଜୀ। ଟେକ୍ନୋଲୋଜୀ କାରଣରୁ ଠକେଇ ଏବଂ ଘୋଟାଲାର ମାମଲା ବଢିପାରେ। ଡିଜିଟାଲ କରେନ୍ସୀ ସହିତ ଜାଲିଆତି ହେଉଛି ସବୁଠାରୁ ବଡ ସମସ୍ୟା ବୋଲି ଆର୍‌ବିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନିଜେ କହିଛନ୍ତି। ଏହା ବ୍ୟତୀତ ଏହି ମୁଦ୍ରାର ବ୍ୟବହାର ଏବଂ ପ୍ରଚାର ପାଇଁ ସମଗ୍ର ଦେଶରେ ଭଲ ଇଣ୍ଟର୍‌ନେଟ୍ ସ୍ପିଡ୍ ଆବଶ୍ୟକ। ଯେପର୍ଯ୍ୟନ୍ତ ହାଇ ସ୍ପିଡ୍ ଇଣ୍ଟରନେଟ୍‌ର ଭିତ୍ତିଭୂମି ପ୍ରସ୍ତୁତ ନହୁଏ, ଡିଜିଟାଲ୍ ମୁଦ୍ରାର ସଫଳତା ଆଶା କରାଯାଇପାରିବ ନାହିଁ। ଯଦି ଦେଶରେ ଟେକ୍ନୋଲୋଜୀର ବିକାଶ କମ୍ ଥାଏ, ତେବେ ସିବିଡିସିର ପହଞ୍ଚିବା ଏବଂ ଉପଯୋଗିତା ବହୁ ମାତ୍ରାରେ ହ୍ରାସ ପାଇବ।

ଭାରତରେ କାମ ଦେବ କି ଡିଜିଟାଲ କରେନ୍ସୀ:

ଆର୍‌ବିଆଇ ଡେପୁଟି ଗଭର୍ଣ୍ଣର ଟି ରବି ଶଙ୍କର ଅନେକ ଥର କହିଛନ୍ତି ଯେ ସିବିଡିସି କ୍ୟାସର ରିପ୍ଲେସ୍ ନୁହେଁ। ଯେଉଁମାନେ କ୍ୟାସ୍ ବ୍ୟବହାର କରିବାକୁ ଚାହୁଁଛନ୍ତି ସେମାନେ ଏହାକୁ ବ୍ୟବହାର କରିପାରିବେ। ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ କ୍ୟାସ୍ ବ୍ୟବହାର କରନ୍ତି ସେମାନେ ସେମାନଙ୍କ ନାମ ପ୍ରକାଶ କରିବାକୁ ଚାହାନ୍ତି ନାହିଁ, ଏହା ସେମାନଙ୍କ ପାଇଁ କଷ୍ଟକର ହେବ। ଯେପର୍ଯ୍ୟନ୍ତ ଡିଜିଟାଲ୍ ମୁଦ୍ରା ସହିତ ପରିଚୟ ଲୁଚି ରହିବ, ସେମାନେ ଏହାକୁ ବ୍ୟବହାର କରିବେ।

Digital Currency
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ