ବାଂଲାଦେଶରେ କାହିଁକି କମୁଛି ହିନ୍ଦୁଙ୍କ ସଂଖ୍ୟା; ୩୦ ବର୍ଷ ପରେ ରହିବେ ନାହିଁ କେହି

ନିକଟରେ ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ବିରୋଧରେ ହେଉଥିବା ହିଂସା କାରଣରୁ ଏହାର ସୁରକ୍ଷା ନେଇ ଉଠିଛି ପ୍ରଶ୍ନ। ଏହି ହିଂସାରେ ୧୦ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କୁ ଘର ଛାଡିବାକୁ ପଡିଛି। ଦୁର୍ଗାପୂଜା ଅବସରରେ ଏହି ହିଂସା ତାଜା ହୋଇଛି। କୁହାଯାଉଛି ଯେ କୋରାନକୁ ଅପମାନ କରିବା ନେଇ ଉତ୍ତେଜନା ଦେଖାଦେଇଛି। ତେବେ ବାଂଲାଦେଶରେ ହିନ୍ଦୁମାନଙ୍କୁ ନିମ୍ନ ଦୃଷ୍ଟିରେ ଦେଖାଯାଏ। ଏଠାରେ ହିନ୍ଦୁମାନଙ୍କ ସଂଖ୍ୟା କ୍ରମଶଃ କମୁଥିବା ଦେଖାଯାଏ। କୁହାଯାଉଛି ଯେ ଆଗାମୀ ତିନି ଦଶକ ଭିତରେ ବାଂଲାଦେଶରେ ହିନ୍ଦୁମାନଙ୍କ କିଛି ଚିହ୍ନବର୍ଣ୍ଣ ରହିବ ନାହିଁ।

ବାଂଲାଦେଶରେ କାହିଁକି କମୁଛି ହିନ୍ଦୁଙ୍କ ସଂଖ୍ୟା

ନିକଟରେ ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ବିରୋଧରେ ହେଉଥିବା ହିଂସା କାରଣରୁ ଏହାର ସୁରକ୍ଷା ନେଇ ଉଠିଛି ପ୍ରଶ୍ନ। ଏହି ହିଂସାରେ ୧୦ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କୁ ଘର ଛାଡିବାକୁ ପଡିଛି। ଦୁର୍ଗାପୂଜା ଅବସରରେ ଏହି ହିଂସା ତାଜା ହୋଇଛି। କୁହାଯାଉଛି ଯେ କୋରାନକୁ ଅପମାନ କରିବା ନେଇ ଉତ୍ତେଜନା ଦେଖାଦେଇଛି। ତେବେ ବାଂଲାଦେଶରେ ହିନ୍ଦୁମାନଙ୍କୁ ନିମ୍ନ ଦୃଷ୍ଟିରେ ଦେଖାଯାଏ। ଏଠାରେ ହିନ୍ଦୁମାନଙ୍କ ସଂଖ୍ୟା କ୍ରମଶଃ କମୁଥିବା ଦେଖାଯାଏ। କୁହାଯାଉଛି ଯେ ଆଗାମୀ ତିନି ଦଶକ ଭିତରେ ବାଂଲାଦେଶରେ ହିନ୍ଦୁମାନଙ୍କ କିଛି ଚିହ୍ନବର୍ଣ୍ଣ ରହିବ ନାହିଁ।

୧୯୭୧ରେ ପାକିସ୍ତାନରୁ ଅଲଗା ହୋଇଥିବା ବାଂଲାଦେଶର ଇତିହାସ ରକ୍ତରଞ୍ଜିତ ଥିଲା। ୧୯୭୨ ନଭେମ୍ବର ୪ ରେ ବାଂଲାଦେଶ ସମ୍ବିଧାନ ନିଜକୁ ଧର୍ମନିରପେକ୍ଷ, ସମାଜବାଦ, ଲୋକତାନ୍ତ୍ରିତ ଦେଶ ଭାବେ ଘୋଷଣା କରିଥିଲା। କିନ୍ତୁ ଏହି ଦେଶ ଅଧିକ ଦିନ ପାଇଁ ଧର୍ମନିରପେକ୍ଷ ହୋଇ ରହି ନ ଥିଲା। ୧୯୮୮ ଜୁନ୍ ୭ରେ ବାଂଲାଦେଶ ନିଜକୁ ଇସଲାମ୍ ରାଷ୍ଟ୍ରଭାବେ ଘୋଷିତ କରିଥିଲା।

ସଂଯୁକ୍ତ ଭାରତର ଜନଗଣନା ଅନୁଯାୟୀ ୧୯୦୧ ବାଂଲାଦେଶରେ ୬୬.୧ ପ୍ରତିଶତ ମୁସ୍ଲିମ୍ ଥିବା ବେଳେ ୩୩ ପ୍ରତିଶତ ହିନ୍ଦୁ ଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ଧୀରେ ଧୀରେ କମି ୨୦୧୧ ବେଳକୁ ୯୦.୦ ପ୍ରତିଶତ ମୁସ୍ଲିମ୍ ହୋଇଥିବା ବେଳେ ୦୮.୫ ପ୍ରତିଶତ ହିନ୍ଦୁ ହୋଇଥିଲା।

ଏଥିରୁ ସ୍ପଷ୍ଟ ହୁଏ ଯେ ୧୯୪୭ରେ ଦେଶ ବିଭାଜନ ଓ ପରେ ୧୯୭୧ରେ ପାକିସ୍ତାନରୁ ବାଂଲାଦେଶ ଅଲଗା ହେବା ପରେ ସେଠାରୁ ହିନ୍ଦୁମାନଙ୍କୁ ଅଧିକ ଯନ୍ତ୍ରଣା ସହିବାକୁ ପଡିଥିଲା। ଏହି କାରଣରୁ ଅନେକ ହିନ୍ଦୁ ମୃତ୍ୟୁବରଣ କରିଥିବା ବେଳେ କେତେକ ଦେଶ ଛାଡି ଭାରତ ପଳେଇ ଆସିଥିଲେ। ଏହାଛଡା ଅନେକ ହିନ୍ଦୁଙ୍କର ମଧ୍ୟ ଧର୍ମ ପରିବର୍ତ୍ତନ କରାଯାଇଛି।

୧୯୪୭ରେ ହିଁ ଦେଶ ବିଭାଜନ ସମୟରେ ବାଂଲାଦେଶ ତଥା ସେତେବେଳର ପୂର୍ବ ପାକିସ୍ତାନରେ ହିନ୍ଦୁମାନଙ୍କ ବିରୋଧରେ ଅନ୍ୟାୟ କରାଯାଉଥିଲା। ଏହି ସମୟରେ ଲକ୍ଷାଧିକ ହିନ୍ଦୁଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଅନେକ ବାଧ୍ୟହୋଇ ଭାରତରେ ଶରଣ ନେଇଥିଲେ। ଏହି ସମୟରେ ବାଂଲାଦେଶରେ ବହୁମାତ୍ରାରେ ହିନ୍ଦୁମାନଙ୍କ ସଂଖ୍ୟା କମିବାରେ ଲାଗିଥିଲା। ଦେଶ ବିଭାଜନର ଏକ ଦଶକ ଭିତରେ ଏଠାରେ ହିନ୍ଦୁମାନଙ୍କ ସଂଖ୍ୟା ୨୨ ପ୍ରତିଶତକୁ ପଳେଇଆସିଥିଲା।

ବାଂଲାଦେଶ ଇତିହାସରେ ୧୯୭୧ରେ ବାଂଲାଦେଶ ମୁକ୍ତି ସଂଗ୍ରାମ ବେଳେ ହିନ୍ଦୁମାନଙ୍କ ଉପରେ ସବୁଠାରୁ ବେଶି ଅତ୍ୟାଚାର ହୋଇଥିଲା। ଏହି ସମୟରେ ପାକିସ୍ତାନୀ ସେନା ହିନ୍ଦୁମାନଙ୍କ ଗୋଟେ ଗୋଟେ ଗାଁ ସଫା କରିଦେଇଥିଲା। ଏହି ସମୟରେ ପ୍ରାୟ ୩୦ଲକ୍ଷ ହିନ୍ଦୁଙ୍କୁ ନରସଂହାର କରାଯାଇଥିଲା। ଏହି ସମୟରେ ଏଠାରେ ହିନ୍ଦୁମାନଙ୍କ ସଂଖ୍ୟା ୧୩.୫ ପ୍ରତିଶତକୁ ଖସିଆସିଥିଲା। ୧୯୭୧ରେ ନୂଆ ରାଷ୍ଟ୍ରଭାବେ ବାଂଲାଦେଶର ଜନ୍ମ ହେବା ପରେ ବି ହିନ୍ଦୁମାନଙ୍କ ଉପରେ ହିଂସା କମିଲା ନାହିଁ। ୫୦ ବର୍ଷ ଭିତରେ ହିନ୍ଦୁମାନଙ୍କ ସଂଖ୍ୟା କମି ୮ ପ୍ରତିଶତକୁ ଚାଲିଆସିଥିଲା।

ବାଂଲାଦେଶରେ କାହିଁକି କମୁଛି ହିନ୍ଦୁଙ୍କ ସଂଖ୍ୟା

କୁହାଯାଏ ଯେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ମୁଖ୍ୟ କାରଣ ଥିଲା ସେମାନଙ୍କ ଜମି ହଡପ କରିବା। ଏହିସବୁ ହିଂସା ଭିତରେ ଦେଖାଯାଏ ଯେ ଗରିବ ହିନ୍ଦୁମାନଙ୍କ ଘରେ ନିଆଁ ଲଗେଇଦିଆଯାଉଥିଲା। ଘର ଜଳିଯିବା ପରେ ଏହି ଗରିବ ହିନ୍ଦୁମାନେ ଯେତେବେଳେ ବାଧ୍ୟ ହୋଇ ପଳାୟନ କରୁଥିଲେ ସେମାନେ ତାଙ୍କ ଜମିକୁ କବ୍ଜା କରିନେଉଥିଲେ।

୨୦୦୧ ପର୍ଯ୍ୟନ୍ତ ଏଭଳି ଜମି ହଡପ ଆଇନ ଲାଗି ରହିଲା। ଏହି ଆଇନ ବଳରେ ବାଂଲାଦେଶ ସରକାର ହିନ୍ଦୁମାନଙ୍କର ପ୍ରାୟ ୨୬ଲକ୍ଷ ଏକର ଜମି ନିଜ କବ୍ଜାକୁ ନେଇଛି। ପ୍ରାୟ ହିନ୍ଦୁ ଏଭଳି ଅତ୍ୟାଚାରର ଶିକାର ହେଉଥିଲେ। ପାକିସ୍ତାନ ସରକାର ହାତକୁ ଥରେ ଜମି ଗଲା ପରେ ଆଉ ଫେରସ୍ତ ହେଉ ନ ଥିଲା। ପରେ ଏହି ଆଇନରେ ପରିବର୍ତ୍ତନ ଆସିଥିଲେ ମଧ୍ୟ ଏହାକୁ ସଂପୂର୍ଣ୍ଣଭାବେ ଲାଗୁ କରାଯାଇନି।

୨୦୧୬ରେ ବାଂଲାଦେଶରେ ହିନ୍ଦୁମାନଙ୍କ ସ୍ଥିତିକୁ ନେଇ ଏକ ବହି ପ୍ରକାଶିତ ହୋଇଥିଲା। ଏଥିରେ ଲେଖାଯାଇଥିଲା ଯେ ଆଗାମୀ ତିନି ଦଶକ ଭିତରେ ବାଂଲାଦେଶରେ ହିନ୍ଦୁମାନଙ୍କ ଚିହ୍ନ ବର୍ଣ୍ଣ ବି ରହିବ ନାହିଁ। ଏହି ପୁସ୍ତକ ଢାକା ୟୁନିଭର୍ସିଟିର ପ୍ରଫେସର ଡା. ଅବୁଲ ବରକତଙ୍କ ଅଧ୍ୟୟନ ଉପରେ ଆଧାରିତ ଥିଲା। ବରକତଙ୍କ ଅନୁସାରେ ପ୍ରତିଦିନ ଅଳ୍ପସଂଖ୍ୟକ ହିନ୍ଦୁ ସମୁଦାୟର ହାରାହାରୀ ୬୩୨ ଜଣ ବାଂଲାଦେଶ ଛାଡି ଯାଉଛନ୍ତି। ଯଦି ଏଭଳି ଲାଗି ରୁହେ ତେବେ ଆଗାମୀ ୩୦ ବର୍ଷ ଭିତରେ ପାଖାପାଖି ସବୁ ହିନ୍ଦୁ ଦେଶ ଛାଡି ଚାଲିଯିବେ।