Advertisment

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମଧ୍ୟ ପକ୍ଷୀଙ୍କୁ ଇଲେକ୍ଟ୍ରିକ୍ ସକ୍‌ ଲାଗେନାହିଁ, ହେଲେ କାହିଁକି ?

ହାଇ ଭୋଲଟେଜ୍ ତାରରେ ବସିବା ସତ୍ତ୍ୱେ ପକ୍ଷୀଙ୍କୁ କାହିଁକି ଲାଗେନାହିଁ ବିଦ୍ୟୁତ୍‌ ଆଘାତ ଜାଣନ୍ତି କି ?

ଅଦ୍ୟତନ ହୋଇଛି
Why Birds Don't Get Electric Shock Despite Sitting on High-Voltage Wire

Why Birds Don't Get Electric Shock Despite Sitting on High-Voltage Wire

Advertisment

ପକ୍ଷୀମାନେ ବିଦ୍ୟୁତ୍‌ ତାର ଉପରେ ବସିଥିବାର ତ ସମସ୍ତେ ଦେଖିଥାନ୍ତି । ଏହାକୁ ଦେଖି ଅନେକଙ୍କ ମଧ୍ୟରେ ପ୍ରଶ୍ନ ବି ଉଠିଥାଏ ଯେ, ପକ୍ଷୀଟି ବିଦ୍ୟୁତ୍‌ ତାର ଉପରେ ବସିବା ସତ୍ତ୍ୱେ ତାକୁ କାହିଁକି ଇଲେକ୍ଟ୍ରିକ୍ ସ୍‌କ୍ ଲାଗୁନାହିଁ ? ଆଖି ଚାରିପାଖରେ ଘଟୁଥିବା ପ୍ରତ୍ୟେକ କାର୍ଯ୍ୟକୁ ଆମେ ଦେଖିଥାଉ ହେଲେ ଆମେ ସେହି ନିର୍ଦ୍ଦିଷ୍ଟ ଜିନିଷ ପଛରେ ତର୍କ ଖୋଜିବା ଜରୁରୀ ମନେକରୁ ନଥାଉ । ତେବେ ଚାଲନ୍ତୁ ଜାଣିବା ବିଦ୍ୟୁତ୍ ତାରରେ ବସି ମଧ୍ୟ ପକ୍ଷୀଙ୍କୁ କାହିଁକି ଇଲେକ୍ଟ୍ରିକ୍ ସ୍‌କ୍ ଲାଗେନାହିଁ...

Advertisment

ସାଧାରଣତଃ ରାସ୍ତା ପାର୍ଶ୍ୱର ବିଦ୍ୟୁତ୍‌ ଖୁଣ୍ଟରେ ଲାଗିଥିବା ତାରରେ ଅନେକ ପକ୍ଷୀ ଆରାମରେ ବସିଥାନ୍ତି ହେଲେ ସେମାନେ କେବେବି କରେଣ୍ଟ ଦ୍ୱାରା ଆଘାତ ପାଇନଥାନ୍ତି । ଏହାକୁ ସମ୍ପୂର୍ଣ୍ଣ ରୂପେ ବୁଝିବାକୁ ହେଲେ ସର୍ବପ୍ରଥମେ ବିଦ୍ୟୁତ୍ ପ୍ରବାହର ନିୟମକୁ ବୁଝିବାକୁ ପଡିବ । ଏହି ତାରରେ ବିଦ୍ୟୁତ୍ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ ହୋଇଥାଏ । ତାର ଗୁଡିକରେ ବିଦ୍ୟୁତ୍ ଶକ୍ତି ପ୍ରଭାବ ପାଇଁ ଏଥିରେ ତମ୍ବା ବ୍ୟବହୃତ ହୋଇଥାଏ ।

ସୂଚନା ଅନୁସାରେ, ପକ୍ଷୀଙ୍କ ଶରୀରରେ ଏପରି ଏକ କୋଷ ଏବଂ ଟିସୁ ରହିଛି ଯାହା ବିଦ୍ୟୁତ୍‌ ପ୍ରତିରୋଧ ସାଦୃଶ୍ୟ କାର୍ଯ୍ୟ କରିଥାଏ । ଫଳରେ ସେମାନେ ତାରରେ ବସିଲେ ମଧ୍ୟ ସେମାନଙ୍କୁ ଆଘାତ ଲାଗିନଥାଏ । ହେଲେ ଯଦି ତାରଗୁଡିକ ସ୍ପର୍ଶ ସମୟରେ ପକ୍ଷୀମାନେ ଭୂମି ସହ ସଂସ୍ପର୍ଶରେ ଆସନ୍ତି ତେବେ ସର୍ଟ ସର୍କେଟ୍ ହେବାସହ ପକ୍ଷୀଙ୍କୁ ଆଘାତ ଲାଗିବାର ସମ୍ଭାବନା ରହିଛ । ମଣିଷ ମାନଙ୍କ ସହ ମଧ୍ୟ ଏହି ସମାନ୍ ଘଟଣା ଘଟିଥାଏ । ଏକାସହ ତାର ଓ ଭୂମି ସଂସ୍ପର୍ଶରେ ଆସିବା ହେତୁ ଆମକୁ ବିଦ୍ୟୁତ୍ ଆଘାତ ଲାଗିଥାଏ ।

Advertisment
Ajab Gajab Birds
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ