Advertisment

ଏମିତି ଶାଶୂଙ୍କୁ ଶହେ ସଲାମ ! ବୋହୂକୁ ପାଠ ପଢ଼ାଇ ପୁନଃ ବିବାହ କରାଇଲେ ଶାଶୂ

ବୋହୂକୁ ପାଠ ପଢ଼ାଇ ବିବାହ କରାଇଲେ ଶାଶୂ । ରାଜସ୍ଥାନର ଫତେହପୁର ଶେଖୱାଟିର ବାସିନ୍ଦା କମଲା ଦେବୀ ତାଙ୍କ ବୋହୂକୁ ଅଧ୍ୟୟନ ଏବଂ ଚାକିରି ପାଇବାକୁ ଉତ୍ସାହିତ କରିବା ପାଇଁ ଏକ ପ୍ରେରଣା ପାଲଟିଛନ୍ତି ।

ଅଦ୍ୟତନ ହୋଇଛି
We Stan This Mother-In-Law For Educating & Remarrying Her Daughter-In-Law

We Stan This Mother-In-Law For Educating & Remarrying Her Daughter-In-Law

Advertisment

ବିଧବା ବୋହୂର ବିବାହ କରାଇଲେ ଶାଶୂ। ପୁଅ ଚାଲିଯିବା ପରେ ବୋହୂକୁ ଦୂରେଇ ଦେବା ବଦଳରେ ନିଜ ଝିଅ ଭଳି ଦେଖିଲେ ଶାଶୂ। କେବଳ ଦେଖିଲେ ତାହା ନୁହେଁ ବରଂ ନିଜ ଝଅ ପରି ସ୍ନେହ କରିବା ସହ ପାଠ ପଢାଇ ଅନ୍ୟତ୍ର ବିବାହ କରାଇ ଦେଲେ। ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ଚାଲିଛି।

Advertisment

ସାଧାରଣତଃ ଶାଶୂ ବୋହୂଙ୍କ ସମ୍ପର୍କ କହିଲେ କଳହକୁ ବୁଝାଇଥାଏ । ହେଲେ ଏକ ନିଆରା ଘଟଣା ସାମ୍ନାକୁ ଆସିଛି ଯାହା ଶାଶୂ ବୋହୂଙ୍କ ସମ୍ପର୍କକୁ ଏକ ସୁନ୍ଦର ରୂପ ଦେଇଛି । ଏଠାରେ ବୋହୂକୁ ପାଠ ପଢ଼ାଇ ବିବାହ କରାଇଛନ୍ତି ଶାଶୂ । ରାଜସ୍ଥାନର ଫତେହପୁର ଶେଖୱାଟିର ବାସିନ୍ଦା କମଲା ଦେବୀ ତାଙ୍କ ବୋହୂକୁ ଚାକିରି କରିବା ପାଇଁ ମଧ୍ୟ ଉତ୍ସାହିତ କରିଛନ୍ତି।

୨୦୧୬ ମସିହାରେ କମଲା ଦେବୀଙ୍କ ପୁଅ ସହ ସୁନୀତାଙ୍କ ବିବାହ ହୋଇଥିଲା । ବିବାହର କିଛି ମାସ ପରେ ବ୍ରେନ୍‌ ଷ୍ଟ୍ରୋକରେ ସୁନୀତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା । ଆଉ ଏହା ପରେ ପରିବାର ଉପରେ ଚଡ଼କ ପଡ଼ିଥିଲା। ଭେଣ୍ଡିଆ ପୁଅକୁ ହରାଇ ସମସ୍ତେ ଭାଙ୍ଗି ପଡ଼ିଥିବା ବେଳେ କମଲା କିନ୍ତୁ ନିଜ ମନକୁ ଦୃଢ କରିବା ସହ ବୋହୂକୁ ପାଠ ପଢାଇବା ଲାଗି ଉତ୍ସାହିତ କରିଥିଲେ।

Advertisment

ଏମିତିକି ସୁନୀତାଙ୍କୁ ବିଇଡି ପଢ଼ିବା ପାଇଁ ଉତ୍ସାହିତ କରୁଥିଲେ କମଲା । ଆଉ ପରେ ପାଠ ପଢା ସରିବା ପରେ ସୁନୀତା ଏକ ବିଦ୍ୟାଳୟରେ ଇତିହାସ ଶିକ୍ଷୟିତ୍ରୀ ଭାବରେ ଚାକିରି କଲେ । ଏହାର ପ୍ରାୟ ୫ ବର୍ଷ ପରେ ଶାଶୂ କମଲା ଦେବୀ ତାଙ୍କ ବୋହୂଙ୍କ ବିବାହ କରିବା ପାଇଁ ସ୍ଥିର କଲେ । ପରେ ମୁକେଶ ନାମକ ଜଣେ ବ୍ୟକ୍ତିଙ୍କ ସହ ସୁନୀତାର ପୁନର୍ବାର ବିବାହ କରାଇଲେ ।

ବିବାହ ପରେ ବର୍ତ୍ତମାନ ସୁନୀତା ରାଜସ୍ଥାନ ନେନାସର ଚୁରୁ ସହରରେ ରହୁଛନ୍ତି । ସେ ସେଠାରେ ଏକ ଶିକ୍ଷକ ଭାବରେ କାର୍ଯ୍ୟରତ ମଧ୍ୟ ଅଛନ୍ତି । ନିଜ ବୋହୂକୁ ଝିଅ ପରି ରଖିବା ସହ ପାଠ ପଢ଼ାଇ ତା’ର ସୁନ୍ଦର ଭବିଷ୍ୟତ ଗଢ଼ି ଏକ ଉଦାହରଣ ପାଲଟିଛନ୍ତି କମଲା ଦେବୀ । ଏହିପରି କରି ସମାଜରେ ଶାଶୂ ନାମରେ ଏକ ସୁନାମ ଅର୍ଜନ କରିଛନ୍ତି କମଲା ଦେବୀ ।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ