Advertisment

ରିଲ୍ ନୁହେଁ, ରିୟଲ୍ ଲାଇଫ୍ ର 'ଟେମ୍ପଲ ରନ୍', ଦେଖନ୍ତୁ ଭିଡ଼ିଓ...

ରିଲ୍ ଲାଇଫ୍ ର ଟେମ୍ପଲ ରନ୍ ଗେମ୍ ତ ସମସ୍ତେ ଜାଣିଛନ୍ତି, ହେଲେ କେବେ ଦେଖିଛନ୍ତି କି ରିୟଲ ଲାଇଫ୍ ର ଟେମ୍ପଲ ରନ୍...

ଅଦ୍ୟତନ ହୋଇଛି
watch viral video of girls passing the difficult trail see real temple run game

watch viral video of girls passing the difficult trail see real temple run game

Advertisment

ଟେମ୍ପଲ ରନ୍ ଗେମ୍ ତ ସମସ୍ତେ ଜାଣିଥିବେ । ଯେଉଁଥିରେ ଜଣେ ମଣିଷ ଏକ ମନ୍ଦିରରେ ପହଞ୍ଚିବା ପାଇଁ ଖାଲଢ଼ିପ ତଥା ଅଙ୍କା ବଙ୍କା ରାସ୍ତା ଅତିକ୍ରମ କରିବାକୁ ପଡିଥାଏ । ଅନେକ ଲୋକେ ଏହି ଗେମ୍ ଖେଳିବାକୁ ଭଲପାଇଥାନ୍ତି । ହେଲେ ଏବେ ଆମେ ଆପଣଙ୍କୁ ଏପରି ଏକ ରିୟଲ ଲାଇଫ୍ ଟେମ୍ପଲ ରନ୍ ରାସ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଏକଦମ୍ ଟେମ୍ପଲ୍ ରନ୍ ସଦୃଶ...

Advertisment

ନିକଟରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇଣ୍ଟାଗ୍ରାମରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଏକ ରାସ୍ତା ଦେଖିବାକୁ ମିଳିଛି । ରାସ୍ତାରେ ଅନେକ ବଡ଼ ବଡ଼ ଖାଲ ଢ଼ିପ ଥିବା ସହ ରାସ୍ତାର କିଛି କିଛି ସ୍ଥାନ ଭାଙ୍ଗି ଯାଇଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହାସହ ଏହି ରାସ୍ତା ଦେଇ କିଛି ଯୁବତୀ ଗାଡ଼ିରେ ଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି । 
ଏହି ଭିଡିଓ ଇନଷ୍ଟାଗ୍ରାମରେ rvcjinsta ନାମକ ଏକ ପେଜରେ ସେୟାର କରାଯାଇଛି । କ୍ୟାପସନ୍ ରେ ଦିଲ୍ ଦେହଲ୍ ଗୟା (Dil Dehel Gaya 😐) ବୋଲି ଲେଖାଯାଇଛି । 
କାଠ ଖଣ୍ଡ ମାନଙ୍କରେ ଏହି ରାସ୍ତା ତିଆରି କରାଯାଇଛି । ଯାହା ଉପରେ ଲୋକେ ଯାଆସ କରୁଛନ୍ତି । ରାସ୍ତାର ଗୋଟିଏ ପାର୍ଶ୍ୱରେ କାଠ ଥିବାବେଳେ ଅନ୍ୟ ପଟେ ଡ୍ରେନ୍ ପାଣି ଭରି ରହିଥିବାର ଦେଖିବାକୁ ମିଳିଛି । ତେବେ ଯଦି ଗାଡ଼ି ଚଳାଇଲାବେଳେ ଏହି ଦୁଇଟି ମଧ୍ୟରେ ସନ୍ତୁଳନ ଟିକେ ବିଗିଡ଼ିଯାଏ ତାହାଲେ ଚାଳକ ଜଣକ ସିଧା ଡ୍ରେନ୍‌ରେ ପଡ଼ିବାର ସମ୍ଭାବନା ରହିଛି । 

ଦେଖନ୍ତୁ ଏହି ଭିଡ଼ିଓ :-

ଏହି ରାସ୍ତା ଦେଇ ଯାଆନ୍ତି 'ଖତରୋଁ କେ ଖିଲାଡ଼ି' !

ପ୍ରାୟତଃ ବର୍ଷା ଋତୁରେ ଏଠାରେ ଖାଲଢ଼ିପ ହୋଇଯାଇଥାଏ । ତେଣୁ ଏହି ରାସ୍ତା ଦେଇ ଯିବା କୌଣସି ବିପଦପୂର୍ଣ୍ଣ କାମରୁ କମ୍ ନୁହେଁ । ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଏହି ବିପଦପୂର୍ଣ୍ଣ ରାସ୍ତା ଦେଇ ଯାଆନ୍ତି, ସେମାନଙ୍କୁ 'ଖତରୋଁ କେ ଖିଲାଡ଼ି' ବୋଲି କୁହାଯାଇଥାଏ । 
ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଭିଡିଓଟି ଧିରେ ଧିରେ ଖୁବ୍ ଭାଇରାଲ ହେବାରେ ଲାଗିଛି । କେହି କେହି ଏହାକୁ 'ଟେମ୍ପଲ୍ ରନ୍' କହୁଥିବାବେଳେ କେହି ରାସ୍ତା ଦେଇ ଯାଉଥିବା ଲୋକଙ୍କୁ 'ଖତରୋଁ କେ ଖିଲାଡ଼ି' ବୋଲି କହୁଛନ୍ତି । 

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ