Advertisment

ଅନ୍ୟ ପାଇଁ ଗାତ ଖୋଳି ନିଜେ ଫସିଗଲେ, ଭାଇରାଲ ହୋଇଛି ଏହି ଭିଡିଓ..

ପଶୁମାନେ ମଧ୍ୟ ବେଳେ ବେଳେ ମଣିଷ ଭଳି ଆଚରଣ କରିଥାନ୍ତି। ମଣିଷ ଭଳି ସେ ମଧ୍ୟ ନିଜ ପ୍ରତି ହେଉଥିବା ଅତ୍ୟାଚାରର ତୁରନ୍ତ ଜବାବ ଦେଇଥାନ୍ତି । ପଶୁମାନେ କିଛି କହିପାରୁନଥିଲେ ତାଙ୍କ ପ୍ରତି ହେଉଥିବା ଅତ୍ୟାଚାରର କିପରି ଜବାବ ଦେଉଛନ୍ତି ଏହିସବୁ ଭିଡିଓ ଗୁଡିକରେ ଦେଖିବାକୁ ମିଳିଛି ।

ଅଦ୍ୟତନ ହୋଇଛି
Viral Video

Viral Video

Advertisment

କଥାରେ ଅଛି, ‘ଯେ ପାଞ୍ଚେ ପର ମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ’। ଅର୍ଥାତ ଆମେ ଯଦି କାହାର ଅନିଷ୍ଟ କରିଥାଉ ତେବେ ଆମର ବି ନିଶ୍ଚୟ ଅନିଷ୍ଟ ହେବ। କର୍ମ ଅନୁଯାୟୀ ମଣିଷକୁ ଫଳ ମିଳେ । ଯିଏ ଯେମିତି କର୍ମ କରିବ ଦିନେ ନା ଦିନେ ସେମିତି ଫଳ ପାଇବ । ପ୍ରାୟ ସମୟରେ ଖରାପ କର୍ମର ଫଳ ତୁରନ୍ତ ହିଁ ମିଳିଥାଏ, ଏହା ଆମେ ନୁହଁ ବରଂ ଏହି ଭିଡିଓ ସବୁ କହୁଛି । ଏହି ଭିଡିଓ ଗୁଡିକ ମଜାଳିଆ ଦେଖାଯାଉଥିଲେ ମଧ୍ୟ ଏଥିରୁ ମନୁଷ୍ୟ ଜାତିକୁ କିଛି ଶିକ୍ଷା ମିଳିଛି। ପଶୁମାନେ କିଛି କହିପାରୁନଥିଲେ ତାଙ୍କ ପ୍ରତି ହେଉଥିବା ଅତ୍ୟାଚାରର କିପରି ଜବାବ ଦେଉଛନ୍ତି ଏହିସବୁ ଭିଡିଓ ଗୁଡିକରେ ଦେଖିବାକୁ ମିଳିଛି । ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ନିକଟରେ ଏହି ବିଷୟରେ ତିନୋଟି ଭିଡିଓ ସେୟାର କରିଛନ୍ତି। ସେ ଟ୍ୱିଟରେ ଏହି ଭିଡିଓର କ୍ୟାପ୍ସନ ମଧ୍ୟ୍ ଦେଇଛନ୍ତି ‘କର୍ମା’ ।

Advertisment

ପଶୁମାନେ ମଧ୍ୟ ବେଳେ ବେଳେ ମଣିଷ ଭଳି ଆଚରଣ କରିଥାନ୍ତି। ମଣିଷ ଭଳି ସେ ମଧ୍ୟ ନିଜ ପ୍ରତି ହେଉଥିବା ଅତ୍ୟାଚାରର ତୁରନ୍ତ ଜବାବ ଦେଇଥାନ୍ତି । ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଯୁବକଟି ରାସ୍ତାରେ ଯାଉଥିବା ବେଳେ ଓଟକୁ ହଇରାଣ କରୁଥିବା ବେଳେ ଓଟଟି ମଧ୍ୟ ପାଲଟା ଜବାବ ଦେଇଛି । ଜବାବରେ ସେ ଯୁବକଟିକୁ ଗୋଇଠା ମାରୁଥିବାର୍ ଦେଖିବାକୁ ମିଳିଛି । ଏହି ଭିଡିଓକୁ ୭୦ ଝଜାରରୁ ଅଧିକ ଲୋକ ଦେଖିସାରିଲେଣି ।

Advertisment

ଠିକ୍ ଏହିଭଳି ଆଉ ଏକ ଭିଡିଓ ସୁଶାନ୍ତ ସେୟାର କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଜଣେ ଶିକାରୀ ହରିଣ ଆଡକୁ ବନ୍ଧୁକ ଧରି ଅପେକ୍ଷା କରିଥିବା ବେଳେ ହରିଣଟି ଏତେ ବେଗରେ ଦୌଡିକି ଆସିଲା ଯେ ଶିକାରୀକୁ ଧରାସାଇ କରିଦେଲା । ଏହି ଭିଡିଓକୁ ୬୨,୦୦୦ ଲୋକ ଏଯାଏଁ ଦେଖିସାରିଛନ୍ତି ।

Advertisment

ସୁଶାନ୍ତ ସେୟାର କରିଥିବା ତୃତୀୟ ଭିଡିଓରେ ଦେଖିବାକୁ ମିଳିଛି ଯେ, କିଛି ଯୁବକ ଏକ କାର୍ଟରେ ବସି ମଇଁସିକୁ ଜୋରରେ ଦୌଡାଉ ଥିଲେ । ସେମାନଙ୍କ ମଧ୍ୟରୁ କେତେଜଣ ମଇଁସିକୁ ବାଡିରେ ବାଡୋଉଥିବାର ମଧ୍ୟ ଦେଖିବାକୁ ମିଳିଛି । କିଛି ସମୟ ମଧ୍ୟରେ ମଇଁସିଟି ମଣିଷକୁ ଉଚିତ ଶିକ୍ଷା ଦେଇଥିଲା, ରାସ୍ତା ଡିଭାଇଡର୍ ଆଡକୁ ମାଡି ଯାଇ ସମସ୍ତ ଯୁବକଙ୍କୁ ତଳେ ଫୋପାଡି ଦେଇଥିଲା ।

Viral Video Animal Teach Lessons
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ