ଉର୍ମିଳାଙ୍କ ହାତର ଯାଦୁଗରୀ ! ତୁଳୀରେ ତୋଳୁଛନ୍ତି ସୁନେଲି ଭବିଷ୍ୟତର ସୁନ୍ଦର ପଥ

ଝିଅ କି ପୁଅ ବାହାଘର ହେଲେ ଖୋଜାପଡେ ଉର୍ମିଳାଙ୍କୁ । ବାହାଘରରେ କନିଆଙ୍କୁ ଯେତେ ସୁନ୍ଦର ଭାବେ ସଜାଯାଇଥାଏ, ସେହିଭଳି ଘରର କାନ୍ତରେ ବି ସୁନ୍ଦର ଛବି ସହ ଶୁଭବିବାହର ଚିତ୍ର ଆଙ୍କି ଦିଅନ୍ତି ସେ ।

ଆଦିବାସୀ ଯୁବତୀଙ୍କ ହାତରେ ଯାଦୁ

ଆଦିବାସୀ ଯୁବତୀଙ୍କ ହାତରେ ଯାଦୁ । ଲୋକଙ୍କ ବାହାଘର ପାଇଁ କାନ୍ଥରେ ଜୀବନ୍ତ ଛବି ଆଙ୍କିବା ସହ ଗାଁ ଗାଁ ବୁଲି ନିବାଚନୀ ପ୍ରଚାର ପାଇଁ ଛବି ଆଙ୍କୁଛନ୍ତି ଉର୍ମିଳା । ସାହି ପଡ଼ିଶାଙ୍କ ଟାହି ଟାପରାକୁ ଖାତିର ନକରି ପାଠ ପଢିବା ଓ ଘର ଚଳାଇବା ପାଇଁ ଅର୍ଥ ରୋଜଗାର କରିବାକୁ ନିଜକୁ ମୂଳରୁ ମଜବୁତ କରୁଛନ୍ତି । କଷଣ ଭିତରେ ବି ଆନ୍ତର୍ଜାତିକ ଚିତ୍ରଶିଳ୍ପୀ ହେବା ଲକ୍ଷ୍ୟରେ ସେ ନିଜକୁ ଗଢିଚାଲିଛନ୍ତି ।

ସାଳବଣି ଗ୍ରାମର ଉର୍ମିଳା ସିଂ । ନୀଳଗିରି କଲେଜରେ ଯୁକ୍ତଦୁଇର ଦ୍ଵିତୀୟ ବର୍ଷର ଛାତ୍ରୀ । ଘରର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିବା ବେଳେ ରୋଜଗାର କରିବାକୁ ଅଣ୍ଟା ଭିଡିଛନ୍ତି । ଏବେ ଗାଁ ଗାଁ ବୁଲି ବାହାଘର ପାଇଁ କାନ୍ଥରେ ଛବି ଆଙ୍କୁଛନ୍ତି ସେ। ସୁନ୍ଦର ସୁନ୍ଦର ଛବି ଆଙ୍କି ବର କନିଆଙ୍କ ମନ କିଣିନେଉଛନ୍ତି ।

ନିକଟର୍ତ୍ତୀ ଅଞ୍ଚଳରେ ଝିଅ କି ପୁଅ ବାହାଘର ହେଲେ ଖୋଜାପଡେ ଉର୍ମିଳାଙ୍କୁ । ବାହାଘରରେ କନିଆଙ୍କୁ ଯେତେ ସୁନ୍ଦର ଭାବେ ସଜାଯାଇଥାଏ, ସେହିଭଳି ଘରର କାନ୍ତରେ ବି ସୁନ୍ଦର ଛବି ସହ ଶୁଭବିବାହର ଚିତ୍ର ଆଙ୍କି ଦିଅନ୍ତି ସେ । ଯାହାକୁ ଅତି ସୁନ୍ଦର ଭାବେ ଆଙ୍କି ପକାନ୍ତି ନୀଳଗିରି ଉର୍ମିଳା ।

ଅନ୍ୟପଟେ ଏବେ ନିର୍ବାଚନ ପ୍ରଚାର ପାଇଁ ସାଇକେଲରେ ବୁଲି ବୁଲି ଚିତ୍ର ଆଙ୍କୁଛନ୍ତି ଉର୍ମିଳା । ସେଥିରୁ ମିଳୁଥିବା ଅର୍ଥ ସବୁ ନିଜ ପାଠପଢା ସହ ଭାଇ ଓ ଭଉଣୀଙ୍କ ପଢ଼ା ଖର୍ଚ୍ଚ ବୁଝନ୍ତି । କେବଳ ଏତିକି ନୁହେଁ ଘର ଖର୍ଚ୍ଚ ବି ବୁଝୁଛନ୍ତି।

ଊର୍ମିଳାଙ୍କ ବାପା ଦିନ ମଜୁରିଆ ହୋଇଥିବା ବେଳେ ପରିବାରର ଖର୍ଚ୍ଚ ତୁଲାଇବା ତାଙ୍କ ପାଇଁ କଷ୍ଟକର । ଏପରିସ୍ଥିତିରେ ବାପାଙ୍କ ସାହାଯ୍ୟ କରିବା ସହ ନିଜକୁ ପ୍ରସ୍ତୁତ କରିଛନ୍ତି । ତାଙ୍କର ଲକ୍ଷ୍ୟ ଆଗକୁ ଆର୍ଟ କଲେଜରେ ପାଠ ପଢି ଆନ୍ତଜାତିକ ଶିଳ୍ପୀ ହେବାକୁ।

ନୀଳଗିରିରୁ ବିଶ୍ୱମ୍ବର ଦାସଙ୍କ ରିପୋର୍ଟ