Visually Impaired Premananda Sings For His Life Partener
ଜନ୍ମରୁ ସେ ଦୃଷ୍ଟିହୀନ। କିଛି ଦେଖିପାରନ୍ତିନି ସିନା ତାଙ୍କ କଣ୍ଠରେ ରହିଛି ଯାଦୁ। ଭଜନ ହେଉ କି ସମ୍ବଲପୁରୀ ହେଉ ଅବା ଆଧୁନିକ..ଅତି ସୁନ୍ଦର କଣ୍ଠରେ ଗାଇ ପାରନ୍ତି ସେ। ନାଁ ତାଙ୍କର ପ୍ରେମାନନ୍ଦ ସିକା। ପରକୁ ଆପଣାର କରିବାର କଳା ତାଙ୍କୁ ବେଶ୍ ମାଲୁମ୍। କହିବାକୁ ଗଲେ ତାଙ୍କ ନାଁକୁ ସେ ସାର୍ଥକ କରିଛନ୍ତି।
ପ୍ରେମାନନ୍ଦ କେବଳ ଗୀତ ଗାଇ ପାରନ୍ତିନି, ବିଭିନ୍ନ ସିନେ କଳାକାରଙ୍କ ଡାଇଲଗକୁ ମଧ୍ୟ ଅବିକଳ ନକଲ କରିପାରନ୍ତି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱରକୁ ନକଲ କରିବାରେ ସେ ବେଶ୍ ମାହିର।
ସୋନପୁର ମହାବିଦ୍ୟାଳୟରେ ପାଠ ପଢ଼ୁଥିବା ପ୍ରେମାନନ୍ଦ ତାଙ୍କର ସୁନେଲି ଭବିଷ୍ୟତକୁ ନେଇ ମଧ୍ୟ ଅନେକ ସ୍ୱପ୍ନ ଦେଖନ୍ତି। ନିକଟରେ ସେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଭେଟି ଗୋଟେ ଘର ଦେବାକୁ ନିବେଦନ କରିଥିଲେ। ତେବେ ସବୁଠୁ କୌତୁହଳ ବିଷୟ ହେଉଛି ଘରଟିଏ ସେ ମାଗିଲେ, ଏହାସହ ତାଙ୍କ ପାଇଁ ଜଣେ ଜୀବନ ସାଥୀ ଖୋଜି ଦେବାକୁ ମଧ୍ୟ କହିଲେ। ବାସ୍ ତା’ପରେ ପ୍ରେମାନନ୍ଦଙ୍କୁ ତାଙ୍କ ଜୀବନ ସାଥୀ ମିଳିଯାଇଛି।
ତାଙ୍କୁ ଯେତେବେଳେ ତାଙ୍କ ଜୀବନ ସାଥୀଙ୍କ ସମ୍ପର୍କରେ ପଚରା ଯାଇଥିଲା ସେ ସବୁ କଥା ପରେ ଜାଣିବେ ବୋଲି କହିଲେ। ଏହାପରେ ଖୁସିରେ ଖୁସିରେ ତାଙ୍କ ଜୀବନସାଥୀଙ୍କୁ ନେଇ ଓଡ଼ିଆ ଚଳଚ୍ଚିତ୍ରର ଏକ ଗୀତ ଗାଇଥିଲେ। ‘ଆଜି ମୋତେ ମିଳିଗଲା ମୋ ଜୀବନ ସାଥୀ...’
ପ୍ରେମାନନ୍ଦ ଆଜି ବହୁତ ଖୁସି। କାରଣ ସେ ତାଙ୍କ ଜୀବନ ସାଥୀଙ୍କୁ ପାଇଯାଇଛନ୍ତି। ତାଙ୍କ ସହ ଖୁସି ଗପ ବି କରୁଛନ୍ତି। ଏବେ କିନ୍ତୁ ତାଙ୍କର ଗୋଟିଏ ଦୁଃଖ, ତାଙ୍କୁ ଘର ଖଣ୍ଡେ ମିଳିନି। ତାଙ୍କ ଘରକୁ ଜୀବନ ସାଥୀ ଆସିବା ଆଗରୁ ତାଙ୍କୁ ଘର ଖଣ୍ଡେ ମିଳିଗଲେ ସେ ବେଶ୍ ଖୁସିରେ ରହିବେ ବୋଲି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1659690157.jpg)