Advertisment

ପ୍ରଶାସନକୁ ଶକ୍ତ ଚାପୁଡ଼ା ମାରିବା ପରି ପ୍ରଶ୍ନ କଲେ ଦୃଷ୍ଟିବାଧିତ ଛାତ୍ର : ଥତମତ ହୋଇଗଲେ ଅଧିକାରୀ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍‌ ଅନ୍ତର୍ଗତ ବେହେରାଗୁଡା ସ୍କୁଲ୍‌ର ଜଣେ ଛାତ୍ର ସ୍କୁଲ୍‌ ସମସ୍ୟାର ସମାଧାନ ପାଇଁ ଯାଇଥିବା ଅଧିକାରୀଙ୍କୁ ଏମିତି କିଛି ପ୍ରଶ୍ନ କରିଛନ୍ତି....

ଅଦ୍ୟତନ ହୋଇଛି
Special story

Special story

Advertisment

ମୁଁ ଯଦି, ଅନ୍ଧ ହେଲି ତେବେ କଣ ସରକାର ଅନ୍ଧ ? ବିଡିଓ, ତହସିଲଦାର, ସବ୍ କଲେକ୍ଟର ସମସ୍ତେ କଣ ଅନ୍ଧ ହୋଇଗଲେ ? ପ୍ରଶାସନକୁ ଆନ୍ଦୋଳିତ କଲା ଭଳି ଏଭଳି କିଛି ପ୍ରଶ୍ନ କରିଛି ଷଷ୍ଠ ଶ୍ରେଣୀର ଛାତ୍ର । ତାପୁଣି ପ୍ରଶାସନିକ ଅଧିକାରୀଙ୍କ ଆଗରେ । କଳାହାଣ୍ଡି ଧର୍ମଗଡ଼ ବେହେରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ଯଶୋବନ୍ଦ ଛତ୍ରିଆ ବ୍ଲକ ଶିକ୍ଷାଧିକାରୀ, ସ୍ଥାନୀୟ ପୋଲିସ୍ ଅଧିକାରୀଙ୍କୁ ନିଜ ସ୍କୁଲର ସମସ୍ୟା ଜଣାଇଛନ୍ତି । ଖରାଛୁଟି ପରେ ସ୍କୁଲ ଖୋଲିଥିଲା, ହେଲେ ଶିକ୍ଷକ ନଥିବାରୁ ସ୍କୁଲ ପାଠ ପଢ଼ାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଥିଲା ।

Advertisment

୪୨୫ ପିଲାଙ୍କ ପାଇଁ ମାତ୍ର ୭ ଜଣ ଶିକ୍ଷକ ଥିବାରୁ ଆନ୍ଦୋଳରେ ବସିଥିଲେ ଛାତ୍ରଛାତ୍ରୀ । ୧୦ ଦିନ ଧରି ଏହି ଆନ୍ଦୋଳନ ଚାଲିଥିଲେ ବି କୌଣସି ସମାଧାନ ନହେବାରୁ ଗତକାଲି ବ୍ଲକ ଶିକ୍ଷାଧିକାରୀଙ୍କ ସମେତ ଅନ୍ୟ ଅଧିକାରୀ ପହଞ୍ଚିଥିଲେ । ଗତକାଲି ଯଶୋବନ୍ତଙ୍କ ଏହି ଦାବି ପରେ ତୁରନ୍ତ ୨ ଜଣ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି ।

Advertisment

ସୂଚନାଯୋଗ୍ୟ ଶିକ୍ଷକ ପଦବୀ ପୂରଣ ଦାବିରେ ଗତ ୧୦ଦିନ ହେବ ଚାଲିଥିଲା ସ୍କୁଲ ବନ୍ଦ ଆନ୍ଦୋଳନ । ଶେଷରେ ଏହାର ପୂର୍ଣ୍ଣଛେଦ ପଡ଼ିଛି । ଗତକାଲି ଅର୍ଥାତ ସୋମବାର ପୁଲିସ ଅଧିକାରୀଙ୍କ ସହ ଧର୍ମଗଡ଼ ବ୍ଲକ ଶିକ୍ଷାଅଧିକାରୀ ସମେତ ଅନେକ ଅଧିକାରୀ ବେହେରାଗୁଡ଼ା ଯାଇ ୨ଜଣ ଶିକ୍ଷକ ନିଯୁକ୍ତି ଦେବାପରେ ସ୍କୁଲର ତାଲା ଫିଟିଛି । ତେବେ ଘଟଣାର ସମାଧାନ ପାଇଁ ଯାଇଥିବା ଅଧିକାରୀମାନଙ୍କୁ ଜଣେ ଦୃଷ୍ଟିବାଧିତ ଛାତ୍ର ପ୍ରଶ୍ନବାଣରେ ଘାଇଲା କରିବା ଅଲୋଚନାର ବିଷୟ ହୋଇଛି । ଖରାଛୁଟି ପରେ ଏହି ସ୍କୁଲ ଖୋଲି ନ ଥିଲା । ଏଠାରେ ଚାରିଶହରୁ ଅଧିକ ଛାତ୍ରଛାତ୍ରୀ ପଢୁଥିବା ବେଳେ ମାତ୍ର ୨ଜଣ ଶିକ୍ଷକରେ ସ୍କୁଲ ଚାଲୁଥିଲା, ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବନକ ଅସନ୍ତୋଷ ଜାହିର କରିଥିଲେ ।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ