Advertisment

ଶ୍ରୀରାମଙ୍କ ମନ୍ଦିର କାର୍ଯ୍ୟରେ ପଥୁରିଆ ରାସ୍ତାରେ ଚାଲିଲେ ରାଜ୍ୟପାଳ

ଅଯୋଧ୍ୟାରୁ ଆସିଥିବା ସାଧୁସନ୍ଥମାନେ ପାଣିନେଇ ସ୍ୱତନ୍ତ୍ର ରଥରେ ଅଯୋଧ୍ୟା ଯାଇଛନ୍ତି। ରାଜ୍ୟପାଳ ଅଙ୍କାବଙ୍କା ପଥୁରିଆ ରାସ୍ତାରେ ଚାଲିଚାଲି ଯାଇ ଏହି ପବିତ୍ର ସ୍ଥାନରେ ପହଞ୍ଚିଥିଲେ।

Visti Sitakunda to Ayodha

Visti Sitakunda to Ayodha

Advertisment

ସୀତାକୁଣ୍ଡରୁ ରାମଜନ୍ମଭୂମି ଗଲା ପାଣି। ଅଯୋଧ୍ୟାରୁ ଆସିଥିବା ସାଧୁସନ୍ଥମାନେ ପାଣିନେଇ ସ୍ୱତନ୍ତ୍ର ରଥରେ ଅଯୋଧ୍ୟା ଯାଇଛନ୍ତି। ବଣ୍ଡାଘାଟିରେ ପୂଜାର୍ଚ୍ଚନା ପରେ ଦିବ୍ୟଜଳକୁ ଅଯୋଧ୍ୟା ପଠାଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଯୋଗଦେଇଥିଲେ।

Advertisment

ଅଯୋଧ୍ୟାରେ ନିର୍ମାଣଧୀନ ଭଗବାନ ଶ୍ରୀରାମଙ୍କ ମନ୍ଦିର କାର୍ଯ୍ୟରେ ଏହି ଦିବ୍ୟ ଜଳ ଅର୍ପଣ କରାଯିବ। ତ୍ରେତୟା ଯୁଗରେ ରାମଚନ୍ଦ୍ର ବନବାସ ସମୟରେ ଯେଉଁସବୁ ପୌରାଣିକ ସ୍ଥାନରେ ଅବସ୍ଥାପନ କରିଥିଲେ, ସେହିସବୁ ସ୍ଥାନରୁ ପାଣି ସଂଗ୍ରହ କରାଯାଉଛି।

ତେବେ ଓଡ଼ିଶାର ଏକମାତ୍ର ପୌରାଣିକ ସ୍ଥଳୀ ଭାବେ ସୀତାକୁଣ୍ଡରୁ ପାଣି ନିଆଯାଇଛି। ବଣ୍ଡାଘାଟିର ଦୁର୍ଗମ ଅଞ୍ଚଳରେ ଥିବା ସୀତାକୁଣ୍ଡକୁ ସାଧାରଣତଃ ଲୋକ ଭୟ କରିଥାନ୍ତି, ମାତ୍ର ରାଜ୍ୟପାଳ ଅଙ୍କାବଙ୍କା ପଥୁରିଆ ରାସ୍ତାରେ ଚାଲିଚାଲି ଯାଇ ଏହି ପବିତ୍ର ସ୍ଥାନରେ ପହଞ୍ଚିଥିଲେ।

Advertisment
Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ