Advertisment

ସମ୍ପତ୍ତି ଲୋଭରେ ଏତେ ତଳକୁ ଖସିଗଲେ ପୁଅ-ବୋହୂ, ମା’ ଉପରେ ଲଦି ଦେଲେ ଇଟା...

ସମ୍ପତ୍ତି ଲୋଭରେ ସମ୍ପର୍କ ଭୁଲି ଗଲେ ପୁଅ-ବୋହୂ। ଜନ୍ମ କଲା ମା’ ଉପରେ ଲଦି ଦେଲେ ଇଟା। ଅବଶ୍ୟ ଶରୀରର ବୋଝ ବୋହି ପାରୁନଥିବା ମା’ ବି କ’ଣ କରିପାରିବ? କେବଳ ହାତଯୋଡ଼ି ନେହୁରା ହୋଇ କାନ୍ଦିବା ଛଡ଼ା ଆଉ କିଛି ବାଟ ନଥିଲା।

Woman Punishes Mother-In-Law Over Property

Woman Punishes Mother-In-Law Over Property

Advertisment

ସମ୍ପତ୍ତି ଲୋଭରେ ସମ୍ପର୍କ ଭୁଲି ଗଲେ ପୁଅ-ବୋହୂ। ଜନ୍ମ କଲା ମା’ ଉପରେ ଲଦି ଦେଲେ ଇଟା। ଅବଶ୍ୟ ଶରୀରର ବୋଝ ବୋହି ପାରୁନଥିବା ମା’ ବି କ’ଣ କରିପାରିବ? କେବଳ ହାତଯୋଡ଼ି ନେହୁରା ହୋଇ କାନ୍ଦିବା ଛଡ଼ା ଆଉ କିଛି ବାଟ ନଥିଲା। ଯାଜପୁର ଜିଲ୍ଲା ଦଶରଥପୁର ଦତ୍ତପୁରର ପଞ୍ଚାୟତରେ ଜନ୍ମଦାତ୍ରୀକୁ ଅସମ୍ମାନ ହେଲା ପରି ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। 

Advertisment

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ବାରଣ୍ଡାରେ ବସିଥିବା ବୃଦ୍ଧାଙ୍କ ଉପରେ ବୋହୂ ଆସି ଇଟା ଫୋପାଡୁଛି। ଜମିବାଡ଼ି ବିବାଦ ଓ ଭାଇ ଭାଇ କଳହକୁ କେନ୍ଦ୍ରକରି ମା’ଙ୍କୁ ଏଭଳି ଶାସ୍ତି ଦେଉଛନ୍ତି ପୁଅ-ବୋହୂ। ଗାଁର ମାଟିରାଣୀ ବେହେରାଙ୍କ ପୁଅ ଓ ତାଙ୍କ ସ୍ତ୍ରୀ ମିଶି ଜମିବାଡ଼ି ପାଇଁ ଏଭଳି କରିଥିବା ଚର୍ଚ୍ଚା ହେଉଛି। ଘଟଣାକୁ ନେଇ ମଙ୍ଗଳପୁର ଥାନାରେ ମାମଲା ରୁଜୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ପ୍ରଶ୍ନ ଉଠୁଛି, ମାଆଟିଏ ପୁଅ ଜନ୍ମ କରିଥିଲା କଣ ଏହି ଦିନ ଦେଖିବାକୁ? ଆମ ସମାଜରେ ଝିଅକୁ ହତାଦର କରି ଲୋକମାନେ ପୁଅଟିଏ ପାଇବାକୁ ଦିଅଁଙ୍କ ପାଖରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳେ। ଲୋକଙ୍କର ଯୁକ୍ତି ଥାଏ, ପୁଅଟିଏ ବଂଶ ରକ୍ଷା କରିବ। କିନ୍ତୁ ଯାଜପୁର ଜିଲ୍ଲାର ଏହି ମାଆଟି ଦୁଇଟି ପୁଅ ଜନ୍ମ କରି କ’ଣ ପାପ କରିଥିଲା? ଯେଉଁ ପୁଅଙ୍କୁ ଜନ୍ମ କରି ସେ ଦିନେ ଖୁସି ହେଇଥିବ, ମନରେ ଗର୍ବ କରିଥିବ, ସେଇ ପୁଅମାନେ ବଡ଼ ହେଲାପରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ମାଆକୁ ହତାଦର କରିବାକୁ ପଛାଇ ନାହାଁନ୍ତି। ଏହାଠାରୁ ଲଜ୍ଜାଜନକ ଘଟଣା ଆଉ କ’ଣ ଥାଇପାରେ?

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ