Advertisment

ନିଆରା କ୍ୟାଫେ, ପାଣିରେ ପହଁରୁଥିବା ମାଛଙ୍କ ମଧ୍ୟରେ ବସି ଖାଦ୍ୟ ଖାଉଛନ୍ତି ଲୋକେ; ଦେଖନ୍ତୁ ଭିଡିଓ

ନିଆରା କ୍ୟାଫେ । ରେଷ୍ଟୁରାଣ୍ଟରେ ଭାସୁଥିବା ମାଛମାନଙ୍କ ମଧ୍ୟରେ ବସି ଖାଦ୍ୟ ଖାଇବେ ଲୋକେ । ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଛି । ହେଲେ ଏହା ନିରାଟ ସତ ।

ଅଦ୍ୟତନ ହୋଇଛି
Viral video of cafe where colorful fishes swim on ground people come to dine here pratp

Viral video of cafe where colorful fishes swim on ground people come to dine here pratp

Advertisment

ନୂଆଦିଲ୍ଲୀ: ନିଆରା କ୍ୟାଫେ । ରେଷ୍ଟୁରାଣ୍ଟରେ ପହଁରୁଥିବା ମାଛମାନଙ୍କ ମଧ୍ୟରେ ବସି ଖାଦ୍ୟ ଖାଇବେ ଲୋକେ । ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଛି । ହେଲେ ଏହା ନିରାଟ ସତ । ସୋସିଆଲ୍‌ ମିଡିଆରେ ଏବେ ଏକ ଭିଡିଓ ଜୋରସୋର୍‌ରେ ଭାଇରାଲ୍‌ ହେବାକୁ ଲାଗିଛି । ଯାହାକୁ ଦେଖିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଭିଏତନାମର ହାନୋଇ ଦେଶରେ କୋଇ ପୋଣ୍ଡ କାଫେ ନାମକ ଏକ ରେଷ୍ଟୁରାଣ୍ଟ ରହିଛି । ରେଷ୍ଟୁରାଣ୍ଟ ଭିତରେ ଏକ ସୁଇମିଂ ପୁଲ୍ ତିଆରି କରାଯାଇଛି । ତାହାରି ମଧ୍ୟରେ ହିଁ ଲୋକମାନେ ପାଣିରେ ପହଁରୁଥିବା ମାଛମାନଙ୍କ ମଧ୍ୟରେ ବସି ଖାଦ୍ୟ ଖାଉଛନ୍ତି ।

Advertisment

ଭାଇରାଲ୍‌ ହୋଇଥିବା ଏହି ୧୯ ସେକେଣ୍ଡର ଭିଡିଓରେ, ମାଛଗୁଡିକ ପାଣିରେ ପହଁରୁଥିବାର ଦେଖିବାକୁ ମିଳିଛି । ଉକ୍ତ ଭିଡିଓକୁ ଜଣେ ୟୁଜର୍ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି । ସେୟାର କରିବାସହ ସେ ଲେଖିଛନ୍ତି ଯେ, ‘ଏହା ହେଉଛି କୋଇ ପଣ୍ଡ କାଫେ, ଯେଉଁଠାରେ ରୋଷ୍ଟୁରାଣ୍ଟକୁ ଆସୁଥିବା ଲୋକମାନେ ପାଣି ମଝିରେ ବସି ଖାଦ୍ୟ ଖାଇଥାନ୍ତି’ ।

Advertisment

ମାଛ ଭରା ଟ୍ୟାଙ୍କର ମଧ୍ୟରେ ବସି ଲୋକେ ଖାଆନ୍ତି ଖାଦ୍ୟ

ଉକ୍ତ ଭିଡିଓରେ ରେଷ୍ଟୁରାଣ୍ଟରର ଭିତର ସ୍ଥାନ ଦେଖିବାକୁ ମିଳିଛି । ରେଷ୍ଟୁରାଣ୍ଟରର ଚଟାଣ କାଠରେ ନିର୍ମିତ ହୋଇଥିବାବେଳେ ସବୁ ସ୍ଥାନରେ ପାଣି ଭରି ରହିଛି । ପାଣି ମଧ୍ୟରେ ମଧ୍ୟରେ ରଙ୍ଗ ବିରଙ୍ଗର ମାଛଗୁଡିକ ପହଁରୁଥିବାର ଦେଖିବାକୁ ମିଳିଛି । କ୍ୟାଫେର କାନ୍ଥରେ ଏକ ବୋର୍ଡ ଲଗାଯାଇଛି, ଯେଉଁଥିରେ ସ୍ୱିଟ୍ ଫିସ୍ କାଫେ ବୋଲି ଲେଖା ହୋଇଛି ।

ସୋସିଆଲ୍‌ ମିଡିଆରେ ସେୟାର ହୋଇଥିବା ଭିଡିଓରେ ମାଛଗୁଡ଼ିକ ବହୁତ ବଡ ଏବଂ ସୁସ୍ଥ ଦେଖାଯାଉଛନ୍ତି ଯାହାକୁ ଦେଖି ୟୁଜର୍ସମାନେ ତାଜୁବ୍ ହୋଇଯାଉଛନ୍ତି ।‌ଏହି ଭିଡିଓଟିକୁ ପ୍ରାୟ ୨୩ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି । କେବଳ ଏତିକି ନୁହେଁ ଅନେକ ଲୋକ ଏଥିରେ କମେଣ୍ଟ ମଧ୍ୟ ଦେଇଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି - ଏହା ଏକ ୟୁନିକ୍ ଆଇଡିଆ ସେହିପରି ଅନ୍ୟ ଜଣେ ୟୁଜର୍ ଏହାକୁ ନେଇ ଚିନ୍ତା ପ୍ରକଟ କରି ଲେଖିଛନ୍ତି ଯେ, ଖାଦ୍ୟ ଖାଉଥିବା ସମୟରେ ଖାଦ୍ୟ ତଳେ ପଡିବା କାରଣରୁ ପହଁରୁଥିବା ମାଛମାନେ ସେହି ଖାଦ୍ୟ ଖାଇ ମୋଟା ଏବଂ ବିଷାକ୍ତ ହୋଇପାରନ୍ତି ।

Advertisment
Fishes Swimming In Cafe Viral On Internet Viral Video On Social Media Koi Pond Cafe
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ