Advertisment

ଚୁଲି ମୁଣ୍ତରୁ ଟ୍ରକ୍‌ ଷ୍ଟେରିଂ, ଭାଇରାଲ ହେଲା ଭିଡ଼ିଓ..

ମହିଳାମାନେ ଘର ଭିତରେ ରହି କାମ କରନ୍ତି। ଏ କଥା ଆମେ କହୁନୁ ସମସ୍ତେ ଭାବିଥାନ୍ତି। ତେବେ ଏହାକୁ ଭୁଲ୍ ପ୍ରମାଣିତ କରି ଦେଖାଇଛନ୍ତି ଏହି ମହିଳା ଜଣକ। ଏନଏଚ ଉପରେ ମହିଳାଙ୍କ ଡ୍ରାଇଭିଂ ଦେଖିଲେ ଆପଣ ତାଜୁବ୍ ହୋଇଯିବେ..

ଅଦ୍ୟତନ ହୋଇଛି
Women Driver

Women Driver

Advertisment

ମହିଳାଙ୍କ ହାତରେ ଷ୍ଟେରିଂ। ମନରେ ଟିକେ ବି ଭୟ ନାହିଁ। ଏନଏଚ ଉପରେ ଚଲାଉଛନ୍ତି ଟ୍ରକ। କେହି କିଛି ପଚାରିଲେ ହସି ହସି ଦେଉଛନ୍ତି ଉତ୍ତର। ସୋସିଆଲ ମିଡିଆରେ ଏହାର ଭିଡ଼ିଓକୁ ନେଇ ଏବେ ଚର୍ଚ୍ଚା । ଆଇଏଏସ୍‌ ଅଫିସ ଅଶ୍ୱିନୀ ସରନ ନିଜ ଟ୍ୱିଟର୍ ଆକାଉଣ୍ଟରେ ଏହି ଭିଡିଓଟିକୁ ସେୟାର୍‌ କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ଟ୍ରକକୁ ପୁରୁଷ ଚଲାଉ କି ମହିଳା, ଟ୍ରକର କିଛି ବି ଫରକ ପଡୁଛି କି?

Advertisment

ତାମିଲନାଡୁ ନମ୍ବର ପ୍ଲେଟ୍‌ ଥିବା ଏକ ଟ୍ରକଟି ଜାତୀୟ ରାଜପଥ ଉପରେ ଯାଉଥିଲା । ଏହି ସମୟରେ କିଏ ଜଣେ ଟ୍ରକଟିର ଭିଡିଓ କରୁଥିଲେ । ଆସ୍ତେ ଆସ୍ତେ ଟ୍ରକଟି ପାଖକୁ ଆସିବା ପରେ ଜଣାପଡ଼ିଲା ଯେ ଜଣେ ମହିଳା ହସି ହସି ଗାଡ଼ି ଚଲାଉଛନ୍ତି । ଆଉ ଭିଡ଼ିଓ କରୁଥିବା ଲୋକଟିର ପ୍ରଶ୍ନର ଉତ୍ତର ଦେଇ ଟ୍ରକଟିକୁ ଆଗକୁ ନେଇ ଚାଲି ଯାଉଛନ୍ତି। ତେବେ ଏହାର ଏକ ଭିଡିଓକୁ ଆଜି ସୁଦ୍ଧା ପ୍ରାୟ 3 ଲକ୍ଷ ଲୋକ ଦେଖି ସାରିଥିବା ବେଳେ 2 ଶହରୁ ଅଧିକ କମେଣ୍ଟ୍‌ ଆସିଛି। ଏହା ସହ 23 ହଜାର ଲାଇକ ଓ 2 ହଜାର ରିଟୁଇଟ ହୋଇଛି।

ପୁରୁଷଙ୍କ ସହ ଟକ୍କର ଦେଇ ମହିଳାମାନେ ଆଗକୁ ବଢିବାରେ ଲାଗିଛନ୍ତି । ଆଜିର ମହିଳା ସବୁଥିରେ ପାରଙ୍ଗମ। ଏମିତି କିଛି କାମ ନାହିଁ ଯାହାକୁ କରିପାରିବେନି ମହିଳା। ଆଉ ଏହି ଭିଡିଓ ପ୍ରମାଣିତ କରି ଦେଇଛି, ପୁରୁଷମାନଙ୍କ ସବୁ କାମକୁ ମହିଳାମାନେ ନିଶ୍ଚୟ କରିପାରିବେ।

Advertisment
Viral Video Woman Drives Truck
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ