ଟ୍ରେନ୍‌ ଯାତ୍ରା କଲା ଷଣ୍ଢ : ଭିଡିଓ ଭାଇରାଲ୍‌

ଲୋକଙ୍କ ପରି ଟ୍ରେନରେ ଯାତ୍ରା କଲା ଷଣ୍ଢ । ହେଲେ କିଏ ତାକୁ ଟ୍ରେନ୍‌ରେ ପଠାଇଲା ?

ଷଣ୍ଢ ବି ଗଲା ଟ୍ରେନ୍‌ରେ

ଲୋକାଲ ଟ୍ରେନ୍‌ରେ ଯାତ୍ରା କଲା ଷଣ୍ଢ । ମଣିଷଙ୍କ ପରି ଟ୍ରେନରେ ଷଣ୍ଢ ଯାଉଥିବା ଦେଖି ଲୋକ ଆଶ୍ଚର୍ଯ୍ୟ । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି । ଝାଡ଼ଖଣ୍ଡର ସାହିବଗଞ୍ଜ ରୁ ବିହାରକୁ ଯାଉଥିବା EMU ଯାତ୍ରୀବାହୀ ଟ୍ରେନରେ ଏକ ଷଣ୍ଢ ଯାତ୍ରା କରୁଥିବା ଦେଖିବାକୁ ମିଳିଛି । ଯାତ୍ରୀଙ୍କ ସୂଚନା ଅନୁସାରେ ମିର୍ଜା ଚୌକି ରେଳ ଷ୍ଟେସନରେ ୧୦-୧୨ ଜଣ ଲୋକ ଷଣ୍ଢକୁ ଟ୍ରେନର ବଗିରେ ଚଢ଼ାଇ ସାହିବଗଞ୍ଜରେ ଓହ୍ଲାଇଦେବ କହି ଚାଲି ଯାଇଥିଲେ ।

ପୂରା ମାମଲା କ’ଣ?

ମଙ୍ଗଳବାର ଦିନ ଜମାଲପୁରରୁ ସାହିବଗଞ୍ଜ ଅଭିମୁଖେ ଯାଉଥିବା EMU ଯାତ୍ରୀବାହୀ ଟ୍ରେନ୍ ମିର୍ଜା ଚୌକି ଷ୍ଟେସନରେ ପହଞ୍ଚିବା ପରେ ଅଚାନ୍ କିଛି ଦୁର୍ବୃତ୍ତ ପହଞ୍ଚି ଯାଇଥିଲେ । ସେମାନେ ସାଥୀରେ ଏକ ଷଣ୍ଢକୁ ଆଣି ଜୋରଜବରଦସ୍ତି ଟ୍ରେନ୍‌ରେ ଚଢ଼ାଇ ଦେଇଥିଲେ । କେବଳ ଏତିକି ନୁହେଁ ଷଣ୍ଢକୁ ବଗିରେ ଥିବା ସିଟରେ ବାନ୍ଧି ଦେଇଥିଲେ । ଏତେ ଲୋକଙ୍କୁ ଦେଖିବା ଯାତ୍ରୀମାନେ ମଧ୍ୟ କିଛି କହିପାରି ନଥିଲେ । ଗୋଟିଏ ପଟେ କିଛି ଲୋକ ହସୁଥିବା ବେଳେ ଆଉ କିଛି ଲୋକ ଭୟଭୀତ ହୋଇପଡ଼ିଥିଲେ ।

ତେବେ ଟ୍ରେନ୍‌ ଆଗାମୀ ଷ୍ଟେସନରେ ରହିବା ପରେ ଯାତ୍ରୀମାନେ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଷଣ୍ଢକୁ ଓହ୍ଲାଇ ଦେଇଥିଲେ । କାରଣ ଅଧିକ ସମୟ ଧରି ଟ୍ରେନରେ ଯାତ୍ରା କରିଥିଲେ ଯାତ୍ରୀଙ୍କୁ ଆକ୍ରମଣ କରିବାର ଆଶଙ୍କା ରହିଥିଲା । ତେବେ ଷଣ୍ଢକୁ ଟ୍ରେନ୍‌ରେ ଚଢ଼ାଇବା ସମୟରେ ଆରପିଏଫ୍‌ ଓ ଜିଆରପିଏଫ୍ ପୋଲିସ୍‌ କ’ଣ କରୁଥିଲା ବୋଲି ଲୋକେ ପ୍ରଶ୍ନ କରୁଛନ୍ତି ।