Advertisment

‘ପୁଷ୍ପା’ ଗୀତରେ ସ୍ମାର୍ଟ କ୍ଲାସ୍‌ରେ ଡ୍ୟାନ୍ସ କଲେ ଛାତ୍ର, ସସ୍‌ପେଣ୍ଡ୍‌ ହେଲେ ପ୍ରଧାନ ଶିକ୍ଷୟିତ୍ରୀ

ଏକ ସ୍ମାର୍ଟ ସ୍କୁଲ୍‌ରେ ‘ପୁଷ୍ପା’ ଫିଲ୍ମର ଗୀତରେ ଛାତ୍ରଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଥିଲା। ଏନେଇ ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଆକ୍ସନ ନିଆଯାଇଛି।

Viral Pushpa Dance In Classroom

Viral Pushpa Dance In Classroom

Advertisment

ଏବେବି ଫିଲ୍ମ ‘ପୁଷ୍ପା’ର କ୍ରେଜ୍‌ ଦେଖିବାକୁ ମିଳିଛି। ‘ପୁଷ୍ପା’ ଫିଲ୍ମ ଗୀତ ଲୋକଙ୍କ ହୃଦୟକୁ ଏତେମାତ୍ରାରେ ଛୁଇଁଛି ଯେ, ଗୀତ ବାଜିଲେ ମାତ୍ରେ ଡ୍ୟାନ୍ସ ଆରମ୍ଭ ହୋଇଯାଉଛି। ନିକଟରେ ଗଞ୍ଜାମ ଜିଲ୍ଲାର ଏକ ସ୍ମାର୍ଟ ସ୍କୁଲ୍‌ରେ ‘ପୁଷ୍ପା’ ଫିଲ୍ମର ଗୀତରେ ଛାତ୍ରଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଥିଲା। ଏନେଇ ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଆକ୍ସନ ନିଆଯାଇଛି। ଘଟଣାକୁ ନେଇ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍‌ ବରମୁଣ୍ଡୁଳି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପାଢୀଙ୍କୁ ନିଲମ୍ବିତ କରାଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବନ କରିଛନ୍ତି।

Advertisment

ସୂଚନାଥାଉ କି, ଗତ ଏପ୍ରିଲ ୨୫ ତାରିଖରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ପାଇଁ ସ୍କୁଲକୁ ଡକା ହୋଇଥିଲା। ଏହି ଅବସରରେ ଦଶମ ଶ୍ରେଣୀର ୫ଜଣ ଛାତ୍ର ସ୍ମାର୍ଟ କ୍ଲାସରେ ଲାଗିଥିବା ଟିଭିରେ ‘ପୁଷ୍ପା’ ଗୀତ ଲଗାଇ ଡ୍ୟାନ୍ସ କରୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜିଲ୍ଲା ଶିକ୍ଷାଧିକାରୀ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷଜନକ ଉତ୍ତର ନ ଦେଇପାରିବାରୁ ତାଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। 

Viral Video Pushpa Dance Headmistress Suspended
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ