Viral pig painter pigcasso painting sold for 20 lakh rupees south Africa
କେପ୍ ଟାଉନ୍: ଚିତ୍ର ଆଙ୍କିବାକୁ ପ୍ରାୟ ସମସ୍ତଙ୍କୁ ଭଲଲାଗିଥାଏ । ଏକ ସୁନ୍ଦର ଚିତ୍ରକୁ ଆଙ୍କିବା ଯେତେ କଷ୍ଟ ଲାଗେ ତାକୁ ଦେଖିବାକୁ ସେତିକି ମନଲୋଭା ଲାଗିଥାଏ । ପ୍ରାୟତଃ ଚିତ୍ରକଳାକାର ମାନେ ହିଁ ବିଭିନ୍ନ ଚିତ୍ର ଆଙ୍କିଥାନ୍ତି ହେଲେ ଆପଣ କେବେ ଶୁଣିଛନ୍ତି କେହି ପଶୁ ଚିତ୍ର ଆଙ୍କିପାରେ ବୋଲି ? କଥାଟି ଟିକେ ଅଡ଼ୁଆ ଲାଗିପାରେ ହେଲେ ଏହା ଏକ୍ଦମ୍ ସତ । ଆଜ୍ଞା ହଁ ଏକ ଘୁରୁରୀ ଆଙ୍କୁଛି ଭଳିକି ଭଳି ଚିତ୍ର । କେବଳ ଚିତ୍ର ଆଙ୍କୁଛି ତାହା ନୁହେଁ ବରଂ ସେଗୁଡିକୁ ପ୍ରାୟ ଲକ୍ଷାଧିକ ଟଙ୍କାରେ ବିକ୍ରି ମଧ୍ୟ କରାଯାଉଛି ।
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1640502872.jpg)
ଦକ୍ଷିଣ ଆଫ୍ରିକାର ଫ୍ରାଞ୍ଚୋକ୍ ଭ୍ୟାଲିରେ ଜୋଆନେ ଲେଫସନ୍ ତାଙ୍କ କଳାକାର ଘୁଷୁରୀ 'ପିଗ୍କାସୋ' ସହ ରୁହନ୍ତି । ପିଗ୍କାସୋ ଚିତ୍ର ଆଙ୍କିବା ନେଇ ଖୁବ୍ ଚର୍ଚ୍ଚାରେ ଥାଏ ।
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1640502932.jpg)
ଡେଲି ମେଲ ନ୍ୟୁଜ୍ ଏଜେନ୍ସିର ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୧୬ ମସିହାରେ କେପ୍ ଟାଉନ୍ର ଏକ ଆମିଷ ବଜାରରେ 'ପିଗ୍କାସୋ'କୁ କଟା ହେବାକୁ ନିଆଁଯାଉଥିଲା । ସେହି ସମୟରେ ଜୋଆନେ 'ପିଗ୍କାସୋ'କୁ ଉଦ୍ଧାର କରି ନିଜ ଫାର୍ମରେ ରଖି ପାଳିବା ଆରମ୍ଭ କରିଥିଲେ ।
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1640503016.jpg)
- ୪୦୦ରୁ ଅଧିକ ଚିତ୍ର ଆଙ୍କିସାରିଛି ଏହି ଘୁଷୁରୀ
ଛୋଟବେଳୁ ଜୋଏନ୍ ପିଗ୍କାସୋର ଯତ୍ନ ନେଉଥିଲେ । ଦିନେ ସେ ହଠାତ୍ ପିଗ୍କାସୋର ଫାର୍ମରେ ଅଜାଣତରେ କିଛି ପେଣ୍ଟ୍ ବ୍ରସ୍ ଛାଡିଦେଇଥିଲେ । ଯାହାକୁ ନେଇ ପିଗ୍କାସୋ ଖେଳିବା ଆରମ୍ଭ କରିଥିଲା । ଏହିପରି ଭାବରେ ଘୁଷୁରୀର ପେଣ୍ଟିଂ ପ୍ରତି ଆଗ୍ରହ ହୋଇଥିଲା । ପେଣ୍ଟିଂ ପ୍ରତି ଘୁଷୁରୀର ବଢ଼ୁଥିବା ଆଗ୍ରହ ଦେଖି ମାଲିକ ଜୋଏନ୍ ପିଗ୍କାସୋର ଏହି ଚିତ୍ରକଳାକୁ ଲୋକଲୋଚନକୁ ଆଣିବେ ବୋଲି ସ୍ଥିର କରିଥିଲେ । ଯାହା ପରଠୁ ହିଁ ପିଗ୍କାସୋ ଆଙ୍କିଥିବା ପ୍ରତ୍ୟେକ ଚିତ୍ରକୁ ଜୋଏନ୍ ସୋସିଆଲ ମିଡିଆରେ ସୟାର କରିଆସୁଛନ୍ତି । ଲୋକମାନେ ପିଗ୍କାସୋର ପେଣ୍ଟିଂକୁ ଏତେ ଭଲପାଆନ୍ତି ଯେ, ଉତ୍ତମ ଦରରେ ଏହି ପେଣ୍ଟିଂଗୁଡିକ କିଣିଥାନ୍ତି । ପେଣ୍ଟିଂରୁ ଅର୍ଜିତ ଟଙ୍କା ଦ୍ୱାରା ଫାର୍ମରେ ଥିବା ଅନ୍ୟାନ୍ୟ ପଶୁଙ୍କୁ ପାଳନ କରାଯାଉଛି ।
ସୂଚନା ଅନୁସାରେ, ବର୍ତ୍ତମାନ ୫ ବର୍ଷର ପିଗ୍କାସୋର ଓଜନ ପ୍ରାୟ ୫୮୦ କିଲୋ ହୋଇଥିବାବେଳେ ସେ ଗତ ପାଞ୍ଚ ବର୍ଷରୁ ୪୦୦ରୁ ଅଧିକ ଚିତ୍ର ଆଙ୍କିସାରିଛି । ଯାହାକୁ ନେଇ ପିଗ୍କାସୋ ବେଶ୍ ଚର୍ଚ୍ଚାରେ ରହିଆସିଛି ।
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1640503083.jpeg)
- ୧୪ ଲକ୍ଷରେ ବିକ୍ରି ହୋଇଛି ପିଗ୍କାସୋର ‘ଶିମ୍ପାଞ୍ଜି ପେଣ୍ଟିଂ’
ନିକଟରେ ପିଗ୍କାସୋ ଏକ ନୂଆ ଚିତ୍ର ଆଙ୍କିଥିଲେ । ଏହି ଚିତ୍ରକୁ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ବିକ୍ରି କରାଯାଇଛି । ଏନେଇ ଜୋଏନ୍ କହିଛନ୍ତି ଯେ, ‘‘ ମୁଁ ଚାହୁଁଥିଲି କି ପିଗ୍କାସୋ ଏପରି ଏକ ଚିତ୍ର ଆଙ୍କୁ ଯାହା ପୂର୍ବରୁ କେବେ କେହି ପଶୁ ଆଙ୍କି ନଥିବେ । ତେଣୁ ମୁଁ ପିଗ୍କାସୋକୁ ଏକ କାନଭାସ୍ ଦେଲି ଯେଉଁଥିରେ ସେ ଏହି ସୁନ୍ଦର ଚିତ୍ରଟି ଆଙ୍କିଛି । ସୋସିଆଲ୍ ମିଡିଆରେ ଏହି ପେଣ୍ଟିଂର ଫଟୋ ସେୟାର କରିବାର ମାତ୍ର ୭୨ ଘଣ୍ଟା ମଧ୍ୟରେ ହିଁ ପେଣ୍ଟିଂକୁ ଜଣେ ଗ୍ରାହକ କିଣିଥିଲେ ।
ଜର୍ମାନୀର ପିଟର ଆସେର୍ ୨୦ ଲକ୍ଷରୁ ଅଧିକ ଟଙ୍କା ଦେଇ ଏହି ପେଣ୍ଟିଂ କିଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ପୂର୍ବରୁ ପିଗ୍କାସୋ ଆଙ୍କିଥିବା ଏକ ଶିମ୍ପାଞ୍ଜି ଚିତ୍ର ୧୪ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640497484.jpg)