Advertisment

ଆଖି ବୁଜିଦେଲା ପ୍ରସାଶନ : ଚାନ୍ଦା ଆଦାୟ କରି ସ୍କୁଲ ମରାମତି କଲେ ଗାଁ ଲୋକେ

ଏକାଠି ହେଲେ ଗାଁର ମହିଳା, ପୁରୁଷ.. ବାଲି, ସିମେଣ୍ଟ, ଇଟା ଆଣି ଲାଗି ପଡ଼ିଲେ ବିଦ୍ୟାଳୟ ମରାମତି କାମରେ.. କଳାପଟାଠାରୁ ଆରମ୍ଭ କରି ଭଙ୍ଗା ଆଜବେଷ୍ଟସ୍, କାନ୍ଥ ସବୁ ମରାମତି ହେଲା ।

Villagers repair school building

Villagers repair school building

Advertisment

ପିଲାଙ୍କ ଉଜ୍ଜ୍ୱଜ ଭବିଷ୍ୟତ ପାଇଁ ଗାଁ ଲୋକଙ୍କ ପ୍ରୟାସ । ଏକାଠି ହେଲେ ଗାଁର ମହିଳା, ପୁରୁଷ । ଆଉ କୁନି କୁନି ପିଲାଙ୍କ ପାଇଁ ଚାନ୍ଦା ଆଦାୟ କରି ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଗାଁ ବିଦ୍ୟାଳୟକୁ ମରାମତି କରିଛନ୍ତି । ଗୁହାରୀ କରି କରି ଥକିଗଲା ପରେ ବି ଶୁଣିଲାଣି ପ୍ରସାଶନ । ଶେଷରେ ଗାଁ ଲୋକେ ହିଁ ଗାଁ ସ୍କୁଲର ସ୍ଥିତି ସୁଧାରିବା ପାଇଁ ଅଣ୍ଟା ଭିଡ଼ିଥିଲେ । ତେବେ ସେମାନଙ୍କ ଏପରି କାମ ପ୍ରସାଶନଙ୍କ ପରିବାପାଣିଆ ପ୍ରତି ଏକ ଶକ୍ତ ଚାପୁଡ଼ା ସଦୃଶ୍ୟ ହୋପଡିଛି । ଏଭଳି ଘଟଣା ଦେଖିବାକି ମିଳିଛି ଲମତାପୁଟ ବ୍ଲକ ତୁସୁବା ପଞ୍ଚାୟତ ଗୋଡିପୁଟ ଗାଁରେ ।

Advertisment

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ତୁସୁବା ପଂଚାୟତର ଗୋଡିପୁଟ ପ୍ରାଥମିକ ବିଦ୍ୟାଳୟ । ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୩ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଦୁଇ ଜଣ ଶିକ୍ଷୟିତ୍ରୀ ପାଠପଡନ୍ତି । ପାଞ୍ଚଟି ଶ୍ରେଶୀ ପାଇଁ ଅଛି ମାତ୍ର୨ଟି ଶ୍ରେଣୀ ଗୃହ, ତା ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ । ବିଦ୍ୟାଳୟର ଆଜବେଷ୍ଟ, ଚଟାଣ ଓ କାନ୍ଥଗୁଡିକ ଭାଙ୍ଗି ଯାଇଛି ।

ବର୍ଷ ବର୍ଷ ଧରି ଭଙ୍ଗା ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢା ଯାଉଥିବା ଏବଂ ପିଲାମାନଙ୍କ ପ୍ରତି ବିପଦ ରହିଥିବା ନେଇ ଗୋଡିପୁଟ ଗାଁ ଲୋକେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ବ୍ଲକ ପ୍ରଶାସନଙ୍କ ନିକଟର ଗୁହାରୀ କରିଥିଲେ । ହେଲେ ଗାଁ ଲୋକଙ୍କ ଗୁହାରୀକୁ କେହି ଶୁଣିଲେ ନାହିଁ । ଚାରିଆଡ଼ୁ ବିଫଳ ହେବା ପରେ ଗାଁ ଲୋକେ ଚାନ୍ଦା କରି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବିଦ୍ୟାଳୟକୁ ମରାମତି କରିଛନ୍ତି ।

Advertisment

ଗାଁର ସମସ୍ତ ମହିଳା ଓ ପୁରୁଷମାନେ ମିଳିତ ଭାବରେ ଶ୍ରମଦାନ କରି ବିଦ୍ୟାଳୟ ମରାମତି କରିଥିବା ଲୋକେ କହିଛନ୍ତି । ଏପଟେ ଗୋଡିପୁଟ ଗାଁ ଲୋକେ ବିଦ୍ୟାଳୟ ମରାମତି କରିବା ସମ୍ପର୍କରେ ଲମତାପୁଟ ଚେୟାରମ୍ୟାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଦ୍ୟାଳୟ ସମସ୍ୟା ଏବଂ ମରାମତି ସମ୍ପର୍କରେ ବିଡ଼ିଓ କିମ୍ବା ଚେୟାରମ୍ୟାନ ପାଖରେ କୌଣସି ଅଭିଯୋଗ ଆସିନାହିଁ ବୋଲି କୁହାଯାଇଛି । ପରିଦର୍ଶନ କରି ଘଟଣାର ଅନୁଧ୍ୟାନ କରାଯିବ । ବିଡିଓ ଓ ଚେୟାରମ୍ୟାନଙ୍କ ମଧ୍ୟରେ ଆଲୋଚନା ହେବା ପରେ ଜିଲ୍ଲା ଅବଗତ କରି ବର୍ଷ ୠତୁ ଆରମ୍ଭରୁ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।

ଜଗତ ଜୀବନ, ଲମତାପୁଟ

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ