Advertisment

ଗାଁ ଲୋକେ ମିଶି ତିଆରି କଲେ ନୂଆ ସୂର୍ଯ୍ୟ

ବର୍ଷ ବର୍ଷ ଧରି ଗାଁ ଲୋକେ ରହୁଥିଲେ ଅନ୍ଧାରରେ। ତିନି ଚାରି ମାସେ ପାଉ ନ ଥିଲେ ସୂର୍ଯ୍ୟ କିରଣ। ଅତ୍ୟନ୍ତ ଦୟନୀୟ ଥିଲା ଜୀବନ। ଏହି ଗାଁରେ ୨୦୦ ଲୋକ ବାସ କରୁଥିଲେ ମଧ୍ୟ ସେମାନଙ୍କ ଦୁଃଖ ବୁଝିବାକୁ କେହି ନ ଥିଲେ। ଠିକ୍ ଏହି ସମୟରେ ଭଗବାନ ସାଜି ଆସିଲେ ଜଣେ ଇଂଜିନିୟର। ଗ୍ରାମବାସୀଙ୍କ ପାଇଁ ତିଆରି କଲେ ଆଉ ଏକ ନୂଆ ସୂର୍ଯ୍ୟ।

People made their own artificial Sun

People made their own artificial Sun

Advertisment

ସୂର୍ଯ୍ୟ ସକଳ ଶକ୍ତିର ଆଧାର। ସୂର୍ଯ୍ୟ ବିନା ଏ ବିଶ୍ୱ ଜୀବନ ଶୂନ୍ୟ। ବିନା ସୂର୍ଯ୍ୟରେ ନା ମାଟିରୁ ଅଙ୍କୁରୋଦମ ହୁଏ ବୁକ୍ଷ ନା ଜଳରେ ଖେଳେ ତରଙ୍ଗ। ପଶୁ ପକ୍ଷୀଙ୍କଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସମସ୍ତେ ତ ସୂର୍ଯ୍ୟ ବିନା ଅଚଳ। ବେଳେ ବେଳେ ଅନେକ ତ ଏମିତି ବି ଭାବନ୍ତି ଯେ ସୂର୍ଯ୍ୟ ଯଦି କେବେ ଅସ୍ତ ନ ହୁଅନ୍ତା ତେବେ କେତେ ଭଲ ହୁଅନ୍ତା। ଯଦି କୌଣସି କାରଣରୁ ସୂର୍ଯ୍ୟ ଗୋଟିଏ ଦିନ ଉଦୟ ନ ହୁଏ, ଏ କଥା ଥରେ ଭାବିଦେଲେ ଚାରିଆଡ ଅନ୍ଧାର ହୋଇଯାଏ, ସତେଯେପରି ଜୀବନ ଠପ ହୋଇଯାଏ।

Advertisment
People made their own artificial Sunଅନ୍ଧାରରୁ ମୁକ୍ତି ଦେଲା କୃତ୍ରିମ ସୂର୍ଯ୍ୟ

କିନ୍ତୁ ଆପଣ ଜାଣିଛନ୍ତି କି ଏ ପୃଥିବୀରେ ଏମିତି ବି ଅଞ୍ଚଳ ଅଛି ଯେଉଁଠି ସୂର୍ଯ୍ୟ କେବେ ବି ଉଦୟ ହୁଅନ୍ତି ନାହିଁ? ଏ କଥା ବିଶ୍ୱାସ ହେଉ ନ ଥିଲେ ବି ସତ। ତେବେ ଆସନ୍ତୁ ସେଭଳି ଅଞ୍ଚଳ ବିଷୟରେ ଜାଣିନେବା।

Advertisment

ଇଟାଲିରେ ଏମିତି ଏକ ଗ୍ରାମ ଅଛି ଯେଉଁଠି ସୂର୍ଯ୍ୟ କେବେ ବି ଉଦୟ ହୁଅନ୍ତି ନାହିଁ। ଏହି କାରଣରୁ ଲୋକେ ବହୁ ଚିନ୍ତାରେ ଥିଲେ। କୁହାଯାଏ ଯେ “ସମସ୍ୟା ହିଁ ଉଦ୍ଭାବନର କାରଣ”। ତେଣୁ ଏହି ଗ୍ରାମବାସୀମାନେ ସେମାନଙ୍କର ନିଜର ସୂର୍ଯ୍ୟ ତିଆରି କରିଦେଇଛନ୍ତି। ଆପଣ ଭାବି ପାରୁଛନ୍ତି କି, ଏହା କେବେ ସମ୍ଭବ ହୋଇଥିବ କି? କିନ୍ତୁ ଏହା ସେମାନେ କରି ଦେଖେଇଛନ୍ତି।

ବର୍ଷ ବର୍ଷ ଧରି ଏହି ଗାଁରେ ସୂର୍ଯ୍ୟ ଉଦୟ ନ ହେବାରୁ ଗାଁ ଲୋକେ ବିକଳ୍ପ ଚିନ୍ତା କଲେ। ସେମାନେ ଏକ ମୃତ୍ରିମ ସୂର୍ଯ୍ୟ ତିଆରି କରିବା ନେଇ ଆଗକୁ ବଢିଲେ ଓ ଶେଷରେ ତିଆରି କରିଦେଲେ ମଧ୍ୟ। ଆଜିଯାଏ ଆମେ ଜାଣିଛେ ଯେ ବିଜ୍ଞାନର ପ୍ରୟୋଗରେ ମଣିଷ ନକଲି ହାତ-ଗୋଡ, ଆଖି ଆଦି ତିଆରି କରୁଥିଲା। କିନ୍ତୁ ଇଟାଲିର ଏହି ଗ୍ରାମବାସୀ ଯେ ଏକ ନକଲି ସୂର୍ଯ୍ୟ ତିଆରି କରିଦେବେ ତାହା କିଏ ବା ବିଶ୍ୱାସ କରିବ! ତେବେ ଆସନ୍ତୁ ଜାଣିନେବା ସେହି ଗାଁ ବିଷୟରେ।

Advertisment
People made their own artificial Sunଗାଁ ଲୋକେ ମିଶି ତିଆରି କଲେ ନୂଆ ସୂର୍ଯ୍ୟ

ଇଟାଲିରେ ଥିବା ଏହି ଗାଁର ନାମ ହେଉଛି ବିଗ୍‌ଲ୍ଲେନା। ଗାଁର ଚାରିପାଖରେ ପାହାଡ ଘେରି ରହିଛି। ଏହି କାରଣରୁ ଗାଁରେ ପହଞ୍ଚିପାରେନି ସୂର୍ଯ୍ୟ କିରଣ। ମିଲାନର ଉତ୍ତରରେ ଥିବା ଏହି ଗାଁ ପାହାଡରୁ ପାଖାପାଖି ୧୩୦ କିଲୋମିଟର ତଳେ ରହିଛି। ଏହି ଗାଁରେ ୨୦୦ ଲୋକ ବାସ କରନ୍ତି।

ଏଠାରେ ନଭେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ପଡେ ନାହିଁ। ଗାଁର ଏହି ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିବାରୁ ଗାଁ ଲୋକେ ବହୁ ଅସୁବିଧାରେ ଚଳୁଥିଲେ। ଏହି ଗାଁରେ ରୁହନ୍ତି ଜଣେ ଆର୍ଟିଟେକ୍ ତଥା ଇଂଜିନିୟର। ସେ ଗାଁର ଏହି ଦୁର୍ଦ୍ଦଶା ଦେଖି ଏକ ବିକଳ୍ପ ବାହାର କରିଲେ। ଏହି ଇଂଜିନିୟର ଗାଁର ମେୟରଙ୍କ ସହାୟତାରେ ବିଗଲ୍ଲେନା ଗାଁ ପାଇଁ ଏକ କୃତ୍ରିମ ସୂର୍ଯ୍ୟ ତିଆରି କରିଦେଲେ।

ଏହି ଇଂଜିନିୟର କୃତ୍ରିମ ସୂର୍ଯ୍ୟ ତିଆରି ପାଇଁ ଏକ ଲକ୍ଷ ୟୁରୋ ଖର୍ଚ୍ଚ କରିଛନ୍ତି। ଏହି ଟଙ୍କାରେ ସେ ଏକ ୪୦ ବର୍ଗ କିଲୋମିଟରର ମିରର୍‌ କିଣିଥିଲେ। ଏହାକୁ ସେ ପାହାଡ ଶିଖରରେ ଲଗେଇଥିଲେ। ସେ ଏହି ମିରର୍‌କୁ ଏପରି ଭାବେ ଲଗେଇଥିଲେ ଯେ ଯେପରି ସୂର୍ଯ୍ୟର ରଶ୍ମୀ ମିରର୍ ଉପରେ ପଡି ପ୍ରତିବିମ୍ବିତ ହୋଇ ଗାଁରେ ଖରା ଆକାରରେ ପଡିବ। ଏହା ଦ୍ୱାରା ବର୍ତ୍ତମାନ ଗାଁରେ ୬ ଘଣ୍ଟା ସୂର୍ଯ୍ୟକିରଣ ପ୍ରତିବିମ୍ବିତ ହୋଇ ପଡିପାରୁଛି ଓ ଗାଁ ଆଲୋକିତ ହୋଇପାରୁଛି।

ଏହି ମିରର୍‌କୁ କମ୍ପ୍ୟୁଟର ଦ୍ୱାରା ଅପରେଟ୍ କରାଯାଉଛି। ବିଗଲ୍ଲେନା ଗାଁର ଲୋକେ ଏହି ଭଳି ଭାବେ ନିଜ ଦୁଃଖ ଦୂର କରିବା ନେଇ ନୂଆ ସୂର୍ଯ୍ୟ ତିଆରି କରିନେଲେ। ବିଜ୍ଞାନ ଓ ବୈଷୟିକ ବିଦ୍ୟା ଆଜି ଏହି ଗାଁକୁ ନୂଆ ସୂର୍ଯ୍ୟ ଦେବାରେ ଏମିତି ସାହାଯ୍ୟ କରିଛି।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ