Advertisment

ଗାଁକୁ ନାହିଁ ରାସ୍ତା, ବିଜୁଳି ଆଲୁଅ ସାତ ସପନ

ଗ୍ରାମାଞ୍ଚଳର ବିକାଶ ଲାଗି ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ। ହେଲେ ଆଜି ବି ରାଜ୍ୟର ଅନେକ ଦୁର୍ଗମ ଅଞ୍ଚଳ ଅଛି, ଯେଉଁଠି ସରକାରଙ୍କ ଯୋଜନା ଅପହଞ୍ଚ।

ଅଦ୍ୟତନ ହୋଇଛି
ଗାଁକୁ ନାହିଁ ରାସ୍ତା, ବିଜୁଳି ଆଲୁଅ ସାତ ସପନ

no Road Connectivity

Advertisment

ମୋହନା/ବିଞ୍ଝାରପୁର: ଗ୍ରାମାଞ୍ଚଳର ବିକାଶ ଲାଗି ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ। ହେଲେ ଆଜି ବି ରାଜ୍ୟର ଅନେକ ଦୁର୍ଗମ ଅଞ୍ଚଳ ଅଛି, ଯେଉଁଠି ସରକାରଙ୍କ ଯୋଜନା ଅପହଞ୍ଚ। କେଉଁ ଗାଁକୁ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ନଥିବା ବେଳେ ଆଉ କେଉଁ ଗାଁରେ ବିଜୁଳି ଆଲୁଅ ଦେଖି ନାହାନ୍ତି ଲୋକେ।ଗଜପତି ଜିଲ୍ଲା ମୋହନା ଓ ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ଗଜପତି ଜିଲ୍ଲା ଆର୍. ଉଦୟଗିରି ବ୍ଲକ୍‌ ଅନ୍ତର୍ଗତ ପୁରୁଣାପାଣି ପଞ୍ଚାୟତର କୁମୁଟିପଙ୍କାଳ ଗାଁରେ ୪୦ରୁ ଅଧିକ ପରିବାର ବସବାସ କରନ୍ତି। ଗଞ୍ଜାମ- ଗଜପତି ସୀମାରେ ରହିଥବା ଏହି ଗାଁକୁ ଆଜି ପର୍ଯ୍ୟନ୍ତ ରାସ୍ତା ନାହିଁ। ବର୍ଷା ହେଲେ ଲୋକେ ପାଣିକାଦୁଅରେ ହନ୍ତସନ୍ତ ହେଉଛନ୍ତି। ଗାଁରେ ୪୦ଟି ପରିବାରରୁ କେବଳ ୪ ଜଣଙ୍କୁ ବିଜୁ ପକ୍କା ଘର ମିଳିଥିବା ବେଳେ ଆଜି ବି ଲୋକେ ଝାଟିମାଟି ଚାଳଘରେ ରହୁଛନ୍ତି। ବିଜୁଳି ଆଲୁଅ କୁମୁଟିପଙ୍କାଳ ଗ୍ରାମବାସୀଙ୍କ ଲାଗି ସାତ ସପନ ପାଲଟିଥିବା ବେଳେ ମିଳିଥିବା ସୋଲାର ଲାଇଟ୍ ସିଷ୍ଟମ ବି ବିଫଳ ହୋଇଛି। ତେବେ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ବିଡିଓ କହିଛନ୍ତି। 

ଅନ୍ୟପକ୍ଷେ, ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍‌ ଅନ୍ତର୍ଗତ ଫତେପୁର ପଞ୍ଚାୟତର ଥଟାରି ସାହିରେ ମଧ୍ୟ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଗାଁରେ ପ୍ରାୟ ୨୦ଟି ପରିବାର ବସବାସ କରୁଛନ୍ତି। ସମସ୍ତେ ଗରିବ ଶ୍ରେଣୀର ହୋଇ ଥିବାବେଳେ ସେମାନଙ୍କୁ ବିଜୁ ପକ୍କା ଘର ଯୋଜନାରେ ସାମିଲ କରାଯାଇନଥିବା ଅଭିଯୋଗ ହୋଇଛି। ଏହାବ୍ୟତୀତ ଗ୍ରାମରେ ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,ପାନୀୟଜଳ ଆଦି ସୁବିଧା ନାହିଁ। ଏଥିଲାଗି ଗ୍ରାମବାସୀ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଲେ ବି କୌଣସି ସୁଫଳ ମିଳିନାହିଁ। ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ପକ୍କା ଘର ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।  

Advertisment

ଗ୍ରାମାଞ୍ଚଳର ବିକାଶ ଲାଗି ସରକାର ଅନେକ ଯୋଜନା କରୁଛନ୍ତି ସତ, ହେଲେ ପ୍ରକୃତରେ ଲୋକେ ଏହାଦ୍ୱାରା କିପରି ଉପକୃତ ହେଉଛନ୍ତି ତାହା ଏହି ଦୁଇ ଗାଁର ଦୃଶ୍ୟରୁ ସ୍ପଷ୍ଟ ହେଉଛି। 

Advertisment
Odisha No Road To Village
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ