Advertisment

ପାହାଡ଼ରୁ ତଳକୁ ଖସିପଡ଼ିଲା କାର୍ : ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତିଗଲେ ଯାତ୍ରୀ

ସପରିବାର ଖୋର୍ଦ୍ଧା ଟାଙ୍ଗିରୁ ଯାଉଥିଲେ ନୟାଗଡ଼ର ମଣିନାଗେଶ୍ୱରୀ ପୀଠ। ଘାଟି ରାସ୍ତା ଦେଇ ଯାଉଥିବା ବେଳେ ପାହାଡ଼ରୁ ତଳକୁ ଖସିପଡ଼ିଲା କାର୍। କାର୍ ଭିତରେ ଛୋଟ ଛୁଆ ବି ଥିଲେ। ଗାଡ଼ି ଭାଙ୍ଗି ଚୁରମାର୍। ମାଆର ଦୟା...

accident

accident

Advertisment

କଥାରେ ଅଛି ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ । ମାଆର କୃପା ହେଲେ ଦୁନିଆର କୌଣସି ବି ଶକ୍ତି ହରାଇ ପାରିବନି କି ବିପଦ ଜମା ଛୁଇଁ ପାରିବନି । ନିଛାଟିଆ ଘାଟି ରାସ୍ତାରେ ଏକଥା ସତ ହୋଇଛି । ମାଆ ପଣତ କାନି ଢାଙ୍କି ଦେଇଥିବାରୁ ଦୁର୍ଘଟଣାରୁ ସପରିବାରେ ବଞ୍ଚିଯାଇଛନ୍ତି । ମା ମଣିନାଗେଶ୍ୱରୀଙ୍କ ଦର୍ଶନ ପାଇଁ ଯାଇଥିବା ବେଳେ ପାହାଡ଼ ତଳକୁ ଖସିପଡ଼ିଥିଲା ଗାଡ଼ି ।

Advertisment

ନୟାଗଡ଼ ଜିଲ୍ଲା ରଣପୁର ସ୍ଥିତ ମଣିନାଗ ପାହାଡ଼ ଉପରେ ଦୁର୍ଘଟଣା । ମା ମଣିନାଗେଶ୍ୱରୀଙ୍କ ଦର୍ଶନ ପାଇଁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରୁ ସପରିବାର ଯାଇଥିଲେ । ପ୍ରାୟ ୧୫ଟି ମୋଡ ଅତିକ୍ରମ କରି ଯାଇଥିଲେ । ଆଉ ଟିକିଏ ସମୟ ପରେ ମାଆଙ୍କୁ ଦର୍ଶନ କରି ଥାଆନ୍ତେ। ହେଲେ ବେଳା ଏମିତି ଯେ ୧୫ ନମ୍ବର ମୋଡରୁ ଗାଡ଼ି ସିଧା ତଳକୁ ଖସିପଡ଼ିଲା। ଗାଡ଼ିର ଅବସ୍ଥା ଦେଖିଲେ ଅନୁମାନ କରି ପାରି କି ଭୟଙ୍କର ଦୁର୍ଘଟଣା ହୋଇଛି। ମାଆଙ୍କ ଅପାର କୃପା ଗାଡ଼ି ଲେଉଟି ଲେଉଟି ଲେଉଟି ୧୧ ନମ୍ବର ମୋଡର ଠାକିଲା। ଗାଡ଼ି ଭିତରେ ଛୋଟ ଛୁଆଙ୍କୁ ମିଶାର ସ୍ତ୍ରୀ ପୁରୁଷ ୬ଜଣ ଯାତ୍ରୀ ଥିଲେ। ସୌଭାଗ୍ୟକୁ ସମସ୍ତେ ଜୀବିତ ଅଛନ୍ତି।

ସମ୍ପୂର୍ଣ୍ଣ ନିଛାଟିଆ ରାସ୍ତାରେ ସୌଭାଗ୍ୟକୁ ଦୁର୍ଘଟଣା ସମୟରେ ଲୋକବାକ ଯାତାୟାତ କରୁଥିଲେ। ପଥିକ ମାନେ ତୁରନ୍ତ ଏକାଠି ହୋଇ ଉଦ୍ଧାର କରିବାରେ ଲାଗି ପଡ଼ିଲେ, ଜୟ ଜଗନ୍ନାଥ କହି ଛୋଟ ଛୁଆଙ୍କୁ କାନ୍ଧିରେ ପକାଇ ବୋହି ଆଣିଲେ। ସମସ୍ତଙ୍କୁ ଗାଡ଼ିରୁ କାଢିବା ପରେ ବି ଡ୍ରାଇଭର ଭାଇଙ୍କୁ କାଢ଼ିବା ସମ୍ଭବ ହେଉ ନ ଥାଏ । ବାଧ୍ୟ ହୋଇ ଅତି ସନ୍ତର୍ପଣର ସହ ଗାଡ଼ିକୁ ଲେଉଟାଇବାକୁ ଲାଗିଲେ । ଆଉ ତା ପରେ ଡ୍ରାଇଭର ଭାଇଜଣକ ବି ସୁରକ୍ଷିତ ବାହାରି ଆସିଲେ। ତେବେ ବର୍ତ୍ତମାନ ସମସ୍ତ ଆହତଙ୍କୁ ସ୍ଥାନୀୟ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

Advertisment

ନୟାଗଡ଼ରୁ ଆର୍ତ୍ତତ୍ରାଣ ପ୍ରଧାନଙ୍କ ରିପୋର୍ଟ

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ