Advertisment

ସ୍କୁଲ କିନ୍ତୁ ପାର୍କର ଭ୍ରମ ସୃଷ୍ଟି କରୁଛି...

ସ୍କୁଲର ମୁଖ୍ୟ ଫାଟକଠାରୁ ଆରମ୍ଭକରି ସ୍କୁଲକୁ ସବୁଜ ବନାନୀରେ ପରିପୂର୍ଣ୍ଣ କରିଛନ୍ତି । କେବଳ ସବୁଜ ବନାନୀ କାହିଁକି ସ୍ମାର୍ଟ କ୍ଲାସ୍ ରୁମ୍ ଠାରୁ ଆରମ୍ଭ କରି ୩୫ ପ୍ରକାରର ଫୁଲଗଛ ଓ ୩୫ ପ୍ରକାରର ଔଷଧ ଗଛ ମଧ୍ୟ ଲଗାଇଛନ୍ତି ।

ଅଦ୍ୟତନ ହୋଇଛି
School

School

Advertisment

କଥାରେ ଅଛି ସୁନ୍ଦରେ ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ମନ ନପୂରେଇ...କାରଣ ଡୁଙ୍ଗୁରିପାଲିର ସ୍କୁଲକୁ ଦେଖିଲେ ଆପଣ ବି ଏହି ସମାନ କଥା କହିବେ। କରୋନା ବଦଳାଇ ଦେଇଛି ସ୍କୁଲର ଚିତ୍ର । ପାର୍କର ଭ୍ରମ ସୃଷ୍ଟି କରୁଛି ଏହି ସ୍କୁଲ । ସ୍କୁଲର ଦିବ୍ୟାଙ୍ଗ ଶିକ୍ଷକଙ୍କ ସଦବୁଦ୍ଧି ଯୋଗୁଁ ଶିକ୍ଷାନୁଷ୍ଠାନ ପାଲଟିଗଲା ମନୋରମ ଉଦ୍ୟାନ । ଆଉ ଏହାକୁ ଦେଖିଲେ ଯେକେହି ବି ଘଡ଼ିଏ ଛିଡ଼ା ହୋଇ ରହିବ। ଆଉ ସ୍କୁଲ ଖୋଲିବା ପରେ ପାଠ ସହ ପାର୍କର ମଜା ଉଠାଇପାରିବେ ଛାତ୍ରଛାତ୍ରୀ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଗୁଂରିପାଲି ବ୍ଲକ ପଣ୍ଡକିଟାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ । ଆପଣ ଦେଖୁଥିବା ଏହି ସୁନ୍ଦର ପରିବେଶ କରୋନା ପାଇଁ ସ୍କୁଲ ବନ୍ଦ ହେବାର ପରବର୍ତ୍ତୀ ସମୟର ଦୃଶ୍ୟ । ଏହି ପାର୍କକୁ ତିଆରି କରିବାରେ ସ୍କୁଲ ପ୍ରଧାନଶିକ୍ଷକ ହେମସାଗର ବାଗଙ୍କ ସହିତ ସ୍କୁଲ କମିଟି,ସରପଂଚ,ପୁରାତନ ଛାତ୍ରଛାତ୍ରୀ ଅନେକ ପରିଶ୍ରମ କରିଛନ୍ତି।

Advertisment

ସ୍କୁଲର ମୁଖ୍ୟ ଫାଟକଠାରୁ ଆରମ୍ଭକରି ସ୍କୁଲକୁ ସବୁଜ ବନାନୀରେ ପରିପୂର୍ଣ୍ଣ କରିଛନ୍ତି । କେବଳ ସବୁଜ ବନାନୀ କାହିଁକି ସ୍ମାର୍ଟ କ୍ଲାସ୍ ରୁମ୍ ଠାରୁ ଆରମ୍ଭ କରି ୩୫ ପ୍ରକାରର ଫୁଲଗଛ ଓ ୩୫ ପ୍ରକାରର ଔଷଧ ଗଛ ମଧ୍ୟ ଲଗାଇଛନ୍ତି । ସେହିପରି ସ୍କୁଲର କାନ୍ଥରେ ୱାଲ ପେଣ୍ଟିଂ ମାଧ୍ୟମରେ ମହାପୁରୁଷ ମାନଙ୍କ ଚିତ୍ର,କଳା ସଂସ୍କୃତିର ଝଲକ ମଧ୍ୟ ରହିଛି। ଦେଖନ୍ତୁ ଏହି ସବୁ ଚିତ୍ରକୁ…କେବଳ ଏତିକିରେ ସରିନି ବରଂ କୃତ୍ରିମ ଝରଣା,ହାତୀ,ହରିଣ,ଜିରାଫ ଆଦି ମଧ୍ୟ ତିଆରି କରାଯାଇଛି । ସ୍କୁଲ ବନ୍ଦ ହେବା ପରେ ବି ଦିବ୍ୟାଙ୍ଗ ପ୍ରଧାନ ଶିକ୍ଷକ ନିଜର ପରିଶ୍ରମ ବଳରେ ଏହି କାମ କରିଛନ୍ତି। ଆଉ ତାଙ୍କର ପରିଶ୍ରମର ଫଳ ଦୁନିଆ ଦେଖୁଛି।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ଏଇ ରାସ୍ତାରେ ଯାଉଥିବା ଲୋକମାନେ ଏହି ସ୍କୁଲ ପାଖରେ ରହି ସେଲଫି ବି ନେଉଛନ୍ତି। କରୋନା ମହାମାରୀ ପାଇଁ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରିଥିଲେ । ଯେଉଁଥିପାଇ ଛାତ୍ରଛାତ୍ରୀ ଦୁଇ ବର୍ଷ ହେଲା ସ୍କୁଲକୁ ଆସୁ ନଥିଲେ । କିନ୍ତୁ ସ୍କୁଲର ପ୍ରଧାନଶିକ୍ଷକ ଦିବ୍ୟାଙ୍ଗ ହୋଇଥିଲେ ବି ହାଡଭଙ୍ଗା ପରିଶ୍ରମ କରି ଦୈନିକ ସ୍କୁଲକୁ ଆସି ଏଇ ମଣିଷ ତିଆରି କାରଖାନାରେ ଏକ ସୁନ୍ଦର ପରିବେଶ ସୃଷ୍ଟି କରିପାରିଛନ୍ତି ।

Advertisment

ସରକାର ସବୁବେଳେ ସରକାରୀ ସ୍କୁଲ ଗୁଡିକୁ ଘରୋଇ ବିଦ୍ୟାଳୟ ଠାରୁ ଅଧିକ ସରସ ସୁନ୍ଦର କରିବା ପାଇଁ ଅନେକ ପ୍ରୟାସ କରିଛନ୍ତି । ଆଉ ଏଇଠି ନିଜସ୍ୱ ଉଦ୍ୟମରେ ହେମସାଗର ଏହାକୁ ସଫଳ କରିପାରିଛନ୍ତି। କେବଳ ଶିକ୍ଷକର କର୍ତ୍ତବ୍ୟ ନୁହେଁ ଯେ ପିଲାଙ୍କୁ ପାଠ ପଢାଇବା । ଆଗାମୀ ଦିନରେ ଏହି ମଣିଷ ତିଆରି କାରଖାନାରେ ଛାତ୍ରଛାତ୍ରୀ ମାନେ କେବଳ ନିଜ ପାଠପଢା ସହ ପରିବେଶ ଉପରେ ମଧ୍ୟ ଅନେକ ଶିକ୍ଷାଲାଭ କରିପାରିବେ। ସେ ଯାହାବି ହେଉ ଡୁଙ୍ଗୁରୁପାଲିର ଏହି ସ୍କୁଲକୁ ନେଇ ଏବେ ଭାରି ଚର୍ଚ୍ଚା ରହିଛି।

ବିନିକାରୁ ଦିଲ୍ଲୀପ କୁମାର ସାହୁଙ୍କ ରିପୋର୍ଟ

Park In School
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ