ମଣିଷକୁ ମେସିନ୍‌ ବନେଇ ଦେଉଛନ୍ତି ଏହି ଯୁବକ, ପ୍ରତିଭା ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

ମଣିଷକୁ ବନାଇପାରିବେ ମେସିନ୍‌ । ୟୁରୋପର ଦମିତ୍ରୀ ବାଗିନ୍‌ ତାଙ୍କର ଏହି କଳାକୃତି ପାଇଁ ଏବେ ସେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ବିଶେଷତ୍ୱ ହେଉଛି ମଣିଷଙ୍କ ପାଇଁ ସେ ଖୁବ୍‌ ସୁନ୍ଦର ଭାବରେ ଅବିକଳ ମେସିନ୍‌ ପରି ମାସ୍କ ତିଆରି କରନ୍ତି ।

ମଣିଷକୁ ମେସିନ୍‌ ବନେଇଦେଉଛି ଏହି ଯୁବକ । ପ୍ରତିଭା ଦେଖି ହୋଇଯିବା ଆଶ୍ଚର୍ଯ୍ୟ ।

ମଣିଷକୁ ବନାଇପାରିବେ ମେସିନ୍‌ । ୟୁରୋପର ଦମିତ୍ରୀ ବାଗିନ୍‌ ତାଙ୍କର ଏହି କଳାକୃତି ପାଇଁ ଏବେ ସେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ବିଶେଷତ୍ୱ ହେଉଛି ମଣିଷଙ୍କ ପାଇଁ ସେ ଖୁବ୍‌ ସୁନ୍ଦର ଭାବରେ ଅବିକଳ ମେସିନ୍‌ ପରି ମାସ୍କ ତିଆରି କରନ୍ତି । ହଲିଉଡ୍‌ ଚଳଚ୍ଚିତ୍ର ଦେଖି ସେ ଏହି କଳାକୃତି ପାଇଁ ପ୍ରରଣା ପାଇଛନ୍ତି ।

ପ୍ଲାଷ୍ଟିକ୍‌ ମାସ୍କ ବ୍ୟବହାର କରି ସେ ଏହି ମାସ୍କ ତିଆରି କରିଥାନ୍ତି । ପ୍ଲାଷ୍ଟିକ୍ ମାସ୍କ ନିଜ ମନପସନ୍ଦର ଆକୃତି ଦେବା ସହ ବିଭିନ୍ନ ସାଜସଜ୍ଜା ଜିନିଷର ପ୍ରୟୋଗ କରିଥାନ୍ତି । ଯାହା ଦେଖିବାକୁ କୌଣସି ଆଶ୍ଚର୍ଯ୍ୟଜନକ ମେସିନ୍‌ ତଥା ରୋବଟର ମୁହଁ ଠାରୁ କମ୍‌ ହେବନାହିଁ ।

ସୂଚନା ଅନୁସାରେ, ଯୁବକ ଜଣକ ତିଆରି କରୁଥିବା ମାସ୍କରେ ଅଧିକାଂଶ ମୋଟର ସାଇକେଲର ସମସ୍ତ ଅଂଶ ବ୍ୟବହୃତ ହୁଏ । ଏହାସହ ଏଥିରେ ଅବ୍ୟବହୃତ କ୍ୟାମେରା ଲେନ୍ସ ଏବଂ ଧାତବ ଖେଳନା ମଧ୍ୟ ବ୍ୟବହୃତ ହୁଏ । ହେଲେ ଏହି ମାସ୍କକୁ ଦେଖି କେହି କହିବେ ନାହିଁ କି ମାସ୍କଟି ଅନାବଶ୍ୟକ ତଥା ଅଦରକାରୀ ଜିନିଷରେ ତିଆରି ହୋଇଛି ବୋଲି ।

ମାସ୍କଟି ଦେଖିଲେ ଲାଗିବ ଏହା କୌଣସି ଧାତବ ବସ୍ତୁରେ ତିଆରି ହୋଇଛି । ହେଲେ ଏହା କେବଳ ପ୍ରତାରଣା । କାରଣ ମାସ୍କରେ ପ୍ରୟୋଗ କରାଯାଉଥିବା ଗାଢ ଧାତବ ରଙ୍ଗ ଏପରି ଭ୍ରମ ସୃଷ୍ଟି କରେ ।

ମାସ୍କଟି ହାଲୁକା ଜିନିଷରେ ତିଆରି ହୋଇଥିବାରୁ ଏହାକୁ ଅତି ସହଜରେ ପିନ୍ଧିହୁଏ । ଏହା ପିନ୍ଧିବାକୁ ମଧ୍ୟ ହାଲୁକା ହୋଇଥାଏ । କିନ୍ତୁ ମାସ୍କରେ ବ୍ୟବହୃତ ଧାତବ ରଙ୍ଗ ଦ୍ୱାରା ତାହା ଅଧିକ ଓଜନ ବୋଲି ଜଣାପଡିଥାଏ ।

ଦମିତ୍ରୀ ବାଗିନ୍‌ଙ୍କ ନିଜସ୍ୱ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ ଅଛି । ଯେଉଁଥିରେ ସେ ନିଜ କଳାକୃତିକୁ ଲୋକଙ୍କ ଆଗରେ ପ୍ରଦର୍ଶନ କରିଥାନ୍ତି । ଏହା ବ୍ୟତୀତ ସେ ତିଆରି କରିଥିବା ମାସ୍କଗୁଡିକ ବିକ୍ରି କରିବା ପାଇଁ ଦୋକାନରେ ମଧ୍ୟ ରଖିଥାନ୍ତି ।