Twosday 2022: What Is It? Know the Significance of the Date 22/2/22
ଆଜି ଫେବୃଆରୀ ୨୨, ୨୦୨୨ । ଜୀବନରେ ଥରେ ହିଁ ଏହି ତାରିଖ ପଡିଥାଏ । ବର୍ଷର ସବୁ ତାରିଖରୁ ଏହି ତାରିଖର ସଂଖ୍ୟା ଟିକେ ସ୍ୱତନ୍ତ୍ର ଓ ଭିନ୍ନ ଅଟେ । କାରଣ ଏହାକୁ ଆରମ୍ଭରୁ ଓ ଶେଷ ଆଡୁ ପଢିଲେ ସମାନ ସଂଖ୍ୟା ରହିଥାଏ । ଏହାସହ ଆଜି ମଙ୍ଗଳବାର (Tuesday) ହୋଇଥିବାରୁ (ସୋସିଆଲ୍ ମିଡିଆରେ ଏହି ସ୍ୱତନ୍ତ୍ର ତାରିଖକୁ Twosday ମଧ୍ୟ କୁହାଯାଉଛି ।
ଏହି ଭିନ୍ନ ତାରିଖକୁ ନେଇ ଇତିହାସରେ କୌଣସି ମହତ୍ତ୍ୱ ରହିନାହିଁ । ହେଲେ କ୍ୟାଲେଣ୍ଡରେ ୨୨, ୨୦୨୨ ତାରିଖଟି ପ୍ରାୟ ୨୦୦ ବର୍ଷରେ ଥରେ ହିଁ ପଡିଥାଏ ।
ଅନ୍ୟପକ୍ଷେ,ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, “‘୨’ ସଂଖ୍ୟାଟି ଦୁଇ ଜଣ ବ୍ୟକ୍ତି କିମ୍ବା ଦୁଇଜଣ ବ୍ୟକ୍ତିଙ୍କ ଚିନ୍ତାଧାରାର ମିଳନକୁ ସୂଚାଇଥାଏ । ଏହାସହ ଏହି ଦିନଟି ଏକତାକୁ ମଧ୍ୟ ସୂଚାଇଥାଏ ।
ସୂଚନା ଅନୁସାରେ, ଗତ ୨୦୧୧ ମସିହା ଜାନୁଆରୀ ୧୧ ତାରିଖ ତଥା ୧୧/୧/୧୧ରେ ଶେଷଥର ପାଇଁ ଏହିପରି ସମାନ ସ୍ୱତନ୍ତ୍ର ତାରିଖ ପଡିଥିଲା ।
ସେହିପରି ଭାବେ ଆଗାମୀ ୧୧ ବର୍ଷ ପରେ ଅର୍ଥାତ୍ ୨ ମାର୍ଚ୍ଚ ୨୦୩୩ରେ ଏହା ପୁନର୍ବାର ଘଟିବ । ସାରା ବିଶ୍ୱରେ ଅନେକ ଲୋକେ ଏହି ଭିନ୍ନ ଦିନଟିକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର ଯୋଜନାମାନ କରିଥାନ୍ତି ।
ନ୍ୟୁଜ୍ ଏଜେନ୍ସି ଦି ଷ୍ଟାର୍ର ଏକ ରିପୋର୍ଟ ଅନୁଯାୟୀ, ମାଲେସିଆର ଶହ ଶହ ଦମ୍ପତି ୨୨/୨/୨୨ ଅର୍ଥାତ୍ ଆଜି ପରି ସ୍ୱତନ୍ତ୍ର ଦିନରେ ବିବାହ ବନ୍ଧନରେ ବାନ୍ଧିହେବାର ନିଷ୍ପତ୍ତି ନେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645511429.jpg)