Advertisment

ଜାତୀୟ ସ୍ତରରେ ଆଦିବାସୀ ପ୍ରତିଭା, ‘India's Got Talent’ରେ ଚମକିଲେ ଅନାଥ ପିଲା

ଜାତୀୟ ସ୍ତରରେ ଆଦିବାସୀ ପ୍ରତିଭା। ମାଲକାନଗିରି ଉପାନ୍ତ ଜିଲ୍ଲାର ୧୩ ଜଣ ଅନାଥ ପିଲା ରିୟଲିଟି ଶୋ’ ‘India's Got Talent’ ରେ ସେମାନଙ୍କର ଜଲ୍ଓ୍ୱା ଦେଖାଇଛନ୍ତି।

ଅଦ୍ୟତନ ହୋଇଛି
Tribal Boys Shine At ‘India’s Got Talent’

Tribal Boys Shine At ‘India’s Got Talent’

Advertisment

ଜାତୀୟ ସ୍ତରରେ ଆଦିବାସୀ ପ୍ରତିଭା। ଏକ ଘରୋଇ ଟିଭି ଚ୍ୟାନେଲର ରିୟଲିଟି ଶୋ’ରେ ନିଜର ପ୍ରତିଭା ପ୍ରଦର୍ଶନ କରି ଦର୍ଶକ ଏବଂ ଚୟନ କର୍ତ୍ତାଙ୍କ ମନ ଜିଣିଛନ୍ତି ମାଲକାନଗିରି ଉପାନ୍ତ ଜିଲ୍ଲାର ୧୩ ଜଣ ଅନାଥ ପିଲା। ବାପା-ମାଆ ଛେଉଣ୍ଡ ଏହି ପିଲାଙ୍କର ମାଲକାନଗିରି ଭଳି ଉପାନ୍ତ ତଥା ମାଓଗଡ଼ରୁ ମାୟାନଗରୀ ମୁମ୍ବାଇ ଯାତ୍ରାକୁ ନେଇ ଏବେ ଚର୍ଚ୍ଚା।

Advertisment

ସୋନି ଟିଭିରେ ପ୍ରସାରିତ ରିୟଲିଟି ଶୋ’ ‘India's Got Talent’ ରେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଏହି ଯୁବକ ସେମାନଙ୍କର ଜଲ୍ଓ୍ୱା ଦେଖାଇଛନ୍ତି। ଏମାନଙ୍କର ଦୁଃସାହସିକ ନୃତ୍ୟ କଳା ପରିବେଷଣ ସମସ୍ତଙ୍କୁ ତାଜୁବ କରିଛି। ‘India's Got Talent’ର ପ୍ରଥମ ରାଉଣ୍ଡରେ ନିଜର ଦୁଃସାହସିକ ନୃତ୍ୟ କଳା ପରିବେଷଣ କରି ଦ୍ୱିତୀୟ ରାଉଣ୍ଡକୁ ଏମାନେ ମନୋନୀତ ହେଇଛନ୍ତି। ସ୍ୱାଭିମାନ ଅଞ୍ଚଳର ଏ କଳାକାରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ନିଜ ପରିଶ୍ରମ ବଳରେ ବାପା-ମାଆ ଛେଉଣ୍ଡ ଏହି ଅନାଥ ପିଲା ପାରଦର୍ଶିତା ହାସଲ କରିବା ସହ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।  

ନୃତ୍ୟ ଶୈଳୀ ଏବଂ କଳା କୌଶଳ ପାରମ୍ପରିକ ବାଡ଼ି ଖେଳ ସହ ତଲଓ୍ୱାର ଚଳାଇବାରେ ବେଶ୍‌ ମାହିର ଏହି ପ୍ରତିଭାଙ୍କୁ ଖୋଜି ବାହାର କରିଥିଲେ ବିନାଶ ମିଶ୍ର ନାମକ ଜଣେ ଯୁବକ। ପରେ ନିଜ ଉଦ୍ୟମରେ ପିଲାଙ୍କୁ ପାଠ ପଢ଼ାଇବା ସହ ଅଲ୍ ଓଡିଶା ମାର୍ସାଲ୍ ଆର୍ଟସ ଜରିଆରେ  ଦୁଃସାହସିକ କୁଂଫୁ, କରାଟେ ଏବଂ ଜୁଡୋ ପ୍ରଶିକ୍ଷଣ ଦେଇଥିଲେ ବିନାଶ। ଏବେ ଏହି ପିଲାମାନେ ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଦେଖିଛନ୍ତି।

Advertisment

ଜିଲ୍ଲା ଏବଂ ରାଜ୍ୟବାସୀ ଏହି ପିଲାମାନଙ୍କର ପ୍ରତିଭା ଦେଖି ସାରଥିଲେ। ହେଲେ ଆର୍ଥିକ ସମସ୍ୟା ଯୋଗୁ ଏମାନେ ରାଜ୍ୟ ବାହାରକୁ ପାଦ ବଢ଼ାଇ ପାରୁନଥିଲେ। କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଏମାନେ ଏବେ ମାୟାନଗରୀ ମୁମ୍ବାଇକୁ ଯାତ୍ରା କରିଛନ୍ତି। ତେବେ ନିଜର କଳା କୌଶଳକୁ ଅଧିକ ସୁନ୍ଦର ଭାବେ ପରିବେଷଣ ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି। ସହାୟତା ମିଳିଲେ ଆଗକୁ ଅନେକ ସଫଳତା ପାଇବା ସହ ପିଲାମାନେ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଆଶା ରଖିଛନ୍ତି।

India’s Got Talent
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ