Advertisment

ଇୟରଫୋନ୍‌ ଲଗାଇ ରେଲ୍‌ୱେ ଟ୍ରାକ୍‌ରେ ଚାଲୁଥିଲେ, ଧକ୍କା ଦେଲା ଟ୍ରେନ୍‌

କାଳ ହେଲା ଇୟରଫୋନ୍‌ ଲଗାଇ ଗୀତ ଶୁଣି ଶୁଣି ରେଲ୍‌ୱେ ଟ୍ରାକ୍‌ରେ ଚାଲିବା। ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କଟକ ଖାନନଗର ଅଞ୍ଚଳରେ ଗତକାଲି ଏହି ଘଟଣା ଥିବାବେଳେ ଆଜି ସକାଳେ ସମ୍ପୃକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।

ଅଦ୍ୟତନ ହୋଇଛି
ଇୟରଫୋନ୍‌ ଲଗାଇ ରେଲ୍‌ୱେ ଟ୍ରାକ୍‌ରେ ଚାଲୁଥିଲେ, ଧକ୍କା ଦେଲା ଟ୍ରେନ୍‌

railway track

Advertisment
  • ଟ୍ରେନ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ
  • ଇୟରଫୋନ୍‌ ଲଗାଇ ଗୀତ ଶୁଣି ଶୁଣି ରେଲ୍‌ୱେ ଟ୍ରାକ୍‌ରେ ଚାଲୁଥିଲେ
  • ଟ୍ରେନ୍‌ ଧକ୍କା ଦେବା ଫଳରେ ନଦୀକୁ ଖସି ପଡ଼ିଥିଲେ
Advertisment

କଟକ: କାଳ ହେଲା ଇୟରଫୋନ୍‌ ଲଗାଇ ଗୀତ ଶୁଣି ଶୁଣି ରେଲ୍‌ୱେ ଟ୍ରାକ୍‌ରେ ଚାଲିବା। ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କଟକ ଖାନନଗର ଅଞ୍ଚଳରେ ଗତକାଲି ଏହି ଘଟଣା ଥିବାବେଳେ ଆଜି ସକାଳେ ସମ୍ପୃକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବିଶିନାବର ଅଂଚଳର ସୁଜିତ ମହାନ୍ତି।

ସୂଚନା ଅନୁସାରେ, ଗତକାଲି ସୁଜିତ ଓ ତାଙ୍କର ୩ ଜଣ ସାଙ୍ଗ ଖାନନଗର ରେଳ ବ୍ରିଜ ଉପରେ ବୁଲୁଥିଲେ। ସୁଜିତ ଇୟରଫୋନ୍‌ ଲଗାଇ ଗୀତ ଶୁଣି ଶୁଣି ରେଲ୍‌ୱେ ଟ୍ରାକ୍‌ରେ ଚାଲୁଥିଲେ। ଏହି ସମୟରେ ଏକ ଟ୍ରେନ୍‌ ଆସି ତାଙ୍କୁ ଧକ୍କା ଦେଇଥିଲା ଓ ସେ କାଠଯୋଡ଼ି ନଦୀକୁ ଖସି ପଡ଼ିଥିଲେ। ଗତକାଲି ତାଙ୍କୁ ବହୁ ଖୋଜାଖୋଜି କରାଯାଇଥିଲା। ହେଲେ ଆଜି ସକାଳେ ଅଗ୍ନିଶମବାହିନୀ କାଠଯୋଡ଼ି ନଦୀରୁ ସୁଜିତଙ୍କ ମୃତଦେହ ଉଦ୍ଧାର କରିଛି।

Advertisment

ଟ୍ରେନ୍‌ ଆସୁଥିବା ନେଇ ସାଙ୍ଗମାନେ ସୁଜିତଙ୍କୁ ସତର୍କ କରାଇଥିଲେ ମଧ୍ୟ ଏହା ସେ ଜାଣି ପାରିନଥିଲେ। ଇୟରଫୋନ୍‌ ଲଗାଇ ଗୀତ ଶୁଣୁ ଥିବାରୁ ସେ କିଛି ଜାଣି ପାରିନଥିଲେ। ଫଳରେ ଟ୍ରେନ୍‌ଟି ତାଙ୍କୁ ଧକ୍କା ଦେଇଥିଲା। ସୁଜିତ ଅଳ୍ପ ‌ଆଗରେ ଥିବବେଳେ ସାଙ୍ଗମାନେ ଟିକେ ପଛରେ ଥିଲେ। ଏହି ସମୟରେ ସୁଜିତଙ୍କୁ ଟ୍ରେନ୍ ଧକ୍କା ଦେଇଥିବା ସାଙ୍ଗମାନେ କହିଛନ୍ତି। ବାଦାମବାଡ଼ି ଓ ଜିଆରପି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
Youth Hit By Train
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ