Advertisment

କର୍ତ୍ତବ୍ୟ ଆଗରେ ହାର ମାନିଛି ଟାଣୁଆ ଖରା

ବୈଶାଖ ମାସର ଟାଣ ଖରା। ୪୨ ଡିଗ୍ରୀ ଉପରେ ରହିଲାଣି ତାପମାତ୍ର..ଅସହ୍ୟ ଗରମରେ ରାସ୍ତା ଉପରେ ଟ୍ରାଫିକ୍‌ ଡ୍ୟୁଟି କରୁଛନ୍ତି ଟ୍ରାଫିକ୍‌ ପୋଲିସ୍‌। ଟ୍ରାଫିକ୍‌ ପୋଷ୍ଟ ତ ଦୂରର କଥା ଗଛ ଛାଇରେ ବି ଟିକିଏ ଛିଡ଼ା ହେବାକୁ ସମୟ ନାହିଁ କି ସୁଯୋଗ ବି ନାହିଁ

Police Cops

Police Cops

Advertisment

ଉଦୁଉଦିଆ ଖରାବେଳ। ବୈଶାଖ ମାସର ଟାଣ ଖରାରେ ଦିନ ୧୦ ଟା ବାଜିଲେ ଲୋକଙ୍କ ଘରେ ପଡ଼ୁଛି ତାଟିକବାଟ। ଆକାଶରୁ ଯେମିତି ନିଆଁ ବର୍ଷୁଛି। ଏ ଖରାରେ ରାସ୍ତାରେ ବୁଲିବ ବା କିଏ? ହେଲେ ୪୨ ଡିଗ୍ରୀ ଖରାକୁ ଖାତିର ନକରି ଟ୍ରାଫିକ୍‌ ପୋଷ୍ଟରେ ଛିଡ଼ା ହୋଇଛନ୍ତି, ଆଉ ଆପଣଙ୍କ ଯାତ୍ରା କେମିତି ସୁରକ୍ଷିତ ହେବ ସେନେଇ କାମ କରୁଛନ୍ତି। ହଁ, ଆମେ କହୁଛି ଏଇ ଟ୍ରାଫିକ ପୋଲିସର କଥା। ଯିଏ କି ବୈଶାଖ ଖରାକୁ ଖାତିର ନକରି ରାସ୍ତା ଉପରେ କରୁଛନ୍ତି ଡ୍ୟୁଟି।

Advertisment

ଏ ଦୃଶ୍ୟ ହେଉଛି ବାରିପଦା ସହରର କେ ସି ସର୍କଲ ଅଥବା ବାଲେଶ୍ଵର ଗୋଲେଇ ଛକ ଦିଗକୁ ଯାଇଥିବା ରାସ୍ତାର। ଏଇ ଛକ ମଝିରେ ଖୋଲା ଆକାଶ ତଳେ ଠିଆ ହୋଇ ଲୋକଙ୍କୁ ବାଟ ଦେଖାଉଛନ୍ତି ଟ୍ରାଫିକ ପୋଲିସ।ଗତ କିଛି ଦିନ ହେଲାଣି ବାରିପଦା ରେ ପାରଦ ୪୨ ଛୁଇଁ ରାଜ୍ୟରେ ଗୋଟିଏ ପ୍ରକାରର ରେକର୍ଡ ସୃଷ୍ଟି କରିଛି। ଆଉ ଏହାରି ଭିତରେ କଡ଼ା ଖରାରେ ଠିଆ ହୋଇ ନିଜ ଡ୍ୟୁଟି ଲିଭାଉଛନ୍ତି ଏହି ଟ୍ରାଫିକ ପୋଲିସ।

କେବଳ ଏଇଠି ନୁହେଁ ଷ୍ଟାଡିୟମ ଛକ ,ମେନବଜାରର ଟ୍ରାଫିକ ଛକ, ଷ୍ଟେସନ ବଜାର ଟ୍ରାଫିକ, ସବୁଆଡେ ସମାନ ଅବସ୍ଥା। ମୁଣ୍ଡଫଟା ଖରାକୁ ଖାତିରି ନକରି ନିଜ ନିଜର ଡ୍ୟୁଟି ସମ୍ପାଦନା କରୁଛନ୍ତି ଏହି ଟ୍ରାଫିକ ପୋଲିସ। ରାସ୍ତା ପ୍ରଶସ୍ତିକରଣ ପାଇଁ ଏବେ ସବୁଆଡେ ଗଛ କଟା ହୋଇଛି। ଆଉ ତାର ପ୍ରଭାବ ପଡିଛି ସହର ବାସୀଙ୍କୁ । ରାସ୍ତାର ଯେଉଁ ଆଡ଼େ ଯିବେ ଖରା ତାତି। ତା ସାଙ୍ଗକୁ ଗାଡ଼ି ମଟର ସହ ବାଇକ୍ କାରର ଧୁଆଁ ସତେ ଯେମିତି ସହରର ଗରମକୁ ଦୁଇ ଗୁଣିତ କରିଦେଇଛି।

Advertisment

ଗୋଟିଏ ପଟେ ଆକାଶରୁ ନାଆଁ ବର୍ଷୁଛି ତ ଗୋଟିଏ ପଟେ ରାସ୍ତା ରୁ ବାମ୍ଫ ବାହାରୁଛି ଆଉ ଏହାରି ଭିତରେ ଟ୍ରାଫିକ ପୋଲିସ ଟି କାହାକୁ ସିଗ୍ନାଲ ଦେଖାଇ ରାସ୍ତା ପାର କରୁଛନ୍ତି ତ କେହି ବୟସ୍କା ଙ୍କୁ ହାତ ଧରି ରାସ୍ତା ପାର କରୁଛନ୍ତି । ରାସ୍ତାରେ ଆମେମାନେ କେମିତି ସୁରକ୍ଷିତ ଭାବରେ ଯିବା ସେନେଇ ଏମାନେ କରୁଥିବା ପରିଶ୍ରମକୁ ସତ ସତ ସଲାମ୍‌।

Special Story Traffic Cops
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ