Advertisment

ଟୋକନ ଅବଧି ସରିଲା, ଧାନ ନେଲେନି ସରକାର : ତହସିଲଦାରଙ୍କୁ ଦୁଃଖ ଜଣାଇଲେ ଚାଷୀ

ଜଗମୋହନ ସମବାୟ ସମିତି ନାଁରେ ସାଙ୍ଘାତିକ ଅଭିଯୋଗ। ଚାଷୀଙ୍କ ପାଖକୁ ଆସୁଥିବା ମେସେଜକୁ ସଂପାଦକ କହୁଛନ୍ତି ଲାପସ୍। ଏମିତି କିପରି ବୋଲି ପ୍ରଶ୍ନ କଲେ କିଛି ଉତ୍ତର ମିଳୁନି। ଶେଷରେ ଚାଷୀମାନେ ଏକାଠି ହୋଇ ତହସିଲଦାରଙ୍କୁ କଲେ ଅଭିଯୋଗ...

Token Validity Ends

Token Validity Ends

Advertisment

ଘରେ ଗଦା ହୋଇଛି ବସ୍ତା ବସ୍ତା ଧାନ। ଟୋକନ ଅବଧି ସରିଲା ପଛେ ଧାନ ବିକ୍ରି ହୋଇ ପାରିଲାଣି। ଶେଷରେ ଭାଗ୍ୟକୁ ଆଦରି ଘର ଭିତରେ ଧାନକୁ ସାଇତି ରଖିବାକୁ ବାଧ୍ୟ ହୋଇଛି ଚାଷୀ। ଗଂଜାମ ଜିଲ୍ଲା ଧରାକୋଟ ବ୍ଳକ ଅଂଚଳରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ଜଗମୋହନ ସମବାୟ ସମିତିରେ ଧାନ ବିକ୍ରି କରିବାକୁ ମନ ବଳାଇଥିଲେ ପୁଟୁ ଓ ନନ୍ଦିଘୋର ଗାଁର ଚାଷୀ।

Advertisment

ବହୁ କଷ୍ଟରେ ଧାନ ଅମଳ କରିଥିଲେ ବି ବିକ୍ରି ହୋଇ ନ ପାରି ଘରେ ଘରେ ବସ୍ତା ବସ୍ତା ଧାନ ପଡି ରହିଛ। ଚାଷୀଙ୍କୁ ଟୋକେନ ଦେବାରେ ଅବହେଳା ହୋଇଥିବା ଅଭିଯୋଗ ଆସିଛି। ଟୋକେନ ନେଇ ସମବାୟ ସମ୍ପାଦକଙ୍କୁ ପଚାରିଲେ, ସେ କହୁଛନ୍ତି ଟୋକେନ ନାହିଁ, ଲାପସ୍ ହୋଇ ଯାଇଛି। କେମିତି ଟୋକେନ ଲାପସ ହେଲା ବୋଲି ପଚାରିବାରୁ କିଛି ଉତ୍ତର ମିଳୁନାହିଁ। ଏନେଇ ଚାଷୀମାନେ ଏକାଠି ହୋଇ ସମ୍ପାଦକଙ୍କ ନାଁରେ ଧରାକୋଟ ତହସିଲର ପାଖରେ ଫେରାଦ ହୋଇଛନ୍ତି।

ଧାନ ବିକ୍ରି ହୋଇନଥିବାରୁ ପୁଟୁ ଗାଁର ଚାଷୀଙ୍କ ଘରେ ଅମଳ ଧାନ ଗଛିତ ହୋଇ ରହିଛି। ବେଳେ ବେଳେ ନିଆଁ ଭୟ ଘାରୁଥିବା ବେଳେ ମୂଷାଙ୍କ ପ୍ରାଦୁର୍ଭାବ ଚିନ୍ତା ବଝାଇ ଦେଇଛି। ତୁରନ୍ତ ଧାନ ବିକ୍ରି ବ୍ୟବସ୍ଥା ନ କଲେ ରାସ୍ତା ଉପରେ ବସି ଆନ୍ଦୋଳନ କରିବେ ବୋଲି ଚାଷୀମାନେ ଧମକ ଦେଇଛନ୍ତି।

Advertisment

ବହୁ ଧାର କରଜ କରି ଚାଷୀ ମୂଲିଆ ଲଗାଇ ଧାନ ଚାଷ କରିଥିଲେ। ଭାବିଥିଲେ ଧାନ ବିକ୍ରି ହେଲେ ଋଣ ଟଙ୍କା ସୁଝିବେ। ହେଲେ ସବୁ ସ୍ୱପ୍ନ ଧୂଳିସାତ ହୋଇଯାଇଛି। ଧାନ ବିକ୍ରି ନେଇ ଜଗମୋହନ ସୋସାଇଟି ସମ୍ପାଦକଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଧରକୋଟ ତହସିଲଦାରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ସେ ଯାହା କିଛି ପଦକ୍ଷେପ ନେବେ।

ଗଂଜାମ ଜିଲ୍ଲା ଆସିକାରୁ ମନୋଜ ମୁନିଙ୍କ ରିପୋର୍ଟ

Token Validity Ends
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ