Advertisment

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଆଜି ମାଗଣାରେ ବୁଲିପାରିବେ ବିଭିନ୍ନ ଐତିହ୍ୟ ସ୍ଥଳ

ଆଜି ମାଗଣାରେ ବୁଲିପାରିବେ ବିଭିନ୍ନ ଐତିହ୍ୟ ସ୍ଥଳ। ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ବା ASI ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ଟିକେଟ୍ ମୁକ୍ତ କରାଯାଇଛି।

ଅଦ୍ୟତନ ହୋଇଛି
Tourist can enter centrally protected historic monuments for free

Tourist can enter centrally protected historic monuments for free

Advertisment

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଜି ମାଗଣାରେ ବୁଲିପାରିବେ ବିଭିନ୍ନ ଐତିହ୍ୟ ସ୍ଥଳ। ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ବା ASI ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ଟିକେଟ୍ ମୁକ୍ତ କରାଯାଇଛି। ଓ୍ୱାଲର୍ଡ ହେରିଟେଜ୍ ଓ୍ୱିକ୍ ବା ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ASI ପକ୍ଷରୁ ଏହି ଘୋଷଣା କରାଯାଇଛି।

Advertisment

ଫଳରେ ତାଜମହଲ, କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ଦେଶରେ ASI ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ପର୍ଯ୍ୟଟକମାନେ ବିନା ଟିକେଟ୍‌ରେ ଯାଇପାରିବେ। ତେବେ ତାଜମହଲ ଓ ଆଗ୍ରାରେ ଥିବା ମୁଖ୍ୟ କବର ପାଇଁ ପର୍ଯ୍ୟଟକଙ୍କୁ ଟିକେଟ୍ ଲାଗିବ।

Advertisment

ସେହିପରି ଓଡ଼ିଶାରେ ମଧ୍ୟ ASI ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳରେ ଆଜି ଟିକେଟ୍ ଫ୍ରି କରାଯାଇଛି। କୋଣାର୍କ ମନ୍ଦିର ସହ ରାଜାରାଣୀ ମନ୍ଦିର ଭଳି ଐତିହ୍ୟ ସ୍ଥଳ ପରିଦର୍ଶନ ପାଇଁ ଆଜି ପର୍ଯ୍ୟଟକଙ୍କୁ ଆଉ ଟିକେଟ୍ କରିବାକୁ ପଡ଼ିବନାହିଁ। ଏନେଇ ASI  ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।  

ASI Monuments Tourist Place
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ