Advertisment

ବେଆଇନ୍ ଲିଙ୍ଗ ନିରୂପଣ ରୋକିବା ପାଇଁ ନୂଆ ପଦକ୍ଷେପ: ସୂଚନା ଦେଲେ ମିଳିବ ୨୫ ହଜାର ଟଙ୍କା

ବେଆଇନ୍ ଭାବେ ଲିଙ୍ଗ ନିରୂପଣ କରୁଥିବା କ୍ଲିନିକ୍ ସମ୍ପର୍କରେ ସୂଚନା ପାଇବା କଷ୍ଟକର ହେଉଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଅଦ୍ୟତନ ହୋଇଛି
To Stop Illegal Sex Determination In Odisha

To Stop Illegal Sex Determination In Odisha

Advertisment

ରାଜ୍ୟରେ ବେଆଇନ୍ ଲିଙ୍ଗ ନିରୂପଣ ରୋକିବା ଲାଗି ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ବେଆଇନ୍ କାର୍ଯ୍ୟରେ ଲିପ୍ତ ଥିବା କ୍ଲିନିକ୍ ସମ୍ପର୍କରେ ସୂଚନା ଦେଲେ ସୂଚନାକାରୀଙ୍କୁ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।

Advertisment

୩ଟି କିସ୍ତିରେ ସୂଚନା ପ୍ରଦାନକାରୀଙ୍କୁ ଟଙ୍କା ମିଳିବ। ଏଥିସହ ସୂଚନା ଦେଇଥିବା ବ୍ୟକ୍ତିଙ୍କ ସମସ୍ତ ତଥ୍ୟକୁ ଗୋପନୀୟ ରଖାଯିବ। ଫଳରେ ଆଇନ୍‌ଗତ ମାମଲାରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀଙ୍କ ସୂଚନା ଅନୁସାରେ, ରାଜ୍ୟରେ ହଜାରେ ପୁଅଙ୍କ କ୍ଷେତ୍ରରେ ୮୯୪ ଜଣ ଝିଅ ରହିଛନ୍ତି। ତେଣୁ ଝିଅଙ୍କ ସଂଖ୍ୟା କମୁଛି। ବେଆଇନ୍ ଭାବେ ଲିଙ୍ଗ ନିରୂପଣ କରୁଥିବା କ୍ଲିନିକ୍ ସମ୍ପର୍କରେ ସୂଚନା ପାଇବା କଷ୍ଟକର ହେଉଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। କିଛି ଦିନ ପୂର୍ବେ ରାଜ୍ୟରେ ବେଆଇନ୍ ଲିଙ୍ଗ ନିରୂପଣ କାର୍ଯ୍ୟରେ ଲିପ୍ତ ଥିବା ୨ ଜଣ ଡାକ୍ତରଙ୍କୁ ଦଣ୍ଡିତ କରାଯାଇଥିଲା। 

Advertisment

ସୂଚନାଥାଉ କି, ଚଳିତ ବର୍ଷ ଜାନୁଆରୀରେ କଟକରେ ଲିଙ୍ଗ ନିରୂପଣ ମାମଲାରେ ରାଜ୍ୟ ବାହାର ଲିଙ୍କ୍ ଥିବା ଜଣାପଡ଼ିଥିଲା। ରାଞ୍ଚିରୁ ଅଲଟ୍ରା ସାଉଣ୍ଡ ମେସିନ୍ ଜଣେ ବ୍ୟକ୍ତି ଆଣିଥିବା ପୋଲିସ୍ ହାତରେ ଖବର ଲାଗିଥିଲା। ଏହିସବୁ ମେସିନ୍ ବିନା କାଗଜପତ୍ରରେ ରାଜ୍ୟ ବାହରୁ ଆସୁଥିଲା। କଟକର ଏକ ଘରୋଇ ଲ୍ୟାବ୍‌ରେ ଲିଙ୍ଗ ନିରୂପଣ ହେଉଥିବା ଅଭିଯୋଗ ହୋଇଥିଲା। ଏଯା‌ଏ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା।

Sex Determination
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ