Advertisment

ପାଦରେ ତୀର ମାରି ଇତିହାସ ରଚିଲେ ଦିବ୍ୟାଙ୍ଗ

ସୋସିଆଲ ମିଡିଆରେ ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ପ୍ରେରଣା ଦେଉଛି। ଏହି ଭିଡିଓରେ ଜଣେ ଦିବ୍ୟାଙ୍ଗ ନିଜ ପାଦକୁ ବ୍ୟବହାର କରି ଲକ୍ଷ୍ୟଭେଦ କରୁଛନ୍ତି। ଏହା ବାସ୍ତବରେ ଗୋଟିଏ ହାରିଯାଇଥିବା ମନରେ ଉତ୍ସାହ ଭରିବା ଭଳି ଏକ ଦୃଶ୍ୟ।

ଅଦ୍ୟତନ ହୋଇଛି
This person created history by aiming with feet

This person created history by aiming with feet

Advertisment

ସୋସିଆଲ ମିଡିଆରେ ପ୍ରତିଭାର ଅଭାବ ନାହିଁ। କହିବାକୁ ଏହା ହେଉଛି ବିଭିନ୍ନ ପ୍ରତିଭାର ଭଣ୍ଡାର ଘର। ଏହି ପ୍ଲାଟ୍‌ଫର୍ମରେ ଅନେକ ଭିଡିଓ ଦେଖିବାର ସୁଯୋଗ ମିଳେ। ଏହି ଭିଡିଓଗୁଡିକ ଗୋଟିଏରୁ ବଳି ଆରେକ। ଏହି ଭିଡିଓଗୁଡିକ ମଧ୍ୟରୁ ଅନେକ ଭିଡିଓ ଥାଏ ଯାହା ଟ୍ରେଣ୍ଡିଂରେ ରୁହେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

Advertisment

ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଦୁଇ ଗୋଡରେ ନିଜ ଲକ୍ଷ୍ୟଭେଦ କରୁଛନ୍ତି। ଈଶ୍ୱର ସିନା ତାଙ୍କୁ ହାତ ଦେଇ ନାହାନ୍ତି କିନ୍ତୁ ଏମିତି ପ୍ରତିଭା ଦେଇଛନ୍ତି ଯେ ଯାହାକୁ ଦେଖି ଦୁନିଆ ସାବାସ୍ କରିବାକୁ ବାଧ୍ୟ ହେବ। ଏହି ବ୍ୟକ୍ତି ଜଣକ ନିଜ ଗୋଡକୁ ବ୍ୟବହାର କରି ଏମିତି ତୀର ଚାଳନା କରୁଛନ୍ତି ଯେ ଏହା ଠିକ ଜାଗାରେ ହିଁ ବାଜୁଛି। ଲୋକମାନେ ଏହି ଭିଡିଓ ଦେଖିବା ପରେ ପ୍ରଶଂସା ନ କରି ରହିପାରୁ ନାହାନ୍ତି। ସେମାନେ ଏହି ଭିଡିଓରେ ନିଜ ନିଜ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳେ ଯେ, ଜଣେ ଦିବ୍ୟାଙ୍ଗ ନିଜ ଗୋଡରେ ତୀରନ୍ଦାଜ ଲକ୍ଷ୍ୟଭେଦ କରୁଛନ୍ତି। ଏହି ବ୍ୟକ୍ତିଜଣଙ୍କର ଦୁଇଟି ଯାକ ହାତ ନାହିଁ। ସେ କିନ୍ତୁ ନିଜ ଗୋଡକୁ ବ୍ୟବହାର କରି ଉଠଉଛନ୍ତି ଧନୁ  । ଆଉ ଧନୁ ଗୋଡ ଆଙ୍ଗୁଠିରେ ଧରୁଥିବା ବେଳେ ତୀରକୁ କାନ୍ଧରେ ଜାକି ମାରୁଛନ୍ତି। ଏହା ପୁଣି ଠିକ ଲକ୍ଷ୍ୟଭେଦ କରୁଛି। ଏହା ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହି ଭିଡିଓ ଉପରେ ବିଭିନ୍ନ ମତ ମଧ୍ୟ ଦେଉଛନ୍ତି।

Advertisment

ଏହି ଭିଡିଓକୁ @ipskabra ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଶେୟାର କରିଛନ୍ତି। ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୩୯.୯ ହଜାରରୁ ଅଧିକ ଲୋକ ଦେଖିସାରିଥିଲେ। ସେହିପରି ଏହି ଭିଡିଓରେ ଅନେକ ଲୋକଙ୍କ ରିଟ୍ୱିଟ୍ ହୋଇଥିବା ବେଳେ ଅନେକ ମଧ୍ୟ ଏହାକୁ ଲାଇକ୍ କରିଛନ୍ତି। ଏହି ଭିଡିଓରେ ଅନେକ ମନ୍ତବ୍ୟ ମଧ୍ୟ ଦିଆଯାଇଥିବା ଦେଖାଯାଉଛି। ଜଣେ ୟୁଜର୍ ମନ୍ତବ୍ୟ ଦେବାବେଳେ ‘ଖୁବ୍ ସୁନ୍ଦର’ ବୋଲି ଲେଖିଛନ୍ତି। ସେହିପରି ଆଉ ଜଣେ ଏହାକୁ ‘ଖୁବ ମାର୍ମିକ ଭିଡିଓ’ ବୋଲି କହିଛନ୍ତି।

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ