Advertisment

ଆଳୁ ଚିପ୍ସ ଜରିରୁ ତିଆରି କରିଦେଲେ ଶାଢୀ, ଦେଖନ୍ତୁ ଭିଡିଓ

ଆଳୁ ଚିପ୍ସ ଜରିରେ ଶାଢୀ। କଥାଟା ଅସମ୍ଭବ ଲାଗୁଥିଲେ ବି ସତ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖିଲେ ଆପଣ ବି କହିବେ ଚମତ୍କାର।

ଅଦ୍ୟତନ ହୋଇଛି
This girl made a sari with wrapper of chips

This girl made a sari with wrapper of chips

Advertisment

ଆଜିକାଲି ସୋସିଆଲ୍‌ ମିଡିଆରେ ଗୋଟେ ପରେ ଗୋଟେ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। କେଉଁ କେଉଁ ଭିଡିଓ ଆମକୁ ମନୋରଂଜନ କରୁଛି ତ ପୁଣି କେଉଁ ଭିଡିଓ ଦେଉଛି ସାହସ, ପ୍ରେରଣା ଓ ଶିକ୍ଷା। କେତେକ ଭିଡିଓ ମନକୁ ଏତେ ଛୁଇଁଯାଏ ଯେ ଏହାକୁ ବାରମ୍ବାର ଦେଖିବା ସହ ଶେୟାର କରିବାକୁ ମଧ୍ୟ ମନ ବଳେ।

Advertisment

ସେମିତି ଏକ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହାକୁ ଯିଏ ଦେଖୁଛି ସେ ତା’ ମୁଣ୍ଡରେ ହାତ ଦେବା ଥୟ। ଭାଇରାଲ ହେଉଥିବା ଏହି ଭିଡିଓ ଦେଖିବା ପରେ ଏମିତି ଲାଗିବ ଯେ ଏ ପୃଥିବୀରେ ଏତେ ମହାନ ଲୋକ ପ୍ରକୃତରେ ବାସ କରନ୍ତି।

ଆଳୁ ଚିପ୍ସ ଖାଇବା ପରେ ଆମେ ସାଧାରଣତଃ ଏହାର ଜରିକୁ ଅଦରକାରୀ ଭାବି ଡଷ୍ଟବିନ୍ କି କୋଉ ଅଳିଆ ଗଦାକୁ ଫିଙ୍ଗିଦେଉ। ଏଠି ଏମିତି ମଧ୍ୟ କେତେକ କ୍ରିଏଟିଭ୍‌ ଲୋକ ଅଛନ୍ତି ଏହିସବୁ ଅଦରକାରୀ ଜିନିଷକୁ ଏମିତି ଭାବେ ବ୍ୟବହାର କରିନିଅନ୍ତି ଯେ ଯାହାକୁ ଦେଖିଲେ ଆଖି ଖୋସି ହୋଇଯାଏ।

Advertisment

ତେବେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳେ ଯେ ଜଣେ ଯୁବତୀ ଆଳୁ ଚିପ୍ସର ଜରିକୁ ବ୍ୟବହାର କରି ଏକ ଶାଢୀ ତିଆରି କରିଛନ୍ତି। ଏହା ଶୁଣି ଆପଣ ନିଶ୍ଚିତ ଅବିଶ୍ୱାସ କରୁଥିବେ। ଭାବୁଥିବେ ଶାଢୀ ପାଇଁ ଯେତେବେଳେ ହଜାର ହହାର ଟଙ୍କାର ସୂତା ଦରକାର ହୁଏ ସେତେବେବେଳେ ଏହି ସାମାନ୍ୟ ଚିପ୍ସ ଜରିରୁ ଏହା କିପରି ସମ୍ଭବ! ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଦେଖିବା ପରେ ନିଶ୍ଚିତ ଏହାର ସତ୍ୟତାକୁ ବିଶ୍ୱାସ କରିବେ।

ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଦେଖାଯାଏ ଯେ ଜଣେ ଯୁବତୀ କ୍ୟାମେରା ସାମ୍ନାରେ ଆଳୁ ଚିପ୍ସ ଧରି ଠିଆ ହୋଇଛନ୍ତି। କିଛି ସମୟ ପରେ ଏହା ଦେଖିବାକୁ ମିଳେ ଯେ ଯୁବତୀ ଜଣଙ୍କ ଚିପ୍ସର ଏକ ଶାଢୀରେ ନଜର ଆସନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଜୋର୍‌ରେ ଭାଇରାଲ ହେଉଛି।

Advertisment

ଭାଇରାଲ୍‌ ହେଉଥିବା ଏହି ଭିଡିଓକୁ bebadass.in ନାମକ ଏକ ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାରକାରୀ ତାଙ୍କ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୫ ହଜାରରୁ ଅଧିକ ଲୋକ ପସନ୍ଦ କରିସାରିଥିବା ବେଳେ ଶହ ଶହ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳେ। ଏହି ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ଜଣେ ବ୍ୟକ୍ତି ଲେଖିଛନ୍ତି- ଏହି ଭିଡିଓ ବାସ୍ତବରେ ଆଶ୍ଚର୍ଯ୍ୟଜନକ। ଏପରି ପ୍ରତିଭାବାନ ଲୋକ କେଉଁଠାରେ ରୁହନ୍ତି!

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ