Advertisment

ପୁରୁଷଙ୍କ ପୋଷାକ ଏବେ ମହିଳାଙ୍କ ହାତରେ; ଲେଗିଙ୍ଗ୍ ଠାରୁ କ୍ରପ୍ ଟପ୍

ଅନେକ ପୋଷାକ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଅଲଗା ହୋଇଥାଏ। ଆପଣ ହୁଏତ ଗୋଟିଏ ଜିନିଷ ଜାଣି ନଥିବେ ଯେ କିଛି ଆଇଟମ୍ ପୁରୁଷଙ୍କ ପାଇଁ ତିଆରି କରାଯାଇଥିଲା, ଯାହାକୁ ଏବେ ମହିଳାମାନେ ହିଁ ବ୍ୟବହାର କରୁଛନ୍ତି। ଆସନ୍ତୁ ଜାଣିବା ସେହିସବୁ ପୋଷାକ କ’ଣ…

ଅଦ୍ୟତନ ହୋଇଛି
Things Used By Women Made For Men

Things made for men used by women today

Advertisment

ମଣିଷର ଜୀବନକୁ ସହଜ କରିବା ପାଇଁ ପ୍ରତିଦିନ କାରଖାନାରେ ଅନେକ ଜିନିଷ ତିଆରି ହୋଇଥାଏ। ଏହି ଜିନିଷଗୁଡିକ ପାଇଁ, କମ୍ପାନୀମାନେ ସେମାନଙ୍କ ଟାର୍ଗେଟ୍ ଗ୍ରାହକ ଚୟନ କରନ୍ତି ଯାହା ବୟସ, ହବି, ସ୍ଥାନ ଅନୁଯାୟୀ ବିଭକ୍ତ କରାଯାଇପାରେ। ସବୁଠାରୁ ବଡ କଥା ହେଲା କିଛି ଜିନିଷ ପାଇଁ ସବୁ କମ୍ପାନୀ ଜନସାଧାରଣଙ୍କ ଲିଙ୍ଗକୁ ଦୃଷ୍ଟିରେ ରଖି ସାମଗ୍ରୀ ତିଆରି କରିଥାନ୍ତି। ପୁରୁଷଙ୍କ ପାଇଁ ଭିନ୍ନ ସାମଗ୍ରୀ ହୋଇଥିବା ବେଳେ ମହିଳାମାନଙ୍କ ଅନ୍ୟକିଛି ହୋଇଥାଏ।

Advertisment

ପ୍ରତ୍ୟେକ ଜିନିଷର ବ୍ୟବହାର ଉଭୟ ଶ୍ରେଣୀ ପାଇଁ ଅଲଗା ହୋଇଥାଏ। ଆପଣ ହୁଏତ ଗୋଟିଏ ଜିନିଷ ଜାଣି ନଥିବେ ଯେ କିଛି ଆଇଟମ୍ ପୁରୁଷଙ୍କ ପାଇଁ ତିଆରି କରାଯାଇଥିଲା, ଯାହାକୁ ପରେ ମହିଳାମାନେ ହିଁ ବ୍ୟବହୃତ କରିବାକୁ ଲାଗିଲେ। ସେହିଭଳି ଆଉ କିଛି ଆଇଟମ୍ ଯାହା ମହିଳାଙ୍କ ପାଇଁ ବାହାରିଥିବା କିନ୍ତୁ ଏବେ ସେସବୁକୁ ପୁରୁଷମାନେ ବ୍ୟବହାର କରୁଛନ୍ତି। ଆସନ୍ତୁ ଏହିଭକି କିଛି ଜିନିଷ ଉପରେ ନଜର ପକେଇ ନେବା।

ଲେଗିଙ୍ଗ୍:

ଆପଣ ନିଶ୍ଚୟ ଦେଖିଥିବେ ମହିଳାମାନେ ଷ୍ଟକିଙ୍ଗ୍ ବା ଟପ୍ସ ତଳେ ଲେଗିଙ୍ଗ୍ ପିନ୍ଧିବାର। ବର୍ତ୍ତମାନ ଏହା ଏକ ସାଧାରଣ ପୋଷାକ ଯାହା ମହିଳାମାନେ ପିନ୍ଧନ୍ତି କିନ୍ତୁ ଆପଣ ଜାଣନ୍ତି କି ଏହା ମହିଳାମାନଙ୍କ ପାଇଁ ନୁହେଁ ବରଂ ପୁରୁଷମାନଙ୍କ ପାଇଁ ବାହାରିଥିଲା। ଏକ୍ ରିପୋର୍ଟ ଅନୁଯାୟୀ ପୁରୁଷମାନେ ୯ମ ଶତାବ୍ଦୀ ପର୍ଯ୍ୟନ୍ତ ଷ୍ଟକିଙ୍ଗ ପିନ୍ଧୁଥିଲେ। ଧନୀ ବ୍ୟକ୍ତିମାନେ ପ୍ରାୟତଃ ଏହି ପୋଷାକ ପିନ୍ଧିଥିବାର ଦେଖାଯାଉଥିଲା। ତେବେ ମହିଳାମାନେ ଏହାକୁ ଅଷ୍ଟାଦଶ ଶତାବ୍ଦୀରୁ ପିନ୍ଧିବା ଆରମ୍ଭ କରିଥିଲେ।

Advertisment

ଥଙ୍ଗ୍ସ:

ପୁରୁଷମାନଙ୍କ ପାଇଁ ତିଆରି ହୋଇଥିବା ଥଙ୍ଗ୍ସ ବା ଜି-ଷ୍ଟ୍ରିଙ୍ଗ୍ ଅନ୍ତବସ୍ତ୍ର ଆଜିର ସମୟରେ ମହିଳାମାନଙ୍କ ପାଇଁ ଗ୍ଲାମର୍ସ ଦୁନିଆ ପାଲଟିଯାଇଛି। ପ୍ରାଚୀନ କାଳରେ, ଥଙ୍ଗ୍ସ ଅନ୍ତବସ୍ତ୍ର ମିଶର୍, ଗ୍ରୀସ୍ ଏବଂ ଜାପାନରେ ପିନ୍ଧାଯାଉଥିଲା ଏବଂ ଏହାକୁ କେବଳ ପୁରୁଷମାନେ ପିନ୍ଧୁଥିଲେ।

ମେକ୍ଅପ୍:

ଆଜିର ସମୟରେ ମହିଳାମାନଙ୍କ ପାଇଁ ମେକ୍ଅପ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ସେ ପାର୍ଟୀ ହେଉ କି ପର୍ବ, କଲେଜ ହେଉ କି ଅଫିସ୍ ମହିଳାମାନେ ବିନା ମେକଅପ୍‌ରେ ଘରୁ ବାହାରୁ ନାହାନ୍ତି। କିନ୍ତୁ ପୁରାତନ କାଳରେ ପୁରୁଷମାନଙ୍କ ପାଇଁ ମେକ୍‌ଅପ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହା ନୁହେଁ ଯେ ମହିଳାମାନେ ମେକ୍ଅପ୍ ନେଉ ନଥିଲେ। କିନ୍ତୁ ପ୍ରାଚୀନ ଇଜିପ୍ଟରେ ପୁରୁଷମାନେ ମଧ୍ୟ ଧନୀ ଦେଖାଯିବା ପାଇଁ ସେମାନଙ୍କ ଆଖିରେ ମୋଟା ଆଇଲାଇନ୍, ଲିପ୍‌ଷ୍ଟିକ୍ ଲଗାଉଥିଲେ। ରୋମାନ୍ ପୁରୁଷମାନେ ମଧ୍ୟ ଏକ ବିଶେଷ ପଦାର୍ଥ ସହିତ ସେମାନଙ୍କ ଗାଲକୁ ଲାଲ୍ କରୁଥିଲେ।

Advertisment

କ୍ରପ୍ ଟପ୍:

କ୍ରପ୍ ଟପ୍ ଆଜିର ସମୟରେ ଝିଅମାନଙ୍କର ସବୁଠାରୁ ଲୋକପ୍ରିୟ ପୋଷାକ ପାଲଟିଯାଇଛି। ସେ ଛୋଟ ସହରର ଝିଅ ହୁଅନ୍ତୁ କି ବଡ ସହରର ଝିଅ ହୁଅନ୍ତୁ, ଆପଣ ସେମାନଙ୍କୁ କ୍ରପ୍ ଟପ୍ସରେ ଦେଖୁଥିବେ। କିନ୍ତୁ ଏହି ପୋଷାକ ପୁରୁଷମାନଙ୍କ ପାଇଁ ମଧ୍ୟ ତିଆରି କରାଯାଇଥିଲା। ଆମେରିକୀୟ ଫୁଟବଲ୍‌ ଖେଳାଳୀମାନେ ଏହିପରି କ୍ରପ୍ ଟପ୍ ପିନ୍ଧୁଥିଲେ ଏବଂ ୮୦-୯୦ ଦଶକରେ ଏହା ପୁରୁଷମାନଙ୍କ ମଧ୍ୟରେ ସବୁଠାରୁ ସ୍ୱତନ୍ତ୍ର ବିବେଚନା କରାଯାଉଥିଲା। କିନ୍ତୁ ୯୦ ଦଶକର ଶେଷ ବେଳକୁ ପୁରୁଷମାନେ ସେମାନଙ୍କର ପେଟ୍ ଦେଖାଇବା ପାଇଁ ଲଜ୍ଜା ଅନୁଭବ କଲେ ଓ ଏହାକୁ ଦୂରେଇ ଦେଲେ। ପରେ ଧୀରେ ଧୀରେ ଏହି ଫ୍ୟାଶନ୍ ମହିଳାଙ୍କ ହାତକୁ ଚାଲିଗଲା।

ହାଇ ହିଲ୍:

ହାଇ ହିଲ୍ ଯନ୍ତ୍ରଣାଦାୟକ ହୋଇପାରେ କିନ୍ତୁ ମହିଳାମାନେ ଏହାକୁ ବହୁତ ଉତ୍ସାହରେ ପିନ୍ଧନ୍ତି। ଏହି ହିଲ୍ ସହିତ ଜଡିତ ଏକ ବିଶେଷ ତଥ୍ୟ ହେଉଛି ଯେ ଏହାକୁ ପ୍ରଥମେ ପାର୍ସୀ ସୈନିକମାନେ ପିନ୍ଧୁଥିଲେ। ଘୋଡା ଉପରେ ବସି ଯୁଦ୍ଧ ସୈନିକମାନେ ଏହାକୁ ପିନ୍ଧୁଥିଲେ। କାରଣ ହାଇ ହିଲ୍ ଯୋଗୁ ସେମାନଙ୍କର ପାଦ ଘୋଡା ଉପରେ ଲାଗିଥିବା କଡା ଭିତରେ ଲାଖି ରହୁଥିଲା। ଫଳରେ ସେମାନେ ଯୁଦ୍ଧ ସମୟରେ ଘୋଡା ଉପରୁ ଖସି ପଡୁ ନଥିଲେ।

୧୭ ଶତାବ୍ଦୀରେ ଫରାସୀ ପୁରୁଷମାନେ ହିଲ୍ ପିନ୍ଧିବା ଆରମ୍ଭ କରିଥିଲେ। ଅଷ୍ଟାଦଶ ଶତାବ୍ଦୀ ସୁଦ୍ଧା, ଯେତେବେଳେ ମହିଳାମାନଙ୍କ ସ୍କର୍ଟଗୁଡିକର ଲମ୍ବ ଛୋଟ ହେବାକୁ ଲାଗିଲା, ସେତେବେଳେ ସେମାନଙ୍କର ଗୋଡ ଦେଖାଗଲା। ସେବେଠାରୁ ସେମାନେ ହିଲ୍ ପିନ୍ଧିବା ଆରମ୍ଭ କଲେ ଏବଂ ପୁରୁଷମାନେ ତାଙ୍କୁ ପରିତ୍ୟାଗ କଲେ।

ଏମିତି ମଧ୍ୟ କିଛି ଜିନିଷ ଅଛି ଯାହା ମହିଳାମାନଙ୍କ ପାଇଁ ବାହାରିଥିଲା କିନ୍ତୁ ପୁରୁଷମାନେ ଏବେ ଏହାକୁ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଆସନ୍ତୁ ସେସବୁ ଜିନିଷ ଉପରେ ନଜର ପକେଇବା।

ଓଲ୍ଡ ସ୍ପାଇସ୍ ଲୋସନ୍:

ଯେତେବେଳେ ଓଲ୍ଡ ସ୍ପାଇସ୍ ବାହାରିଲା ସେତେବେଳେ ବିଜ୍ଞାପନରେ କୁହାଯାଉଥିଲା "ମର୍ଦ କୀ ତରହ ମହକେ!" ଏଥିରୁ ଜଣପଡୁଛି ଯେ ଏହା ପ୍ରଥମେ ମହିଳାମାନଙ୍କ ପାଇଁ ଥିଲା। ୧୯୩୭ ମସିହାରେ ଆରମ୍ଭ ହୋଇଥିବା ଓଲ୍ଡ ସ୍ପାଇସ୍ ଅତରକୁ ମହିଳାମାନେ ବ୍ୟବହାର କରୁଥିଲେ। ଏକ ବର୍ଷ ପରେ ପୁରୁଷମାନଙ୍କ ପାଇଁ ଏହି ଅତର ବାହାରିଲା।

ହାତ ଘଣ୍ଟା:

ହାତ ଘଣ୍ଟା ଆଜିର ସମୟରେ ଉଭୟ ପୁରୁଷ ଏବଂ ମହିଳା ବ୍ୟବହାର କରୁଛନ୍ତି। କିନ୍ତୁ ରୋଲେକ୍ସ ପରି ଭାରୀ ଡାଏଲ୍ ଘଣ୍ଟା ଆଜିର ସମୟରେ ପୁରୁଷପଣିଆର ପ୍ରତୀକ ହୋଇଯାଇଛି। କିନ୍ତୁ ଆପଣ ଜାଣନ୍ତି କି କେବଳ ମହିଳାମାନଙ୍କ ପାଇଁ ହାତଘଣ୍ଟା ତିଆରି କରାଯାଇଥିଲା।

ପ୍ରଥମ ବିଶ୍ୱଯୁଦ୍ଧ ପର୍ଯ୍ୟନ୍ତ, ହାତଘଣ୍ଟା ମହିଳାମାନଙ୍କ ଅଳଙ୍କାର ପରି ବିବେଚନା କରାଯାଉଥିଲା ଏବଂ ପୁରୁଷମାନେ ଏହାକୁ ଭୁଲ୍‌ରେ ବି ପିନ୍ଧୁ ନଥିଲେ କାରଣ ଏହା ମହିଳା ସାମଗ୍ରୀର ଏକ ଅଂଶ ଥିଲା। ପୁରୁଷମାନେ ପକେଟ୍‌ ଘଣ୍ଟା ରଖୁଥିଲେ। କିନ୍ତୁ ଯୁଦ୍ଧ ସମୟରେ ଯେତେବେଳେ ଲୋକଙ୍କୁ ଖରାପ ରାସ୍ତା ଦେଇ ଚାଲିବାକୁ ପଡିଲା, ପକେଟ୍‌ ଘଣ୍ଟା ଖସିଯିବାର ଭୟ ଥିଲା। ଏହି କାରଣରୁ ପୁରୁଷମାନେ ଘଣ୍ଟାକୁ ହାତରେ ପିନ୍ଧିବା ଆରମ୍ଭ କଲେ।

ଫୋର୍ଡ ମୁସ୍ତାଙ୍ଗ କାର୍‌:

ଆଜିକାଲି ଫୋର୍ଡ ମୁସ୍ତାଙ୍ଗ କାର୍‌ ପୁରୁଷମାନଙ୍କର ସ୍ୱପ୍ନର କାର୍‌ ହୋଇଯାଇଛି। ନିଜର ପୁରୁଷପଣିଆ ଦେଖେଇବା ନେଇ ପୁରୁଷମାନେ ଏହାକୁ ବ୍ୟବହାର କରୁଛନ୍ତି। କିନ୍ତୁ ଯେତେବେଳେ ୬୦ ଦଶକରେ ମୁସ୍ତାଙ୍ଗ ପ୍ରଥମେ ଲଞ୍ଚ୍‌ କରାଯାଇଥିଲା, ଏହାକୁ ଏକ ମହିଳା କାର୍‌ ଭାବରେ ମାର୍କେଟିଂ କରାଯାଇଥିଲା। ଏହାର ଟିକିରେ ବହୁତ ଜିନିଷ ରଖାଯାଇ ପାରୁଥିବା। ତେଣୁ ଏହାକୁ ସୁପର ମାର୍କେଟ୍‌ର ସ୍ୱିଟ୍‌ହାର୍ଟ ବୋଲି କୁହାଯାଉଥିଲା।

Ajab Gajab Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ